Aditya Thackeray on Disha Salian / 'ଦିଶା ସାଲିୟାନ୍ କିଏ ମୁଁ ତାଙ୍କୁ ଜାଣିନାହିଁ'
·1 hour ago·2 min read

Key Points
ଦିଶା ସାଲିୟାନ ମୃତ୍ୟୁ ମାମଲା ଉପରେ ଆଦିତ୍ୟ ଠାକରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦିଶାଙ୍କୁ ଜାଣି ନଥିଲେ ଏବଂ ଜାଣିଶୁଣି ତାଙ୍କ ନାମ ମାମଲା ସହିତ ଯୋଡାଯାଉଛି।
ଦିଶା ସାଲିୟାନ ମୃତ୍ୟୁ ମାମଲା ଏବେ ମହାରାଷ୍ଟ୍ର ରାଜନୀତିରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ମୁମ୍ବାଇ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାରେ ଏଫଆଇଆର୍ ଦାୟର କରିବା ପରଠାରୁ ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ଏହି ମାମଲାରେ ଆଦିତ୍ୟ ଠାକରେଙ୍କ ନାମ ନିରନ୍ତର ଉଲ୍ଲେଖ କରାଯାଉଛି। ଏହି ମାମଲାରେ ଏଫଆଇଆର୍ ଦାୟର ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଆସିଛି। ଏନେଇ ସେ କହିଛନ୍ତି ଯେ, "ଦିଶା ସାଲିୟାନ୍ କିଏ ମୁଁ ତାଙ୍କୁ ଜାଣିନାହିଁ।'
କ'ଣ ରହିଛି ଆଦିତ୍ୟ ଠାକରେଙ୍କ ବୟାନ...
"ମୁଁ କେବେ ଦିଶା ସାଲିୟାନଙ୍କୁ ଭେଟିନାହିଁ କିମ୍ବା ତାଙ୍କ ସହିତ ମୋର କୌଣସି ପରିଚୟ ନାହିଁ। ବିଗତ ୬ ବର୍ଷ ଧରି ରାଜନୈତିକ କାରଣରୁ ବ୍ୟକ୍ତିଗତ ଆକ୍ରୋଶ ଏବଂ ଚରିତ୍ର ସଂହାର ପାଇଁ, କିଛି ଲୋକ କୌଣସି ପ୍ରମାଣ କିମ୍ବା ସମ୍ପର୍କ ନଥିବା ସତ୍ତ୍ୱେ, ଜାଣିଶୁଣି ଏହି ଦୁର୍ଭାଗ୍ୟଜନକ ଘଟଣା ସହିତ ମୋର ନାମ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି। କୌଣସି ତଥ୍ୟ କିମ୍ବା ସତ୍ୟ ବିନା ନିରନ୍ତର ଭାବରେ କରାଯାଉଥିବା ଏହି ମିଥ୍ୟା ଅଭିଯାନ ଦୁର୍ଭାଗ୍ୟଜନକ।"
"ନୂତନ ତଦନ୍ତ ପାଇଁ ଅନୁମତି ଦିଆଯିବା ଆବଶ୍ୟକ"
ଆଦିତ୍ୟ ଠାକରେ ଆହୁରି କହିଛନ୍ତି, "ଗଣମାଧ୍ୟମରେ କୋଳାହଳପୂର୍ଣ୍ଣ ଏବଂ ମିଥ୍ୟା ଆଲୋଚନା ଏବଂ ମିଡିଆ ଟ୍ରାଏଲ୍ ସତ୍ୟକୁ ବଦଳାଇ ପାରିବ ନାହିଁ। ସରକାରୀ ଏଜେନ୍ସି କୌଣସି ହସ୍ତକ୍ଷେପ, ରାଜନୈତିକ ହସ୍ତକ୍ଷେପ କିମ୍ବା ଚରିତ୍ର ହତ୍ୟା ବିନା ନିରପେକ୍ଷ ଭାବରେ ମାମଲାର ପୁନର୍ବାର ତଦନ୍ତ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ। ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ ଯଦି କେହି ଭାବୁଛନ୍ତି ଯେ ଆପଣ ଏପରି ଚରିତ୍ର ସଂହାର ଏବଂ ମିଥ୍ୟା ପ୍ରଚାର ମାଧ୍ୟମରେ ଆମକୁ ଚୁପ୍ କରିପାରିବେ, ତାହେଲେ ଏହାର ହେଉଛି ସେମାନଙ୍କର ଭ୍ରମ। ସତ୍ୟ ପାଇଁ, ଅନ୍ୟାୟ ବିରୋଧରେ ଏବଂ ଆମ ଦେଶବାସୀଙ୍କ ସମର୍ଥନରେ ଆମର ସଂଘର୍ଷ ଜାରି ରହିବ।"
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
ଦିବଂଗତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ, ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇ ସ୍ଥିତ ମଲାଡ ଅଞ୍ଚଳର ଏକ କୋଠାର ୧୪ତମ ମହଲାରୁ ଖସି ପଡ଼ି ପ୍ରାଣ ହରାଇଥିଲେ। ପ୍ରାରମ୍ଭରେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ବିବେଚନା କରିଥିଲା ଏବଂ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ଦାଖଲ କରିଥିଲା। ହେଲେ ତଥାପି ୨୦୨୬ ସେପ୍ଟେମ୍ବର ୨ ତାରିଖରେ, ବମ୍ବେ ହାଇକୋର୍ଟ ସିବିଆଇ (CBI) କୁ ଏଫଆଇଆ (FIR) ପଞ୍ଜୀକରଣ ଏବଂ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏହି ମାମଲା ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେଙ୍କ ସମେତ ଅନେକ ବଡ଼ ନେତାଙ୍କ ନାମ ଜଡିତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories