Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କିଏ ହେବ ଆଗାମୀ ତାମିଲନାଡୁ CM ? ସତ କହିଦେଲେ ହେମାମାଳିନୀ

Politics

Tamil Nadu CM / କିଏ ହେବ ଆଗାମୀ ତାମିଲନାଡୁ CM ? ସତ କହିଦେଲେ ହେମାମାଳିନୀ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
କିଏ ହେବ ଆଗାମୀ ତାମିଲନାଡୁ CM ? ସତ କହିଦେଲେ ହେମାମାଳିନୀ
Tamil Nadu CM

Key Points

ସତ କହିଦେଲେ ହେମାମାଳିନୀ
କିଏ ହେବ ଆଗାମୀ ତାମିଲନାଡୁ CM
ଜଣାପଡ଼ିଗଲା ସତ । ହେମାମାଳିନୀ କହିଲେ କିଏ ହେବ ତାମିଲନାଡୁର ଆଗାମୀ ମୁଖ୍ୟମନ୍ତ୍ରୀ। ଐତିହାସିକ ବିଜୟ, ଥାଲ୍ଲାପତି ଏବେ ଜନନାୟକ । ତାମିଲନାଡ଼ୁ ନିର୍ବାଚନରେ TVK ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି । ସଂଖ୍ୟା ଗରିଷ୍ଠତା ହାସଲ ଠାରୁ ଦଳ କିଛି ଆସନ ଦୂରରେ ରହିଛି । ସରକାର ଗଠନ ପାଇଁ TVKକୁ ସମର୍ଥନ ଆବଶ୍ୟକ ପଡ଼ିବ ।ତାମିଲନାଡ଼ୁର ୨୩୪ଟି ଆସନ ଲାଗି ମତ ଗଣନା ଜାରି ରହିଛି । ଗଣତି ଜାରି ରହିଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା TVK ୧୦୬ଟି ଆସନରେ ଆଗୁଆ ରହିଛି, ଗୋଟିଏ ଜିତିଛି । ଡିଏମ୍‌କେ ୫୬ଟିରେ ଲିଡ୍ କରୁଥିବା ବେଳେ ୩ଟିରେ ବିଜୟୀ ହୋଇଛି ।

ଏହାପରେ ବିଜୟଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହାସହ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ତାମିଲନାଡୁ ଓ ପୁଡୁଚେରୀ ନିର୍ବାଚନ ଫଳାଫଳ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୁଡୁଚେରୀରେ ଲଗାତାର ତୃତୀୟବାର ବିଜେପିର ବିଜୟ ସୁଶାସନର ପ୍ରମାଣ। ସେହିପରି ତାମିଲନାଡୁରେ ଦ୍ରାବିଡ ପାର୍ଟିମାନଙ୍କ ଦୀର୍ଘ ବର୍ଚସ୍ୱକୁ ଜବାବ ମିଳିଛି। ଏ ନେଇ ହେମାମାଳିନୀ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ତାମିଲନାଡୁ ଜନତା ରାଜ୍ୟରେ ଚଳି ଆସୁଥିବା ଦ୍ରାବିଡ଼ ବର୍ଚସ୍ୱରୁ ମୁହଁ ମୋଡିଛନ୍ତି।

ଯୁବଭୋଟରଙ୍କ ସମର୍ଥନ ବିଜୟଙ୍କ ଜିତ୍ କୁ ଖାସ କରିଛି। ଏଥିରେ ହେମା ମାଳିନୀଙ୍କ ଏହି ପ୍ରତିକ୍ରିୟା ରାଜନୈତିକ ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ହେମା ଦୀର୍ଘ ସମୟରୁ ବିଜେପିର ପ୍ରତିନିଧିତ୍ୱ କରିଆସୁଛନ୍ତି। ଥଲାପଥୀଙ୍କୁ କେବଳ ହେମା ମାଳିନୀ ନୁହନ୍ତି ଦକ୍ଷିଣୀ ଅଭିନେତା ନାନୀ, ହିନ୍ଦୀ ଫିଲ୍ମ ଅଭିନେତା ଟାଇଗର ସ୍ରଫଙ୍କ ସମେତ ଅନେକ ଅଭିନେତା ଓ ଅଭିନେତ୍ରୀ ଶୁଭେଛା ଜଣାଉଛନ୍ତି। ତାଙ୍କ ଖାସ ବନ୍ଧୁ ତୃଷା କୃଷ୍ଣନ ତାଙ୍କୁ ଭେଟିବା ପାଇଁ ଘରକୁ ପହଞ୍ଚି ଯାଇଛନ୍ତି। ରାଜ୍ୟର ଯୁବବର୍ଗ ବିପୁଳ ସଂଖ୍ୟାରେ ଚଳଚିତ୍ର ଅଭିନେତା ଜୋସେଫ ବିଜୟ (ଥଲାପଥୀ ବିଜୟ)ଙ୍କୁ ଭୋଟ ଦେଇଛନ୍ତି। ହେମା ଲେଖିଛନ୍ତି ଯେ ‘ମୁଁ ବିଜୟଙ୍କୁ ତାଙ୍କ ନୂଆ ରାଜନୈତିକ ଯାତ୍ରା ନିମନ୍ତେ ଶୁଭକାମନା ଜଣାଉଛି, ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି’।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁରେ ସରକାର ଗଠନ ପାଇଁ TVK ଆଗରେ ୩ଟି ରାସ୍ତା, ବୁଝନ୍ତୁ ସମୀକରଣ...

ଉଲ୍ଲେଖଯୋଗ୍ୟ ଯେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଥଲାପଥୀ ବିଜୟଙ୍କ ପାର୍ଟି ତମିଲଗା ୱେତ୍ରୀ କଜଗମ (ଟିଭିକେ) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ତ ପରବର୍ତ୍ତୀ ସମୟରେ ଜଣାପଡ଼ିବ। କିନ୍ତୁ ବିଜୟଙ୍କ ବିଜୟ ନିଶ୍ଚିନ୍ତପକ୍ଷେ ବଡ଼ ସଫଳତା। ଯଦି ତାମିଲନାଡ଼ୁ ନିର୍ବାଚନରେ TVK ଏକାକୀ ୧୦୫ରୁ ୧୧୨ ଆସନ ହାତଏ । ତାହେଲେ କଂଗ୍ରେସ (୪) ପିଏମ୍‌କେ (୪), ସିପିଆଇ (୩), ଆଇୟୁଏମ୍‌ଲ୍ (୨), ଭିସିକେ (୨) ଭଳି ଦଳ ସହ ବୁଝାମଣା କରି ସରକାର ଗଢ଼ିବା ଲାଗି ନମ୍ବର ହାତେଇ ପାରିବ । ଏଭଳି ହେଲେ ବିଜୟ କ୍ଷମତା ବଣ୍ଟନ ନ କରି ନିଜେ ଗାଦିରେ ବସି ପାରିବେ । ତେବେ ସହଯୋଗୀ ଦଳଙ୍କ କ୍ଯାବିନେଟ୍‌ରେ ବଡ଼ ବିଭାଗ ଦେବାକୁ ପଡ଼ିପାରେ । ଯାହାକି ବିଜୟ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଭାବିତ କରିପାରେ ।

ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Tamil Nadu CM | Hema Malini Reacts to Thalapathy Vijay’s Win: Who Will Be the Next Tamil Nadu CM? | Argus News