Election Results / ରାତି ପାହିଲେ ୪ ରାଜ୍ୟର ନିର୍ବାଚନୀ ରେଜଲ୍ଟ; ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼, ହେବ କି ସତ୍ତା ପରିବର୍ତ୍ତନ ?
·4 months ago·3 min read

Key Points
କାଲି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ରେଜଲ୍ଟ
ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି
ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି
ଆସନ୍ତାକାଲି ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀର ଫଳାଫଳ ପ୍ରକାଶ ପାଇବ । ନିର୍ବାଚନୀ ରେଜଲ୍ଟକୁ ନେଇ ନେତାଙ୍କ ଛାତି ଧଡ଼ଧଡ଼ । କେଉଁ ରାଜ୍ୟରେ କେଉଁ ସରକାର ଆସିବ ତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ଆସନ୍ତାକାଲି ସକାଳ ୮ଟାରୁ ବିଧିବଦ୍ଧ ଭାବେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।
ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ ମୋଟ ୮୨୪ଟି ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ । ଏଥର ପଶ୍ଚିମବଙ୍ଗରେ ସର୍ବାଧିକ ୯୨% ରୁ ଅଧିକ ମତଦାନ ହୋଇଛି । ସେହିପରି ଆସାମରେ ୮୫.୩୮%, ତାମିଲନାଡୁରେ ୮୪.୬୯%, କେରଳରେ ୭୯.୬୩% ଓ ପୁଡୁଚେରୀରେ ୮୯.୮୭% ପ୍ରତିଶତ ମତଦାନ ରେକର୍ଡ ହୋଇଛି ।
କେରଳର ମୋଟ ୧୪୦ ଆସନରେ ମତଦାନ ହୋଇଛି । ଏଠାରେ କଡ଼ା ମୁକାବିଲା ହେବାର ସମ୍ଭାବନା ଅଛି । କିଛି ଏକଜିଟ୍ ପୋଲ୍ ଅନୁଯାୟୀ INC+ (UDF) ୭୪-୮୨ ଆସନ ସହ ଆଗରେ ଥିବାବେଳେ, ଅନ୍ୟ କିଛି ପୋଲ୍ LDFକୁ ସାମାନ୍ୟ ସୁବିଧା ମିଳିପାରେ ବୋଲି ଦର୍ଶାଇଛନ୍ତି ।

- କଣ କହୁଛି ଏକଜିଟ୍ ପୋଲ୍ ?
କେରଳର ମୋଟ ୧୪୦ ଆସନରେ ମତଦାନ ହୋଇଛି । ଏଠାରେ କଡ଼ା ମୁକାବିଲା ହେବାର ସମ୍ଭାବନା ଅଛି । କିଛି ଏକଜିଟ୍ ପୋଲ୍ ଅନୁଯାୟୀ INC+ (UDF) ୭୪-୮୨ ଆସନ ସହ ଆଗରେ ଥିବାବେଳେ, ଅନ୍ୟ କିଛି ପୋଲ୍ LDFକୁ ସାମାନ୍ୟ ସୁବିଧା ମିଳିପାରେ ବୋଲି ଦର୍ଶାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସାମରେ ୧୨୬ ଆସନରେ ଭୋଟ ଗ୍ରହଣ ହୋଇଥିଲା । BJP+ ମେଣ୍ଟ ୮୫-୯୫ରୁ ଅଧିକ ଆସନ ପାଇ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାର ସମ୍ଭାବନା ଅଧିକ । INC+ ୨୫-୩୨ ଆସନ ମଧ୍ୟରେ ସୀମିତ ରହିପାରେ ।
ସେହିପରି ପୁଡୁଚେରୀର ୩୦ ଆସନରେ ମତଦାନ ହୋଇଥିଲ। BJP+ (NDA) ମେଣ୍ଟ ୧୭-୨୩ ଆସନ ପାଇ ପୁଣି ସରକାର ଗଠନ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ସେହିପରି ପୁଡୁଚେରୀର ୩୦ ଆସନରେ ମତଦାନ ହୋଇଥିଲ। BJP+ (NDA) ମେଣ୍ଟ ୧୭-୨୩ ଆସନ ପାଇ ପୁଣି ସରକାର ଗଠନ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
- ଭବାନୀପୁରରେ ହାଇଭୋଲ୍ଟେଜ୍ ସ୍ଥିତି
- ପଶ୍ଚିମବଙ୍ଗରୁ ହଟିପାରନ୍ତି ଦିଦି !
Related Topics
Explore more stories