Naveen Patnaik / ଆଦିବାସୀ ନେତାଙ୍କୁ କେମିତି ଅପମାନିତ କରୁଥିଲେ ନବୀନ ? ମୁହଁ ଖୋଲିଲେ ଲାଲ ବିହାରୀ ହିମିରିକା

Key Points
ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକାଙ୍କ ବିସ୍ଫୋରକ ବୟାନ । ଜଣେ ବଡ଼ ଆଦିବାସୀ ନେତାଙ୍କୁ କେମିତି ଅପମାନିତ କରୁଥିଲେ ନବୀନ ସେନେଇ ମୁହଁ ଖୋଲିଲେ ।
ବଡ଼ ଆଦିବାସୀ ନେତାଙ୍କୁ ଅପମାନିତ କରୁଥିଲେ ନବୀନ । ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପ ବାଚସ୍ପତି ଲାଲବିହାରି ହିମିରିକା । ସେ କହିଛନ୍ତି ଯେତେବେଳେ ବିଜେଡି ସରକାର ଅମଳରେ ସେ ମନ୍ତ୍ରୀ ପଦରେ ଥିଲେ ଏବଂ କୋଷାଧ୍ୟକ୍ଷ ପଦରେ ଥିଲେ ସେତେବେଳେ ନବୀନ ନିବାସକୁ ପ୍ରବେଶ କରିବାରେ କିଛି ଅସୁବିଧା ହେଉନଥିଲା । ହେଲେ ପରବର୍ତ୍ତୀ ସମୟରେ ନବୀନ ନିବାସରେ ପଶି ପାରିନଥିଲେ ବୋଲି ଲାଲ୍ ବିହାରୀ ହିମିରିକା କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ଯେତେବଳେ ସେ ନବୀନ ନିବାସ ଯିବା ସମୟରେ ସୁରକ୍ଷାକର୍ମୀ ତାଙ୍କୁ ଗେଟ୍ ମୁହଁରେ ଅଟକାଇ ଦେଉଥିଲେ । ଦରଖାସ୍ତ ଓ ମୋବାଇଲ ନମ୍ବର ଦେବା ପାଇଁ କହୁଥିଲେ । ଏପରିକି ଲାଲବିହାରି ଦରଖାସ୍ତ ଏବଂ ମୋବାଇଲ ନମ୍ବର ଦେଇ ସେଠାରୁ ଫେରିଆସୁଥିଲେ । ସୁରକ୍ଷା କର୍ମୀଙ୍କୁ ବଡ଼ ଅଫିସରଙ୍କ ଏପରି ନିର୍ଦ୍ଦେଶ ଥିଲା ବୋଲି ସେ କହିଛନ୍ତି । ଏହିପରି ଭାବେ ନବୀନ ଏହି ବଡ଼ ଆଦିବାସୀ ନେତାଙ୍କୁ ଅପମାନିତ କରି ଫେରାଇ ଦେଉଥିଲେ । ଲାଲବିହାରି ହିମିରିକା ଥରେ ମନ୍ତ୍ରୀ ରହିସାରିଥିବା ବେଳେ ଉପ ବାଚସ୍ପତି ପଦରେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ । ସେ ୩ ଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡି ନେତାଙ୍କ ସୁରକ୍ଷାରେ ଥିଲେ ହତ୍ୟାକରୀ ଦୀପକ !
ସୂଚନା ଅନୁସାରେ ୨୦୨୪ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ସବୁଠୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବିଜେଡି । ଆଉ ନିର୍ବାଚନ ୧୬ ମାସ ପରେ ପୁଣିଥରେ ବିଜେଡିକୁ ଲାଗିଥିଲା ବଡ଼ ଝଟକା । ଦକ୍ଷିଣ ଓଡ଼ିଶାର ବିଜେଡିର ଚେହେରା ଥିବା ଏନ୍ ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳ ସହ ଦଶନ୍ଧି ଦଶନ୍ଧିର ସମ୍ପର୍କ କାହିଁକି କାଟିଲେ ତାହାର ପୂରା ଚିଠା ମଧ୍ୟ ସମସ୍ତଙ୍କ ସାମ୍ନାରେ ରଖିଥିଲେ ଏହି ଦୁଇ ୨ ଭେଟେରାନ୍ ନେତା ।
ସେପଟେ ନିଲମ୍ବନ ପରେ ବିଜେଡି ଓ ନବୀନଙ୍କ ବିରୋଧରେ ବିସ୍ଫୋରଣ କରିଛନ୍ତି ଶ୍ରୀମୟୀ ମିଶ୍ର । ସେ କହିଛନ୍ତି, ନବୀନ ପଟ୍ଟନାୟକ ସମ୍ବେଦନହୀନ । ମୋ ବିରୋଧରେ ଅପମାନଜନକ ବ୍ୟବହାର ବେଳେ ଚୁପ୍ ଥିଲେ ନବୀନ । ମୋତେ ଅସମ୍ମାନ ବେଳେ ନବୀନ ନୀରବ ରହିଲେ ।
ସେହିପରି ବିଜେଡିରୁ ନିଲମ୍ବନ ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ବିଜେଡି ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା, ବିଜେଡି ଗଣତନ୍ତ୍ରର ଅପମାନ କରିଛି । ଶ୍ରୀମୟୀ କହିଥିଲେ ନିଜ ଦଳୀୟ ସଦସ୍ୟତା ନବୀକରଣ କରିନଥିଲେ, ବିଜେଡିର ସଦସ୍ୟ ନହୋଇ ତାଙ୍କୁ କେମିତି ନିଲମ୍ବନ କରାଗଲା ଉଠାଇଥିଲେ ପ୍ରଶ୍ନ । ବିଜେଡି ନେତୃତ୍ବଙ୍କୁ ନିଜର ସଦସ୍ୟତା ନମ୍ବର ମାଗିଥିଲେ ଶ୍ରୀମୟୀ ।
ଏପରିକି ସ୍ନେହାଙ୍ଗିନୀ ଏବଂ ପ୍ରମିଳାଙ୍କୁ ମଧ୍ୟ କଲେ ଟାର୍ଗେଟ । କହିଲେ ସେମାନେ ଆତ୍ମସମୀକ୍ଷା କରନ୍ତୁ । ଏବେ ଯେଉଁମାନେ ମୋର ଯୋଗ୍ୟତା ଉପରେ ପ୍ରଶ୍ନ କରୁଛନ୍ତି , ଦୟାକରି ସେ ପ୍ରଶ୍ନ ନବୀନବାବୁଙ୍କୁ କଲେ ଉତ୍ତର ପାଇପାରନ୍ତେ ବୋଲି ଶ୍ରୀମୟୀ ଲେଖିଛନ୍ତି ।
Related Topics
Explore more stories