GenZ Voter in India / ଦେଶର କେଉଁ ରାଜ୍ୟରେ ଅଛନ୍ତି କେତେ ଭୋଟର?
·3 weeks ago·2 min read

Key Points
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦେଶର କେଉଁ ରାଜ୍ୟରେ କେତେ ଜେନ୍-ଜି ଭୋଟର (Gen-Z Voter) ଅଛନ୍ତି ତାହାର ଏକ ତାଲିକା ପ୍ରକାଶ କରିଛନ୍ତି।
2026 Assembly Elections in India: ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି କାର୍ଯ୍ୟସୂଚୀ। ଚଳିତ ବର୍ଷ ଦେଶର ୫ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଦୁଚେରୀ ବିଧାନସଭା ପାଇଁ ଅନୁଷ୍ଠିତ ହେବ ନିର୍ବାଚନ। ଆସାମ, କେରଳ ଏବଂ ପୁଦୁଚେରୀରେ ଅପ୍ରେଲ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ସେହିପରି ତାମିଲନାଡୁରେ ଅପ୍ରେଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଅପ୍ରେଲ ୨୩ ଏବଂ ୨୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ।
ଏହି ସମସ୍ତ ରାଜ୍ୟରେ ଏପରି ଅନେକ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ମତଦାନ କରିବେ। ଯେଉଁମାନଙ୍କୁ ସାଧାରଣତଃ ଜେନ୍-ଜି ବୋଲି କୁହାଯାଇଥାଏ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦେଶର କେଉଁ ରାଜ୍ୟରେ କେତେ ଜେନ୍-ଜି ଭୋଟର (Gen-Z Voter) ଅଛନ୍ତି ତାହାର ଏକ ତାଲିକା ପ୍ରକାଶ କରିଛନ୍ତି।
ବିଭିନ୍ନ ରାଜ୍ୟରେ ପ୍ରଥମ ଥର ଭୋଟ ଦେଉଥିବା ଜେନ-ଜି ଭୋଟରଙ୍କ ସଂଖ୍ୟା (୧୮-୧୯ ବର୍ଷ)
ଆସାମ-୫.୭୫ ଲକ୍ଷ
କେରଳ-୪.୨୪ ଲକ୍ଷ
ପୁଦୁଚେରୀ-୨୩,୦୩୩
ତାମିଲନାଡୁ-୧୨.୫ ଲକ୍ଷ
ପଶ୍ଚିମବଙ୍ଗ-୫.୨୩ ଲକ୍ଷ
ବିଭିନ୍ନ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା (୨୦-୨୯ ବର୍ଷ)
ଆସାମ-୬୬.୩୦ ଲକ୍ଷ
କେରଳ-୪୫ ଲକ୍ଷ
ପୁଦୁଚେରୀ-୧.୮୭ ଲକ୍ଷ
ତାମିଲନାଡୁ-୧.୫ କୋଟି
ପଶ୍ଚିମବଙ୍ଗ-୧.୩୧ କୋଟି
ପଶ୍ଚିମବଙ୍ଗରେ କେତେ ଅଛନ୍ତି ଜେନ୍-ଜି ଭୋଟର
ନିର୍ବାଚନ ଆୟୋଗ ଙ୍କ ତଥ୍ୟ ଅନୁଯାୟୀ, ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗରେ ସର୍ବାଧିକ ଜେନ୍-ଜି ଭୋଟର ଅଛନ୍ତି। ସେମାନଙ୍କୁ ମୂଳତଃ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି: ପ୍ରଥମ ଥର ପାଇଁ ଭୋଟର ଯେଉଁମାନଙ୍କ ବୟସ ୧୮-୧୯ ବର୍ଷ ବୟସ ଏବଂ ୨୦-୨୯ ବର୍ଷ ବୟସର ଯୁବ ଭୋଟର। ରାଜ୍ୟରେ ପ୍ରାୟ ୫.୨୩ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ। ସେହିପରି ୨୦-୨୯ ବର୍ଷ ବୟସର ୧.୩୧ କୋଟି ଭୋଟର ଅଛନ୍ତି। ଯଦି ଉଭୟ ବର୍ଗର ଭୋଟରଙ୍କୁ ମିଶାଇ ଦିଆଯାଏ ତାହେଲେ ସେମାନଙ୍କ ସଂଖ୍ୟା ପ୍ରାୟ ୧.୩୬ କୋଟି ହୋଇଯିବ।
ତାମିଲନାଡୁରେ କେତେ ଅଛନ୍ତି ଜେନ୍-ଜି ଭୋଟର
ଜେନ୍-ଜି ଭୋଟର ତାଲିକାରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଜ୍ୟରେ ପ୍ରାୟ ୧୨.୫ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ମତଦାନ କରିବେ। ସେହିପରି ରାଜ୍ୟରେ ୧.୦୫ ଏପରି ଭୋଟର ଅଛନ୍ତି ଯେଉଁମାନଙ୍କ ବୟସ ହେଉଛି ୨୦-୨୯ ବର୍ଷ। ମୋଟାମୋଟି ଭାବରେ ରାଜ୍ୟରେ ପ୍ରାୟ ୧.୧୭ କୋଟି ଜେନ୍-ଜି ଭୋଟର ଅଛନ୍ତି।
ଆସାମରେ କେତେ ଅଛନ୍ତି ଜେନ୍-ଜି ଭୋଟର?
ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ପ୍ରାୟ ୫.୭୫ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ମତଦାନ କରିବେ। ଯେଉଁମାନଙ୍କ ବୟସ ହେଉଛି ୧୮-୧୯ ବର୍ଷ। ସେହିପରି ୨୦-୨୯ ବର୍ଷ ବର୍ଗରେ ୬୬.୩୦ ଲକ୍ଷ ଭୋଟର ଅଛନ୍ତି। ଯଦି ଉଭୟ ବର୍ଗର ଭୋଟର ସଂଖ୍ୟାକୁ ମିଶାଇ ଦିଆଯାଏ ତାହେଲେ ମୋଟାମୋଟି ଭାବରେ ରାଜ୍ୟରେ ପ୍ରାୟ ୭୨ ଲକ୍ଷ ଜେନ୍-ଜି ଭୋଟର ଅଛନ୍ତି।
କେରଳରେ କେତେ ଅଛନ୍ତି ଜେନ୍-ଜି ଭୋଟର?
କେରଳରେ ମଧ୍ୟ ଯୁବ ଭୋଟରଙ୍କ ସଂଖ୍ୟା ଅଧିକ। ତଥ୍ୟ ଦର୍ଶାଉଛି ଯେ ୧୮ ବର୍ଷରୁ ୧୯ ବର୍ଷ ବୟସ ମଧ୍ୟରେ ପ୍ରାୟ ୪.୨୪ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ। ସେହିପରି ୨୦ ବର୍ଷରୁ ୨୯ ବର୍ଷ ବୟସ ବର୍ଗରେ ପ୍ରାୟ ୪୫ ଲକ୍ଷ ଭୋଟର ଅଛନ୍ତି। ମୋଟାମୋଟି ଭାବରେ ରାଜ୍ୟରେ ପ୍ରାୟ ୪୯ ଲକ୍ଷ ଜେନ୍-ଜି ଭୋଟର ଅଛନ୍ତି।
ପୁଦୁଚେରୀରେ କେତେ ଅଛନ୍ତି ଜେନ୍-ଜି ଭୋଟର?
ଜେନ୍-ଜି ଭୋଟରଙ୍କ ସଂଖ୍ୟା ପୁଦୁଚେରୀରେ କମ ରହିଛି। ୧୮ ବର୍ଷରୁ ୧୯ ବର୍ଷ ବୟସ ମଧ୍ୟରେ ପ୍ରାୟ ୨୩,୦୩୩ ଭୋଟର ପ୍ରଥମ ଥର ପାଇଁ ମତଦାନ କରିବେ। ସେହିପରି ୨୦ ବର୍ଷରୁ ୨୯ ବର୍ଷ ବୟସ ବର୍ଗରେ ୧.୮୭ ଲକ୍ଷ ଭୋଟର ଅଛନ୍ତି। ମୋଟାମୋଟି ଏଠାରେ ପ୍ରାୟ ୨ ଲକ୍ଷରୁ ଜେନ୍-ଜି ଭୋଟର ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories