Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Politics / ନିର୍ବାଚନ ଲଢ଼ି ପାରିବେ ନାହିଁ ୪୭୪ଟି ଦଳ

Banajyotshna Ray
Browse all articles by Banajyotshna Ray
·9 months ago·1 min read
ନିର୍ବାଚନ ଲଢ଼ି ପାରିବେ ନାହିଁ ୪୭୪ଟି ଦଳ

Key Points

ନିର୍ବାଚନ ଲଢ଼ି ପାରିବେ ନାହିଁ ୪୭୪ଟି ଦଳ । ତାଲିକାରୁ ବାଦ ପଡ଼ିଲେ ଅଚଳ ରାଜନୈତିକ ଦଳ ।

ନିର୍ବାଚନ ଲଢ଼ିପାରିବେ ନାହିଁ ୪୭୪ଟି ଦଳ । ତାଲିକାରୁ ବାଦ ପଡ଼ିଲେ ଅଚଳ ରାଜନୈତିକ ଦଳ । ନିର୍ବାଚନ କମିଶନ ପକ୍ଷରୁ ସକ୍ରିୟ ନଥିବା ରାଜନୈତିକ ଦଳ ଗୁଡ଼ିକୁ ତାଲିକାରୁ ହଟାଇଛନ୍ତି । ୬ ବର୍ଷ ମଧ୍ୟରେ ନିର୍ବାଚନ ଲଢ଼ିନଥିବା ଦଳ ଏବଂ ବାର୍ଷିକ ଆୟ, ବ୍ୟୟ ରିପୋର୍ଟ ଦାଖଲ କରୁନଥିବା ଦଳ ଗୁଡ଼ିକୁ ତାଲିକାରୁ ବାଦ୍ ଦେଇଛନ୍ତି ନିର୍ବାଚନ କମିଶନ । ବିହାରରେ ୧୧, ତାମିଲନାଡୁରେ ୪୨ ପାର୍ଟି ସମେତ ମୋଟ ୪୭୪ ରାଜନୈତିକ ଦଳର ପଞ୍ଜିକରଣ ରଦ୍ଦ କରିଛନ୍ତି କମିଶନ । ବାଦ୍ ଦିଆଯାଇଥିବା ଦଳ ଗୁଡିକ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେଇପାରିବେ ନାହିଁ ।


ଜନ ପ୍ରତିନିଧିତ୍ବ ଅଧିନିୟମ ୧୯୫୧ ଧାରା ୨୯- A ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଗତ ୨ ମାସ ମଧ୍ୟରେ ମୋଟ ୮୦୮ ପାର୍ଟିର ପଞ୍ଜିକରଣ ରଦ୍ଦ ହୋଇଛି । ଏବେ ଆଉ ୩୫୯ଟି ରାଜନୈତିକ ଦଳର ସମୀକ୍ଷା ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Politics | ECI Deregisters 474 Political Parties | Inactive Parties Barred from Elections | Argus News | Argus News