Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Assembly / ଦ୍ୱିତୀୟ ଦିନରେ ବି ଠିକ୍ ଭାବରେ ଚାଲିପାରିଲାନି ଗୃହ

Smruti Parija
Browse all articles by Smruti Parija
·9 months ago·2 min read
ଦ୍ୱିତୀୟ ଦିନରେ ବି ଠିକ୍ ଭାବରେ ଚାଲିପାରିଲାନି ଗୃହ

Key Points

ଦ୍ୱିତୀୟ ଦିନରେ ବି ଠିକ୍ ଭାବରେ ଚାଲିପାରିଲାନି ଗୃହ

ଆସନ୍ତାକାଲି ସକାଳ 10 ଟା ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା 

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହ ଠିକ୍ ଭାବରେ ଚାଲିପାରିଲାନି । ଆସନ୍ତାକାଲି ସକାଳ 10 ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଦ୍ଵିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ହୋ ହାଲ୍ଲା କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ଚାଷୀ ମାରଣ ନୀତି ଚଳିବ ନାହିଁ ନାରା ପକାଇଥିଲେ ବିଜେଡି ବିଧାୟକ । ହାତ ରେ ପ୍ଲାକାର୍ଡ, ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ନାରାବାଜି । ମାତ୍ର 4 ମିନିଟ୍ ପ୍ରଶ୍ନକାଳ ଚାଲିବା ପରେ ଅପରାହ୍ନ 4 ଟା ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।


ଆଜି ପ୍ରଶ୍ନକାଳରେ ଉଚ୍ଚ ଶିକ୍ଷା, ଗଣଶିକ୍ଷା, ବୈଷୟିକ ଶିକ୍ଷା, କ୍ରୀଡା, ଶିଳ୍ପ, ସଂସ୍କୃତି ବିଭାଗ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆଲୋଚନା ହୋଇଥାନ୍ତା । ହଟ୍ଟଗୋଳ ପରେ ଧୋଇ ହୋଇଗଲା । ସାର ଅଭାବ ଓ କଳାବଜାରୀ ପ୍ରସଙ୍ଗକୁ ନେଇ ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ ସବୁ ଭଣ୍ଡୁର୍ କରିଦେଲା । ମୌସୁମୀ ଅଧିବେଶନ ଦ୍ୱିତୀୟ ଦିନ ପ୍ରଥମରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କଲା କଂଗ୍ରେସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାପରେ ଅପରାହ୍ନ 4 ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି । ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ ପୂର୍ବରୁ ଗଣମାଧ୍ୟମରେ ବିବୃତି ଦେଇଥିବାରୁ କଂଗ୍ରେସ ଦଳ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛି ବିଜେପି । ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କଂଗ୍ରେସ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ସେପଟେ ଅନାସ୍ଥା ନେଇ ନୋଟିସ ପାଇଥିବା ଜଣାଇଲେ ବାଚସ୍ପତି । ତେବେ ଗୃହ ଅର୍ଡରରେ ନଥିବାରୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବାଚସ୍ପତି କହିଛନ୍ତି ।

Related Topics

Explore more stories

Sponsored
Odisha Assembly | house-adjourned-until-10-am-tomorrow-argus-news | Argus News