BJP Hatrick in Assam / ଆସାମରେ ହ୍ୟାଟ୍ରିକ ମାରିଲା ବିଜେପି; ଜାଣନ୍ତୁ ବିଜୟ ପଛର ୫ କାରଣ
·1 hour ago·3 min read

Key Points
ଲଗାତାର ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ୨୦୨୬ ମିଶାଇ ବିଜେପି ୨୦୧୬ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ବାଜିମାତ କରି ଏଥର ହ୍ୟାଟ୍ରିକ ମାରିଛି।
Assam Assembly Election 2026 Result Update: ଘୋଷାଣା ହୋଇସାରିଛି ୨୦୨୬ ଆସାମ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ବିଜେପି ହ୍ୟାଟ୍ରିକ ମାରିଛି। ରାଜ୍ୟର ମୋଟ ୧୨୬ ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୮୨ ଆସନ ପାଇଛି। ସେହିପରି ଦଳର ମେଣ୍ଟ ସହଯୋଗୀ ବୋଡ଼ୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍) ଏବଂ ଆସାମ ଗଣ ପରିଷଦ (ଏଜିପି) ସମାନ ସଂଖ୍ୟକ ୧୦-୧୦ ଆସନ ପାଇଛନ୍ତି। ଆସାମରେ ସରକାର ଗଠନ କରିବା ଲାଗି ମୋଟ ୬୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
ବିଜେପି ପାଖରେ ଆବଶ୍ୟକୀୟ ବହୁମତ ଠାରୁ ୧୮ ଜଣ ବଳକା ବିଧାୟକ ରହିଛନ୍ତି। ଏହା ସହିତ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ପାଖରେ ମୋଟ ୧୦୨ ବିଧାୟକ ଅଛନ୍ତି। ଯାହା ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଠାରୁ ୩୮ ଅଧିକ। ବାକି ୨୪ ଆସନ ମଧ୍ୟରୁ କଂଗ୍ରେସ ୧୯, ରାଇଜୋର ଦଳ ୨, ଏଆଇୟୁ଼ଡି଼ଏଫ୍ ୨ ଏବଂ ତୃଣମୂଳ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି। ୨୦୨୬ ମିଶାଇ ବିଜେପି ୨୦୧୬ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ବାଜିମାତ କରି ଏଥର ହ୍ୟାଟ୍ରିକ ମାରିଛି।
ଦଳକୁ ମିଳିଥିବା ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିରନ୍ତର ଆକ୍ରମଣାତ୍ମକ ରଣନୀତି ମୁଖ୍ୟଲ ଭୂମିକା ଗ୍ରହଣ କରିଥିଲା। ଆସାମ ବିଧାନସଭା ନିର୍ବାଚନରେ ଏହା ଦଳର ଲଗାତାର ତୃତୀୟ ବିଜୟ। ପରିଚୟ ରାଜନୀତି, ବିକାଶ ପ୍ରସଙ୍ଗ, ଦୃଢ଼ ନେତୃତ୍ୱ, ଆକ୍ରମଣାତ୍ମକ ଅଭିଯାନ ବିଜେପି ପାଇଁ ବିଜୟ ପଥକୁ ସୁଗମ କରିଥିଲା। ଯଦି ଏହି ଧାରା ଜାରି ରହେ, ତାହେଲେ ଭବିଷ୍ୟତରେ ଆସାମ ରାଜନୀତିରେ ବିଜେପି ଏହାର ଜନାଧାର ଏବଂ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହେବ। ଆସାମରେ ବିଜେପିର ଲଗାତାର ତୃତୀୟ ବିଜୟ ପଛରେ ରହିଥିବା ୫ ପ୍ରମୁଖ କାରଣ...
୧.ପରିସୀମନ ପ୍ରଭାବ
୨୦୨୩ରେ ଆସମରେ ହୋଇଥିବା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ସମଗ୍ର ରାଜ୍ୟର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଥିଲା। ପୂର୍ବରୁ ସଂଖ୍ୟାଲଘୁ (ମୂଳତଃ ମୁସଲିମ ଭୋଟର) ଭୋଟବ୍ୟାଙ୍କ ପ୍ରାଧାନ୍ୟ ରହିଥିବା ପ୍ରାୟ ଆସନ ସଂଖ୍ୟା ୩୫ ରୁ ୨୩ କୁ ହ୍ରାସ ପାଇଥିଲା। ଏହି ପରିବର୍ତ୍ତନ ରାଜ୍ୟ ରାଜନୀତିରେ ଆଦିବାସୀ ସମ୍ପ୍ରଦାୟର ପ୍ରଭାବକୁ ବୃଦ୍ଧି କରିଥିଲା। ଅନେକ ଆସନରେ ପୁରୁଣା ଭୋଟ-ବ୍ୟାଙ୍କ ସମୀକରଣ ବିଗିଡ଼ି ଯାଇଥିଲା। କଂଗ୍ରେସ ଏବଂ ତୃତୀୟ ସର୍ବବୃହତ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁ଼ଡି଼ଏଫ୍) ଆବଶ୍ୟକୀୟ ଭୋଟ ପାଇଥିଲେ ଏହା ସେମାନଙ୍କ ଆସନ ବଢାଇ ପାରିନଥିଲା। ବାରାକ ଉପତ୍ୟକା ଅଞ୍ଚଳର ବିଧାନସଭା ଆସନର ପୁନର୍ଗଠନ ପ୍ରମୁଖ ନେତାଙ୍କୁ ନୂତନ ନିର୍ବାଚନମଣ୍ଡଳୀ ଖୋଜିବାକୁ ବାଧ୍ୟ କରିଥିଲା।
୨. ଅନୁପ୍ରବେଶ ଏବଂ ପରିଚୟ ରାଜନୀତି
ପରିଚୟ ପ୍ରସଙ୍ଗ ସର୍ବଦା ଆସାମ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଆସିଛି। ହେଲେ ଏଥର ବିଜେପି ଏହାକୁ ଅଧିକ ଆକ୍ରମଣାତ୍ମକ ଶୈଳୀରେ ଉପସ୍ଥାପନ କରି ଜନ ସମର୍ଥନ ଯୋଗାଡ଼ କରିବା ଯୋଜନାରେ ରହିଥିଲା। CAA-NRC ଅସାମୀୟା ସମ୍ପ୍ରଦାୟର ପରିଚୟ ସହିତ ଜଡିତ ରହିଥିଲା। ସରକାରୀ ଜମିରୁ ଜବରଦଖଲ ହଟାଇବା ଆସମୀୟା ସଂସ୍କୃତିକୁ ପୁନର୍ବାର ସଂରକ୍ଷଣ କରିବା ସହିତ ଜଡିତ ରିଥିଲା। ନିର୍ବାଚନରେ "ଜାତି, ମାଟି, ଭେଟି" ସ୍ଲୋଗାନ ନାରା ଦିଆ ଯାଇଥିଲା। ଯାହା ସହିତ ଅସାମୀୟା ଭାଷାଭାଷା ଲୋକଙ୍କ ମନରେ ବାରମ୍ବାର ପ୍ରତିଧ୍ୱନିତ ହୋଇଥିଲା। ହିମନ୍ତ ବିଶ୍ୱ ଶର୍ମା ଏହି ପ୍ରସଙ୍ଗକୁ କେବଳ ଆଇନ ଶୃଙ୍ଖଳା ସମସ୍ୟା ଭାବରେ ନୁହେଁ ବରଂ ଏହା ସେମାନଙ୍କ ଅସ୍ଥିତ୍ୱ ପାଇଁ ଏକ ଲଢ଼େଇ ଭାବରେ ଉପସ୍ଥାପନ କରିଥିଲେ। ଯାହା ରାଜ୍ୟବାସୀଙ୍କ ମଧ୍ୟରେ ଏକତା ବୃଦ୍ଧି କରିଥିଲା।
୩. ଅରୁଣୋଦୟ ଏବଂ DBT ସହିତ କଲ୍ୟାଣ ମଡେଲ
ଆସାମରେ ବିଜେପିର ବିଜୟ ପଛରେ ରହିଥିବା ସବୁଠାରୁ ବଡ଼ କାରଣ ହେଉଛି ଏହାର ଲାଭାର୍ଥୀ ମଡେଲ। ଅରୁଣୋଦୟ ଯୋଜନା ଅଧିନରେ ୨୬ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ପଠା ଯାଇଥିଲା। ଏହାର ପ୍ରଭାବ ଗ୍ରାମାଞ୍ଚଳରେ ସିଧାସଳଖ ଅନୁଭୂତ ହୋଇଥିଲା। ଏହା ବିଜେପି ପାଇଁ ଜାତି ଏବଂ ଧର୍ମ ବାଧାକୁ ଅତିକ୍ରମ କରି ଏକ ସମାବେଶୀ ଭୋଟ ବ୍ୟାଙ୍କ ସୃଷ୍ଟି କରିବାରେ ସହାୟକ ହୋଇଥିଲା।
