Mohammed Moquim Reaction / ''କଂଗ୍ରେସ ମୋତେ ବହିଷ୍କାର କରିଛି, କିନ୍ତୁ ମୁଁ କଂଗ୍ରେସଠୁ ଦୂରେଇ ଯାଇନି''
·7 months ago·2 min read

Key Points
ଦଳରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ମୋକିମ୍ । କଂଗ୍ରେସ ମୋତେ ଦୂରେଇ ଦେଇଛି, ହେଲେ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇପାରିବେନି।
ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ । ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କଲା AICC । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ ମିଳିଛି ।
ତେବେ କଂଗ୍ରେସରୁ ବହିଷ୍କାର ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍। ସେ କହିଛନ୍ତି ''କଂଗ୍ରେସ ମୋତେ ବହିଷ୍କାର କରିଛି କିନ୍ତୁ, ମୁଁ କଂଗ୍ରେସଠୁ ଦୂରେଇ ଯାଇନି । କଂଗ୍ରେସ ମୋ ବିଚାରଧାରେ ଅଛି ଓ ରହିବ । ଦଳରୁ ବହିଷ୍କାର ହୋଇଗଲି ମାନେ ରାଜନୀତିରୁ ବାହାରିଗଲି ନୁହେଁ । ମୁଁ ୨୪ ଘଣ୍ଟା ସାମାଜିକ କର୍ମୀ ଥିଲି ଓ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ରହୁଥିଲି । ରାଜନୀତି ମୋ ପାଇଁ ଏକ ପ୍ଲାଟଫର୍ମ'' ।
ସେହିପରି ମହମ୍ମଦ ମୋକିମ୍ ଆହୁରି କହିଛନ୍ତି, ବହିଷ୍କାର ଆଦେଶକୁ ମୁଁ ଗ୍ରହଣ କରୁଛି, ମୋ ଚିଠିର ପ୍ରଭାବ ପଡ଼ିଛି । ଜାତୀୟସ୍ତରରେ ନିଶ୍ଚୟ ମୋ ଚିଠି ଉପରେ ଆଲୋଚନା ହୋଇଛି । କେହି ନା କେହି ସେହି ହ୍ୟାଣ୍ଡଲକୁ ନିଶ୍ଚୟ ଧରି ଦଳକୁ ଆଗକୁ ନେବ । ନିଜର ସମର୍ଥକ ଓ ପ୍ରଶଂସକଙ୍କ ସହ ଆଲୋଚନା କରିବି । ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ମୋକିମ୍ କହିଛନ୍ତି ।
ସୂଚନା ଅନୁସାରେ, ନିକଟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିଲେ ପୂର୍ବତନ ବିଧାୟକ ମୋକିମ୍ ।
ସେ ଲେଖିଥିଲେ, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି । ଜେପି ଆନ୍ଦୋଳନ ସମୟରେ ଗାନ୍ଧି ପରିବାରକୁ ସମାଲୋଚନା କରିଥିବା ଭକ୍ତଙ୍କ ବିଚାରଧାରା କଂଗ୍ରେସଠାରୁ ଭିନ୍ନ । ସେ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି ।
କେବଳ ଏତିକି ନୁହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି । ଯଦି ଖୋଦ୍ ନେତା ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଭରସା ଜିତି ପାରିବେନି ତାହେଲେ କର୍ମୀମାନେ ସ୍ବତଃପ୍ରବୃତ ଭାବରେ ତାଙ୍କ ନେତୃତ୍ବ ଉପରେ ଆସ୍ଥା ହରାଇବେ । ଆଉ ରାଜ୍ୟରେ ଦଳକୁ ଦିଗଦର୍ଶନ ଦେବାରେ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବେ। ଏହି ସ୍ଥିତି ଯୋଗୁଁ ରାଜ୍ୟରେ ତୃଣମୂଳ ସ୍ତରର କର୍ମୀ ଏବେ ଦିଶାହୀନ ହୋଇପଡିଛନ୍ତି ବୋଲି ମୋକିମ ଚିଠି ଲେଖିଥିଲେ ।
ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ୨୦୨୩ରେ ୧୮ ନେତାଙ୍କୁ ଦିଲ୍ଲୀ ଡାକି ଶରତ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା । ୬ଥର ଲୋକସଭା ନିର୍ବାଚନ ହାରିଥିବା ଶତରଙ୍କୁ ଦାୟିତ୍ଵ ଦଳକୁ ଭିତରକୁ ଦୁର୍ବଳ କଲା । ତାଙ୍କ ନେତୃତ୍ଵରେ ଦଳ ସାଧାରଣ ନିର୍ବାଚନ ମାତ୍ର ୧୩ ପ୍ରତିଶତ ଭୋଟ୍ ପାଇଲା । ସେ ନିଜେ ହାରିଲେ ।
ଏହା ସହ ଦଳରେ ନେତୃତ୍ବର ନବୀକରଣ କରାଯାଉ ବୋଲି କହିବା ସହ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇ ସୋନିଆଙ୍କୁ ଚିଠି ଲେଖିଥିଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories