Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାମିଲନାଡ଼ୁରେ ସରକାର ଗଠନ ପାଇଁ TVK ଆଗରେ ୩ଟି ରାସ୍ତା, ବୁଝନ୍ତୁ ସମୀକରଣ...

Politics

Game of Alliances Begins / ତାମିଲନାଡ଼ୁରେ ସରକାର ଗଠନ ପାଇଁ TVK ଆଗରେ ୩ଟି ରାସ୍ତା, ବୁଝନ୍ତୁ ସମୀକରଣ...

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ତାମିଲନାଡ଼ୁରେ ସରକାର ଗଠନ ପାଇଁ TVK ଆଗରେ ୩ଟି ରାସ୍ତା, ବୁଝନ୍ତୁ ସମୀକରଣ...
Tamil Nadu Hung Assembly

Key Points

ଅପରାହ୍ଣ ୪ଟା ସୁଦ୍ଧା TVK ୧୦୬ଟି ଆସନରେ ଆଗୁଆ ରହିଛି, ଗୋଟିଏ ଜିତିଛି । ଡିଏମ୍‌କେ ୫୬ଟିରେ ଲିଡ୍ କରୁଥିବା ବେଳେ ୩ଟିରେ ବିଜୟୀ ହୋଇଛି । ସରକାର ଗଠନ ପାଇଁ  ମ୍ୟାଜିକ୍ ନମ୍ବର ବିଜୟ ଥଲ୍ଲାପତିଙ୍କ ପାଖରେ ନାହିଁ ।
ଚେନ୍ନାଇ: ଐତିହାସିକ ବିଜୟ, ଥାଲ୍ଲାପତି ଏବେ ଜନନାୟକ । ତାମିଲନାଡ଼ୁ ନିର୍ବାଚନରେ TVK ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି । ସଂଖ୍ୟା ଗରିଷ୍ଠତା ହାସଲ ଠାରୁ ଦଳ କିଛି ଆସନ ଦୂରରେ ରହିଛି । ସରକାର ଗଠନ ପାଇଁ TVKକୁ ସମର୍ଥନ ଆବଶ୍ୟକ ପଡ଼ିବ ।

ତାମିଲନାଡ଼ୁର ୨୩୪ଟି ଆସନ ଲାଗି ମତ ଗଣନା ଜାରି ରହିଛି । ଗଣତି ଜାରି ରହିଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା TVK ୧୦୬ଟି ଆସନରେ ଆଗୁଆ ରହିଛି, ଗୋଟିଏ ଜିତିଛି । ଡିଏମ୍‌କେ ୫୬ଟିରେ ଲିଡ୍ କରୁଥିବା ବେଳେ ୩ଟିରେ ବିଜୟୀ ହୋଇଛି ।

ଏଥିସହ ପଢ଼ନ୍ତୁ: ବିଜୟଙ୍କ ୫ ମାଷ୍ଟର ପ୍ଲାନ: ତାମିଲନାଡୁରେ ବଡ଼ ପରିବର୍ତ୍ତନ 

ସେହିଭଳି ଏଆଇଡିଏମ୍‌କେ ୪୭ଟି ଆସନରେ ଲିଡ୍ କରୁଛି । କଂଗ୍ରେସ ଗୋଟିଏ ଆସନରେ ଜିତିଥିବା ବେଳେ ୪ଟିରେ ଆଗୁଆ ଚାଲିଛି । ୨୩୪ଟି ଆସନ ବିଶିଷ୍ଟ ତାମିଲନାଡ଼ୁରେ ବହୁମତ ହେଉଛି ୧୧୮ ।

ହେଲେ ଏହି ମ୍ୟାଜିକ୍ ନମ୍ବର ତାମିଲନାଡ଼ୁ ନିର୍ବାଚନରେ ସବୁଠୁ ବଡ଼ ଦଳ ବିଜୟ ଥଲ୍ଲାପତିଙ୍କ ପାଖରେ ନାହିଁ । ତେଣୁ, ତାମିଲନାଡ଼ୁରେ ସରକାର ଗଠନ ପାଇ ବିଜୟଙ୍କ TVKକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିପାରେ ।

ସରକାର ଗଠନ ପାଇଁ TVK ପାଖରେ ୩ ବିକଳ୍ପ

ଛୋଟ ଦଳ ସହ ବୁଝାମଣା

ଯଦି ତାମିଲନାଡ଼ୁ ନିର୍ବାଚନରେ TVK ଏକାକୀ ୧୦୫ରୁ ୧୧୨ ଆସନ ହାତଏ । ତାହେଲେ କଂଗ୍ରେସ (୪) ପିଏମ୍‌କେ (୪), ସିପିଆଇ (୩), ଆଇୟୁଏମ୍‌ଲ୍ (୨), ଭିସିକେ (୨) ଭଳି ଦଳ ସହ ବୁଝାମଣା କରି ସରକାର ଗଢ଼ିବା ଲାଗି ନମ୍ବର ହାତେଇ ପାରିବ ।

ଏଭଳି ହେଲେ ବିଜୟ କ୍ଷମତା ବଣ୍ଟନ ନ କରି ନିଜେ ଗାଦିରେ ବସି ପାରିବେ । ତେବେ ସହଯୋଗୀ ଦଳଙ୍କ କ୍ଯାବିନେଟ୍‌ରେ ବଡ଼ ବିଭାଗ ଦେବାକୁ ପଡ଼ିପାରେ । ଯାହାକି ବିଜୟ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଭାବିତ କରିପାରେ ।

ବଳିଷ୍ଠ ମେଣ୍ଟ (AIADMK ସହ ମେଣ୍ଟ)

ତାମିଲନାଡ଼ୁ ନିର୍ବାଚନରେ AIADMK ତୃତୀୟ ବଡ଼ ଦଳ ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ TVK-AIADMK ମେଣ୍ଟ ହେଲେ ସଂଖ୍ୟା ୧୬୦ ପାର୍ କରିବ । AIADMKର ପାଲାନିସ୍ଵାମୀଙ୍କ ନିକଟରେ ପ୍ରଶାସନିକ ଅନୁଭବ ରହିଛି । ଯାହାକି ବିଜୟଙ୍କୁ ପ୍ରଥମଥର ଦକ୍ଷ ସରକାର ଲାଗି ସହାୟକ ହୋଇପାରେ ।

ଇଣ୍ଡି ମେଣ୍ଟ (କଂଗ୍ରେସ-ଡିଏମ୍‌କେ)

ରାଜନୀତିରେ ପାଦ ଥାପିବା ବେଳେ DMKକୁ ୧ ନମ୍ବର ରାଜନୈତିକ ଶତ୍ରୁ ଭାବେ ବିଜୟ ଚିତ୍ରଣ କରିଥିଲେ । ତେବେ ଏଭଳି କ୍ଷେତ୍ରରେ ଇଣ୍ଡି ମେଣ୍ଟରେ ଥିବା କଂଗ୍ରେସ ମଧ୍ୟସ୍ଥି ସାଜିପାରେ । ବିଜୟଙ୍କୁ ବୁଝାଇ ଇଣ୍ଡି ମେଣ୍ଟରେ ସାମଲ୍ କରି ନିରପେକ୍ଷତାର ବାର୍ତ୍ତା ଦେବାକୁ ପ୍ରୟାସ ହୋଇପାରେ ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁରେ DMK କୁ ବଡ଼ ଝଟକା, CM ଷ୍ଟାଲିନଙ୍କୁ ହରାଇଲେ TVK ପ୍ରାର୍ଥୀ 

ତେବେ ଏହି ବିକଳ୍ପ ବିଜୟ ଆପଣାଇ ନ ପାରନ୍ତି । କାରଣ- ଡିଏମ୍‌କେର ଦୁର୍ନୀତି କଥା କହି ଷ୍ଟାଲିନ୍‌ଙ୍କ ଡିଲ୍‌ ଉପରୁ ପରଦା ହଟାଇବା ପ୍ରତିଶ୍ରୁତି ଦେଇ ଜନତାଙ୍କ ଭରସା ଜିତିଛନ୍ତି ବିଜୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TVK Near Majority in Tamil Nadu: 3 Ways Vijay Can Form Government | Argus News | Argus News