Political News / ବିଭାଜନ ମୁହାଁ ଇଣ୍ଡିଆ; କଂଗ୍ରେସ ବିରୋଧରେ ବର୍ଷିଲେ ସହଯୋଗୀ
·1 week ago·3 min read

Key Points
ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦିଓ ବିରୋଧି ଦଳ ବିଜେପିକୁ ରୋକିବା ପାଇଁ ଏକ ମେଣ୍ଟ ଗଠନ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରେ କୌଣସି ଏକକ ସହମତି ହୋଇ ପାରୁନାହିଁ।
Crack in INDIA Bloc: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧି ମେଣ୍ଟ ଇଣ୍ଡିଆରେ ଦେଖିବାକୁ ମିଳିଛି ଫାଟ। ଯାହା ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳା ଆସିବା ପରେ ସ୍ପଷ୍ଟ ହୋଇଗଲାଣି। ଆଉ ଏବେ ମେଣ୍ଟରେ ସାମିଲ ରହିଥିବା ଅଂଶୀଦାର ଦଳ, ଇଣ୍ଡିଆର ନେତୃତ୍ୱ ନେଉଥିବା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସେମାନଙ୍କୁ ଧୋକ୍କା ଦେଇଛନ୍ତି। କଂଗ୍ରେସ ପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିଛି।
କଂଗ୍ରେସ ସଂଘ ପରିବାର ପାଇଁ ବି-ଟିମ୍ ଭାବେ କାର୍ଯ୍ୟ କରୁଛି
ବିରୋଧି ମେଣ୍ଟ ଇଣ୍ଡିଆର ଅଂଶୀଦାରଲ ଦଳ ସିପିଏମ ନେତା ତଥା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ଫଳାଫଳ ପୁଣି ଥରେ ପ୍ରମାଣିତ କରୁଛି ଯେ କଂଗ୍ରେସ ଦଳ ସଂଘ ପରିବାରର ବି-ଟିମ୍ ପରି କାର୍ଯ୍ୟ କରେ। କଂଗ୍ରେସ ପରୋକ୍ଷ ଭାବରେ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା। ବାମ ଦଳ ବିଧାୟକ ସନ୍ଦୀପ ସୌରଭ ମଧ୍ୟ ବିଜୟନଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଏହାର ଦଳୀୟ ସଙ୍ଗଠନରେ ଫାଟକୁ ଚିହ୍ନି ଏହାକୁ ବନ୍ଦ କରିବା ଆବଶ୍ୟକ। ରାଜ୍ୟସଭା ନିର୍ବାଚନରେ ହୋଇଥିବା ଘୋଡା ବେପାର ଘଟଣାରେ କଂଗ୍ରେସ ନୀରବ ଦର୍ଶକ ହୋଇରହିଲା। ଯାହା ଅନ୍ୟ ଦଳର ପ୍ରାର୍ଥୀଙ୍କୁ କ୍ଷତି ପହଞ୍ଚାଇଲା। ଏଥିପାଇଁ ବିଜେପିକୁ ଜିତିବାର ସୁଯୋଗ ମିଳିଲା।
କାହିଁକି କଂଗ୍ରେସକୁ ଟାର୍ଗେଟ କଲେ ସହଯୋଗୀ?
