Assam Politics / ୧୧ରେ ଆସାମରେ ଶପଥ ଗ୍ରହଣ ! ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା

Key Points
ଶପଥ ଗ୍ରହଣ ସମାରୋହ ନେଇ ସଂକେତ ଦେଲେ ହିମନ୍ତ ବିଶ୍ବଶର୍ମା
'ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରିଛୁ'
ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା
ଆସନ୍ତା ୧୧ ତାରିଖରେ ଆସାମରେ ଗଠନ ହୋଇପାରେ ନୂଆ ସରକାର । ଶପଥ ଗ୍ରହଣ ସମାରୋହ ନେଇ ସଂକେତ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆମେ ପ୍ରଧାନମନ୍ତ୍ରୀଙ୍କୁ ଆମ ସରକାରର ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରିଛୁ । ଆମେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛୁ କାରଣ ଏଥର ଆମେ ୧୦୦ରୁ ଅଧିକ ଆସନ ଜିତିବା ସହ ବିଜୟର ହ୍ୟାଟ୍ରିକ୍ ଅର୍ଜନ କରିଛୁ ବୋଲି ହିମନ୍ତ କହିଛନ୍ତି ।
ତେବେ ଆସାମ ନୂଆ ସରକାରର ରୂପରେଖ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଦ୍ୱାରା ଶ୍ରୀ ଜେ.ପି. ନଡ୍ଡା ଏବଂ ନାୟବ ସିଂ ସୈନୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଦଳର ନେତା କିଏ ହେବେ, ତାହା ବିଧାୟକ ଦଳ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହିମନ୍ତ ।
ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା । ଆସାମ ନିର୍ବାଚନ ୨୦୨୬ର ଫଳାଫଳ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବା ପରେ ଏବଂ ନୂତନ ସରକାର ଗଠନ ପାଇଁ ପଥ ପ୍ରଶସ୍ତ କରିବାକୁ ଯାଇ ହିମନ୍ତ ବିଶ୍ୱ ଶର୍ମା ଆଜି ଲୋକ ଭବନଠାରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ।
ସେ ନିଜର ଏବଂ ମନ୍ତ୍ରୀ ପରିଷଦର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଏଥର ଯୁଦ୍ଧ ହେବ ବନ୍ଦ: ପଶ୍ଚିମବଙ୍ଗ ବିଜୟ ପରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
ସେପଟେ ପୁଣି ତାମିଲନାଡୁରେ ସରକାର ଗଠନ ପାଇଁ ବିଜୟ ଥାଲାପତି, ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି । ଆଜି ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ନିମନ୍ତ୍ରଣ ମାଗିପାରନ୍ତି । ୨୩୪ ଆସନ ବିଶିଷ୍ଟ ବିଧାନସଭାରେ TVK ୧୦୮ଟି ଆସନ ଜିତି ସର୍ବବୃହତ ଦଳ ହୋଇଛି । ସଂଖ୍ୟାଗରିଷ୍ଠତା ପାଇଁ ୧୧୮ଟି ଆସନ ଆବଶ୍ୟକ ହେଉଥିବାରୁ ବିଜୟ ଏବେ ଅନ୍ୟ ଦଳର ସମର୍ଥନ ଲୋଡୁଛନ୍ତି ।
ବିଜୟ କଂଗ୍ରେସ , CPI, CPI(M) ଏବଂ VCK ପାର୍ଟିର ସମର୍ଥନ ପାଇଁ ଯୋଗାଯୋଗ କରୁଛନ୍ତି । କଂଗ୍ରେସ ପକ୍ଷରୁ ସର୍ତ୍ତମୂଳକ ସମର୍ଥନ ମିଳିବାର ସଂକେତ ମିଳିଛି, ଯେଉଁଥିରେ ସେମାନେ କ୍ୟାବିନେଟରେ ଦୁଇଟି ମନ୍ତ୍ରୀ ପଦ ଦାବି କରିପାରନ୍ତି ।
ଯଦି ସବୁକିଛି ଠିକ୍ ରହେ ଏବଂ ରାଜ୍ୟପାଳ ସନ୍ତୁଷ୍ଟ ହୁଅନ୍ତି, ତେବେ ଆସନ୍ତାକାଲି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ନିର୍ବାଚନରେ DMK ୫୯ଟି ଏବଂ AIADMK ୪୭ଟି ଆସନ ପାଇଛନ୍ତି । ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଦ୍ରାବିଡ଼ ଦଳର ପ୍ରଭାବକୁ ବିଜୟ ଏକାକୀ ଶେଷ କରିବାରେ ସଫଳ ହୋଇଛନ୍ତି ।
📱 Get Argus News App
✨Related Topics
Explore more stories