Odisha Politics / ଦେବାଶିଷଙ୍କୁ ଭୂପିନ୍ଦରଙ୍କ ସମର୍ଥନ; BJDକୁ ଖୋଲା ଚେତାବନୀ ଦେଇ କହିଲେ- 'ଚିନ୍ତା କରୁଛୁ ବିକଳ୍ପ'
·9 months ago·2 min read

Key Points
ଯେଉଁମାନେ ଏବେ ଦଳ ଚଳାଉଛନ୍ତି, ସେମାନେ ଶେଷରେ ବୁଝିପାରିବେ ଏଠି ବିଜୁ ବାବୁଙ୍କ ନାଁ ନନେଇ, ନବୀନଙ୍କ ନେତୃତ୍ଵ ଛଡ଼ା ଆଉ କାହା ନେତୃତ୍ଵ କାମ କରିବ ନାହିଁ । ଏବେ ଦଳରେ ବରିଷ୍ଠ ଏକ ପ୍ରକାର ଅଲୋଡ଼ା: ଭୂପିନ୍ଦର ସିଂହ
ଭୁବନେଶ୍ଵର: ବିଜେଡିର ଗତି କୁଆଡ଼େ ? ବରିଷ୍ଠ ଅସନ୍ତୋଷ ଜାହିର୍ କରୁଛନ୍ତି । କିଏ ପଦ ଛାଡ଼ୁଛି ତ ଆଉ କିଏ ଦଳ । ବିଜୁ ବାବୁଙ୍କ ଆଦର୍ଶରେ ଯେଉଁ ନେତା ବିଜେଡି ଗଢ଼ିଥିଲେ, ଦଳ ସହ ଆରମ୍ଭରୁ ଥିଲେ.. ଏବେ ସେମାନଙ୍କୁ କୋଣଠେସା କରି ରଖାଯାଇଛି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ବିଜେଡି ନେତୃତ୍ଵଙ୍କ ବିରୋଧରେ ବିଷୋଦଗାର୍ କରୁଛନ୍ତି ।
ନବୀନଙ୍କୁ ଖୋଲା ପ୍ରଶ୍ନ କରି ବିଜେଡିର ସିନିୟର୍ ସିଟିଜେନ୍ ସେଲ୍ର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ ଲେଖିଛନ୍ତି, "ସାର୍ ମୁଁ ଦ୍ଵନ୍ଦ୍ଵରେ ଅଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅନୁଗତଙ୍କ ସ୍ଥାନ କେଉଁଠି ? ଦେବାଶିଷ କହିଥିବା କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ ।
ଏଥିସହ ପଢ଼ନ୍ତୁ: ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'
ବରିଷ୍ଠ ବିଜେଡି ନେତା ଭୂପିନ୍ଦର କହିଛନ୍ତି, "ଯେଉଁମାନେ ଏବେ ଦଳ ଚଳାଉଛନ୍ତି, ସେମାନେ ଶେଷରେ ବୁଝିପାରିବେ ଏଠି ବିଜୁ ବାବୁଙ୍କ ନାଁ ନନେଇ, ନବୀନଙ୍କ ନେତୃତ୍ଵ ଛଡ଼ା ଆଉ କାହା ନେତୃତ୍ଵ କାମ କରିବ ନାହିଁ । ଏବେ ଦଳରେ ବରିଷ୍ଠ ଏକ ପ୍ରକାର ଅଲୋଡ଼ା ହୋଇ ଅଛନ୍ତି ।"
ଭୂପିନ୍ଦର ଆହୁରି କହିଛନ୍ତି, "ପରିବର୍ତ୍ତନ ଆଶାରେ ଥିବାବେଳେ ସବୁ ଓଲଟା ହେଉଛି । ଆମ ମାନଙ୍କ ଉପରେ ଆମ କର୍ମୀ ବିରକ୍ତ ହୋଇ ଅଛନ୍ତି । ତେବେ ଆଗକୁ କ'ଣ ହେବ କହି ହେବନି । ବିଜେଡି ଆମକୁ ଛାଡ଼ି ଦେଲା ଭଳି ଲାଗୁଛି... ଆଗକୁ କ'ଣ କରିବୁ ସେଭଳି ଖସଡ଼ା ହୋଇ ନାହିଁ । ସମୟ ଆସିଲେ ନୂଆ ଦଳ ବି ସୃଷ୍ଟି ହୋଇପାରେ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେତେବେଳେ ପାଣି ପ୍ରବାହ ସୀମା ବାହାରକୁ ଚାଲିଯିବ । ସେତେବେଳେ କିଛି ନା କିଛି ନୂଆ ଚିନ୍ତାଧାରା ଆସିବ । ତେବେ ବର୍ତ୍ତମାନ ସମୟରେ ବିକଳ୍ପ ପର୍ଯ୍ୟାୟ ଆସି ନାହିଁ, ଚିନ୍ତା କରିଯିବ । ୮ ମାସ ହେଲା ନବୀନ ନିବାସ କିମ୍ବା ଶଙ୍ଖ ଭବନକୁ କୌଣସି କାର୍ଯ୍ୟରେ ତାଙ୍କୁ ଡକା ଯାଇନଥିବା କହିଛନ୍ତି ଭୂପିନ୍ଦର ସିଂହ ।
ଏଥିସହ ପଢ଼ନ୍ତୁ: ନୂଆପଡ଼ା ପରାଜୟ ପରେ BJDରେ ବିଦ୍ରୋହର ନିଆଁ
ବିଜେଡିର ଏକ ବଡ଼ ଗ୍ରୁପ୍ ଏକାଠି ହେଉଛୁ । ଦଳକୁ ବଞ୍ଚାଇବା ପାଇଁ ଆଲୋଚନା କରୁଛୁ । କିନ୍ତୁ କିଛି ଲୋକଙ୍କ ପାଇଁ ଦଳ ଖସୁଛି । ଏବେ ତୃତୀୟ ସ୍ଥାନକୁ ଆସିଛି । ପୂର୍ବରୁ ହୋଟେଲରେ ବୈଠକ କରି ଆମ କଥା ରଖି ସାରିଛୁ । ଏବେ ଧୈର୍ଯ୍ୟ ବାନ୍ଧି ଆଶା ରଖିଛୁ । ଏବେ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଚାଲୁ ନାହିଁ । ୨୦୨୪ ନିର୍ବାଚନରେ ବି ବିଜୁବାବୁଙ୍କ ପୋଷ୍ଟର କେଉଁଠି ନଥିଲା ବୋଲି କହିଛନ୍ତି ଭୂପିନ୍ଦର ।
ସେ ଆହୁରି କହିଛନ୍ତି, "ନୂଆପଡ଼ା ଉପନିର୍ବାଚନରେ ବି ସମାନ କଥା ଦେଖିବାକୁ ମିଳିଲା । ବିଜେଡି ଯିଏ ଆରମ୍ଭ କରିଥିଲେ, ଆଜି ଦଳରେ ସେମାନଙ୍କ ସ୍ଥାନ ନାହିଁ । ବିଜୁ ବାବୁଙ୍କ ଆଦର୍ଶ ଦଳରୁ ଲୋପ ପାଇବା ସହ ବିଜେଡିର ଶ୍ରୀ ଛାଡ଼ିଗଲା ।" ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଷଣ୍ଢୁଆସୀ ଆକ୍ରମଣ କରୁଥିବା ବେଳେ ବିଜେଡି ଆଗକୁ ପଦକ୍ଷେପ ନେବ ନା ଏମାନଙ୍କୁ ବି ଏଡ଼ାଇ ଦେବ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା ।

Related Topics
Explore more stories