ବିହାର, ହରିୟାଣା ଏବଂ ଓଡ଼ିଶା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ଉଭୟେ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଯାହା ଫଳରେ ବିଜେପି ସେହି ଆସନରେ ଜିତିଥିଲା। ତଥାପି, କ୍ରସ୍ ଭୋଟିଂ କେବଳ କଂଗ୍ରେସ ପର୍ଯ୍ୟନ୍ତ ସୀମିତ ନଥିଲା। ଅନ୍ୟ ଆଞ୍ଚଳିକ ଦଳର ବିଧାୟକ ମଧ୍ୟ କ୍ରସଭୋଟିଂ କରିଥିଲେ। ଯାହା ବିଜେପିକୁ ଫଇଦା ପହଞ୍ଚାଇଥିଲା।
ହେଲେ ରାଜ୍ୟସଭା ନିର୍ବାଚନକୁ ନେଇ ମେଣ୍ଟ ଅଂଶୀଦାର ଦଳ ପ୍ରଶ୍ନ ଉଠାଇବା ପରେ କଂଗ୍ରେସ ଦଳୀୟ ହ୍ୱିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏଥିସହ ପଢ଼ନ୍ତୁ: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରେ ବିଜେଡିରେ ବଢ଼ିଲା ବିଶୃଙ୍ଖଳା; ନବୀନଙ୍କୁ ଟେନସନ୍ ଦେବ ପୌର ନିର୍ବାଚନ
କଂଗ୍ରେସ ସର୍ବଦା ମହାଗଠବନ୍ଧନ ସହିତ ବିଶ୍ୱାସଘାତକତା କରେ: ସମାଜବାଦୀ ପାର୍ଟି
ସମାଜବାଦୀ ପାର୍ଟି କଂଗ୍ରେସ ବିରୋଧରେ ବିଶ୍ୱାସଘାତକତା କରିଥିବାର ଅଭିଯୋଗ ଆଣିଛି। ଦଳର ମୁଖପାତ୍ର ଆଶୁତୋଷ ବର୍ମା କହିଛନ୍ତି ଯେ କଂଗ୍ରେସ ସର୍ବଦା ଶେଷ ମୁହୂର୍ତ୍ତରେ ମେଣ୍ଟ ସହ ବିଶ୍ୱାସ ଘାତକତା କରିଥାଏ। ଯେଉଁଥି ପାଇଁ ମେଣ୍ଟ ଲଜ୍ଜିତ ହୋଇଥାଏ।
ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦିଓ ବିରୋଧି ଦଳ ବିଜେପିକୁ ରୋକିବା ପାଇଁ ଏକ ମେଣ୍ଟ ଗଠନ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରେ କୌଣସି ଏକକ ସହମତି ହୋଇ ପାରୁନାହିଁ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ଏହି ମେଣ୍ଟ ବିଜେପିକୁ ନିଜ ଦମ୍ ବଳରେ ସରକାର ଗଠନ କରିବାରୁ ଅଟକାଇ ଦେଇଥିଲେ। ହେଲେ ପରେ ସେମାନେ ବିଜେପିର ବିଜୟ ରଥରେ ବ୍ରେକ ଲଗାଇ ପାରିଲେ ନାହିଁ।
କେନ୍ଦ୍ରରେ ସହଯୋଗୀ ରାଜ୍ୟରେ ବିରୋଧି
ବିଶେଷଜ୍ଞଙ୍କ କହିବା କଥା ଯେ ମେଣ୍ଟରେ ସାମିଲ ରହିଥିବା ଦଳ ମଧ୍ୟରେ ମତଭେଦ ଏତେ ତୀବ୍ର ଯେ ସେମାନେ କୌଣସି ଗୋଟିଏ ପ୍ରସଙ୍ଗରେ ସହମତ ହୋଇପାରୁ ନାହାଁନ୍ତି। ଏହି କାରଣରୁ ମେଣ୍ଟ ଗଠନକୁ ଦୁଇ ବର୍ଷ ପୂରଣ ହେବା ପରେ ମଧ୍ୟ କଂଗ୍ରେସ ଏବଂ ଏହାର ଆଞ୍ଚଳିକ ସହଯୋଗୀଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେଣ୍ଟରେ ସାମିଲ ଥିବା ଅନେକ ଅଧିକାଂଶ ଆଞ୍ଚଳିକ ଦଳ ରାଜ୍ୟ ସ୍ତରରେ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ, ସେମାନେ କେନ୍ଦ୍ରରେ ବିରୋଧି ଇଣ୍ଡିଆ ମେଣ୍ଟରେ ଏହାର ସହଯୋଗୀ ଅଛନ୍ତି। ଏହି ମେଣ୍ଟ କଂଗ୍ରେସ ଗଳାରେ ଲାଗିଥିବା କଣ୍ଟା ସଦୃଶ୍ୟ ହୋଇଛି। କଂଗ୍ରେସ ବିଭିନ୍ନ ରାଜ୍ୟରେ ହରାଇଥିବା ଏହାର ରାଜନୈତିକ ଭୂମି ପୁନର୍ବାର ଫେରି ପାଇବାକୁ ଚାହୁଁଥିବା ବେଳେ, ଆଞ୍ଚଳିକ ଦଳ କଂଗ୍ରେସ ପାଇଁ ଏହି ସ୍ଥାନ ଛାଡି଼ବାକୁ ନାରାଜ ଅଛନ୍ତି।
ଏହି କାରଣରୁ ଇଣ୍ଡିଆ ବ୍ଲକ ମଧ୍ୟରେ ଏକ ଚାପା ଉତ୍ତେଜନା ଜାରି ରହିଛି। ସାମ୍ପ୍ରତିକ ରାଜ୍ୟ ନିର୍ବାଚନରେ ଏହି ସମାନ ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇଥିଲା। ମହାରାଷ୍ଟ୍ରରେ, ବିଜେପି ନେତୃତ୍ୱାଧୀନ ମହାଯୁତି ମେଣ୍ଟ ୨୦୨୩ ନଭେମ୍ବର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲା। ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧିନ ଏମଭିଏ ମାତ୍ର ୫୦ ଆସନ ପାଇଥି୍ଲା। ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା। ସମାନ ଅବସ୍ଥା ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ସେତେବେଳେ ଆରଜେଡ଼ି-ବାମଦଳ ସହ କଂଗ୍ରେସ ମୁହାଁମୁହିଁ ହୋଇଥିଲା।
ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ମୁଖ୍ୟ ଭାବରେ ନୂଆ ରେକର୍ଡ; ଛୁଟିଲା ଶୁଭେଚ୍ଛାର ସୁଅ
କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଇଣ୍ଡିଆ ମେଣ୍ଟର ଯାତ୍ରା
ସେହିପରି, ଦିଲ୍ଲୀରେ ଆପ୍ ଏବଂ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିଲେ ମଧ୍ୟ କୌଣସି ଆସନ ଜିତିବାରେ ସଫଳ ହୋଇନଥିଲେ। ପରବର୍ତ୍ତୀ ସମୟରେ, ଦୁଇ ଦଳ ୨୦୨୫ ବିଧାନସଭା ନିର୍ବାଚନ ପୃଥକ ଭାବରେ ଲଢ଼ି ପରାସ୍ତ ହୋଇଥିଲେ। ଏହା ପରେ, ଆମ ଆଦମୀ ପାର୍ଟି (AAP) କଂଗ୍ରେସକୁ ଭୋଟ୍ ବିଭାଜନକାରୀ ବୋଲି କହିଥିଲା। ଯେତେବେଳେ ରାହୁଲ ଗାନ୍ଧୀ କେଜ୍ରିୱାଲଙ୍କୁ ଦୁର୍ନୀତିଗ୍ରସ୍ତ ଏବଂ ମିଛୁଆ ବୋଲି କହିଥିଲେ।
ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ ଅନିଶ୍ଚିତ। ଦୃଢ଼ ଏକତା ଏବଂ ଏକ ସହଭାଗୀ ଦୃଷ୍ଟିକୋଣ ବିନା ବିରୋଧି ମେଣ୍ଟ ବିଜେପିକୁ ବିରୋଧ କରିପାରେ। ହେଲେ ରାଜ୍ୟ ସ୍ତରରେ ସେମାନେ କେତେ ମୁକାବିଲା କରିପାରିବେ ତାହା ଆକଳନ କରିବା କଷ୍ଟକର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories