Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ED Vs Mamata Banerjee / 'ସାମ୍ବିଧାନିକ ପଦବୀର ଅପବ୍ୟବହାର କରିଛନ୍ତି ଦିଦି'; ED ଦାବି କଲା CBI ତଦନ୍ତ

Sushanta Sahoo
Browse all articles by Sushanta Sahoo
·6 months ago·2 min read
'ସାମ୍ବିଧାନିକ ପଦବୀର ଅପବ୍ୟବହାର କରିଛନ୍ତି ଦିଦି'; ED ଦାବି କଲା CBI ତଦନ୍ତ
Political storm in West Bengal

Key Points

ଇଡି ଚଢ଼ାଉକୁ ବିରୋଧ କରି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ରାଲି । ଇଡି କହିଲା, ମମତା ବାନାର୍ଜୀଙ୍କ ବିରୋଧରେ ହେଉ ସିବିଆଇ ତଦନ୍ତ ।
କୋଲକାତା: ମୁହାଁମୁହିଁ କେନ୍ଦ୍ର-ରାଜ୍ୟ । ଇଡି ଚଢ଼ାଉକୁ ବିରୋଧ କରି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ରାଲି । ଇଡି କହିଲା, ମମତା ବାନାର୍ଜୀଙ୍କ ବିରୋଧରେ ହେଉ ସିବିଆଇ ତଦନ୍ତ । I-PACର ସହ ସଂସ୍ଥାପକ ପ୍ରତୀକ ଜୈନଙ୍କ ଘରେ ଗୁରୁବାର ରେଡ୍ କରିଥିଲା ଇଡି । ଯାହାକୁ ନେଇ ଶୁକ୍ରବାର କୋଲକାତାରେ ଦିଦି ବଡ଼ ରାଲି କରିଛନ୍ତି । ବିଜେପି କହିଛି, ଦୁର୍ନୀତିରେ ମୂଳରୁ ବୁଡ଼ି ରହିଛନ୍ତି ମମତା ବାନାର୍ଜୀ ।

କୋର୍ଟରେ I-PACରେ ଇଡି ରେଡ୍ ମାମଲାର ଶୁଣାଣି ଉପରେ ପଡ଼ିଛି ମମତାଙ୍କ ରାଲିର ପ୍ରଭାବ । ଏ ସମ୍ପର୍କିତ ବିଭିନ୍ନ ଆବେଦନର ଶୁଣାଣି ବେଳେ କୋଲକାତା ହାଇକୋର୍ଟର ବିଚାରପତି ସୁଭ୍ରା ଘୋଷ କୋର୍ଟ ରୁମ୍‌ରୁ ଅଧାରୁ ଉଠି ପଳାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ

ବିଚାରପତି ଅଧାରୁ ଉଠି ପଳାଇ ଯିବା ସହ କୋର୍ଟ ରୁମ୍‌ରେ ଅଧିକ ଗହଳି ଥିବା କହିଛନ୍ତି । ଏବେ କୋର୍ଟ ଛୁଟି ରହିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ହେବ । I-PAC ହେଉଛି ଏକ ରାଜନୈତିକ ସେବା ଯୋଗାଉଥିବା ସଂସ୍ଥା । ଯିଏକି ଟିଏମ୍‌ସି ପାଇଁ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଷ୍ଟ୍ରାଟେଜି ତିଆରି କରୁଛି ।

ଗୁରୁବାର I-PACରେ ରେଡ୍ ବେଳେ ମମତା ଇଡି ଅଧିକାରୀଙ୍କ ଠାରୁ ଲାପଟପ୍, ଫୋନ୍ ଏବଂ ଅନ୍ୟ କାଗଜପତ୍ର ଛଡ଼ାଇ ନେଇ ଯାଇଥିଲେ । କୋଇଲା ଚାଲାଣ ସମ୍ପର୍କିତ ମାମଲାରେ I-PACର ସହ ସଂସ୍ଥାପକ ପ୍ରତୀକ ଜୈନଙ୍କ ଘରେ ଇଡି ଚଢ଼ାଉ କରିଥିଲା ।

ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି

ଇଡି ଚଢ଼ାଉକୁ ନେଇ ହାଇକୋର୍ଟରେ ଏକାଧିକ ଆବେଦନ ହୋଇଛି । ଶୁକ୍ରବାର କୋର୍ଟରେ ଶୁଣାଣି ବେଳେ ଇଡି କହିଛି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବିଧାନିକ ପଦର ଅପବ୍ୟବହାର କରିଛନ୍ତି । କାର୍ଯ୍ୟରତ ଅଧିକାରୀଙ୍କୁ ତଦନ୍ତରେ ବାଧା ଦେବା ସହ ଲାପଟପ୍ ଓ କାଗଜପତ୍ର ଛଡ଼ାଇ ନେଇ ଯାଇଛନ୍ତି । ଏହି ମାମଲାର ସିବିଆଇ ତଦନ୍ତ ଦାବି ସହ ମୁଖ୍ୟମନ୍ତ୍ରୀଙ୍କ ଭୂମିକାର ଯାଞ୍ଚ କରିବାକୁ ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ।

ଇଡି ରେଡ୍‌କୁ ନେଇ ପ୍ରତୀକ ଜୈନ ଓ ତୃଣମୂଳ କଂଗ୍ରେସ ପକ୍ଷରୁ କାଉଣ୍ଟର ପିଟିସନ୍ କୋଲକାତା ହାଇକୋର୍ଟରେ ଦାଖଲ କରାଯାଇଛି । ଅଭିଯୋଗ ହୋଇଛି, ଇଡି ଚଢ଼ାଉର ଉଦ୍ଦେଶ୍ୟ ଟିଏମ୍‌ସିର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିଏମ୍‌ସି କରୁଥିବା ନିର୍ବାଚନୀ ରଣନୀତିକୁ ଜବତ କରିବା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ED Accuses Mamata of Misuse of Power, Seeks CBI Probe | Argus News | Argus News