୪. ଚା' ବଗିଚା ଏବଂ ଆଦିବାସୀ ଅଞ୍ଚଳରେ ପ୍ରଭାବ
ଆସାମର ମୋଟ ୧୨୬ ଆସନ ମଧ୍ୟରୁ ପ୍ରାୟ ୩୫-୪୫ ଆସନରେ ଚା' ବଗିଚାରେ କାମ କରୁଥିବା ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଯାହା ପୂର୍ବରୁ କଂଗ୍ରେସ ଗଡ଼ ଭାବରେ ପରିଚିତ ଥିଲା। ହେଲେ ୨୦୧୬ ନିର୍ବାଚନରେ ବାଜିମାତ କରିବା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ଚା' ବଗିଚାରେ ଶ୍ରମିକ ଭାବରେ କାମ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଜୁରୀ ବୃଦ୍ଧି କରିଥିଲା। ସେମାନଙ୍କୁ ପକ୍କା ଘର, ବିଦ୍ୟୁତ୍ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲା ବିଜେପି ସରକାର। ବିଭିନ୍ନ ଜନଜାତି ମଧ୍ୟରେ ଚୁକ୍ତିନାମା (ବୋଡୋ ଏବଂ କାର୍ବି) ସେମାନଙ୍କ ଅଞ୍ଚଳରେ ସ୍ଥିରତା ଆଣିଥିଲା। ଯାହା ଫଳ ସ୍ୱରୂପ ଆଦିବାସୀ ବହୁଳ ଅଞ୍ଚଳର ମତାଦାତା ଖୋଲାଖୋଲି ବିଜେପି ଉଦ୍ଦେଶ୍ୟରେ ସମର୍ଥନ ଜଣାଇଥିଲା।
୫.ବିଭାଜିତ ହୋଇପଡ଼ିଥିବା ବିରୋଧି ମେଣ୍ଟ
ଏହି ନିର୍ବାଚନରେ ବିରୋଧିଙ୍କ ମଧ୍ୟରେ ଏକତାର ଅଭାବ ରହିଥିବା ସ୍ପଷ୍ଟ ଭାବରେ ପ୍ରତୀୟମାନ ହେଉଥିଲା। ଯଦିଓ ରାଜ୍ୟର ଦ୍ୱିତୀୟ ସର୍ବବୃହତ ଦଳ କଂଗ୍ରେସ ସହିତ ଆସାମ ଜାତୀୟ ପାର୍ଟି ଏବଂ ରାଇଜୋର ଦଳ ମେଣ୍ଟ କରିଥିଲେ, ହେଲେ ଏହା ସେତେ ପ୍ରଭାବଶାଳୀ ହୋଇ ପାରିନଥିଲା। ବିରୋଧି ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ଏବଂ କୌଣସି ସ୍ପଷ୍ଟ ବିକଳ୍ପ ଉପସ୍ଥାପିତ ହୋଇନଥିଲା। ଅନ୍ୟପକ୍ଷରେ ଏଆଇୟୁ଼ଡି଼ଏଫ୍ ଏବଂ ତୃଣମୂଳ କଂଗ୍ରେସ ପୃଥକ ପୃଥକ ଭାବରେ ନିର୍ବାଚନ ଲଢିଥିଲେ। ଯେଉଁଥିପାଇଁ ସେମାନଙ୍କର ଭୋଟ୍ ବ୍ୟାଙ୍କ ପରସ୍ପର ମଧ୍ୟରେ ବାଣ୍ଟି ହୋଇଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
BJP Hatrick in AssamAssam Assembly Election 2026 Result UpdateAssam Election Result 2026Himanta Biswa Sarma victoryBJP win in Assam 102 seatsAssam CM second termBJP-AGP-BPF allianceGame-changer factors in Assam pollsOrunodoi scheme impactIndigenous identity issues AssamWhy BJP won Assam againHimanta Biswa Sarma leadershipBJP strike rate in AssamSaffron surge in Northeast