Assam politics / ଜାଲୁକବାରିରେ ଲିଡ୍ କରୁଛନ୍ତି ହିମନ୍ତ; ଜାରି ରହିବ କି ୨୫ ବର୍ଷର ବିଜୟ ଧାରା ?
·4 months ago·2 min read

Key Points
ଆସାମ ବିଧାନସଭା ଆସନର ସବୁଠୁ ହଟ୍ ସିଟ୍ ଜାଲୁକବାରି
ଏଠାରେ ଷଷ୍ଠ ଥର ପାଇଁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ
ରଚିବେ ଇତିହାସ ନା ଭାଙ୍ଗିବ ୨୫ ବର୍ଷର ବିଜୟ ଧାରା
ଏଠାରେ ଷଷ୍ଠ ଥର ପାଇଁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ
ରଚିବେ ଇତିହାସ ନା ଭାଙ୍ଗିବ ୨୫ ବର୍ଷର ବିଜୟ ଧାରା
ଆସାମ ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଜାରି ରହିଛି ଭୋଟ ଗଣତି । ରାଜ୍ୟର ୧୨୬ଟି ବିଧାନସଭା ଆସନ ଲାଗି ଏପ୍ରିଲ ୯ ତାରିଖରେ ମତଦାନ ହୋଇଥିଲା । ଜାଲୁକବାରି ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସିଟ୍ କାରଣ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମୈଦାନରେ ଅଛନ୍ତି । ସିଏମ ହିମନ୍ତି ଏହି ଆସନରୁ ୫ ଥରର ବିଧାୟକ । ୨୦୦୧ରେ ସେ ପ୍ରଥମ ଥର ଲାଗି ଏହି ଆସନରୁ ନିର୍ବାଚନ ଜିତିଥିଲେ । ହିମନ୍ତଙ୍କୁ ଟକ୍କର ଦେବା ଲାଗି କଂଗ୍ରେସ ବିଦିଶା ନିୟୋଗଙ୍କୁ ମୈଦାନକୁ ପଠାଇଛି ଏବଂ ସେ ପ୍ରଥମ ଥର ଲାଗି ନିର୍ବାଚନ ଲଢୁଛନ୍ତି ।
ପଢନ୍ତୁ ଏହି ଖବର: ଆସାମରେ ହ୍ୟାଟ୍ରିକ୍ ବିଜୟ ମାରିବ କି ବିଜେପି ? ପ୍ରାରମ୍ଭିକ ଟ୍ରେଣ୍ଡରେ ୯୯ ଆସନରେ ଆଗୁଆ
- ଆଗରେ ଅଛନ୍ତି ହିମନ୍ତ
- ୨୦୨୧ ନିର୍ବାଚନ ଫଳ
ପଢନ୍ତୁ ଏହି ଖବର: ଆସାମରେ ହ୍ୟାଟ୍ରିକ୍ ବିଜୟ ମାରିବ କି ବିଜେପି ? ପ୍ରାରମ୍ଭିକ ଟ୍ରେଣ୍ଡରେ ୯୯ ଆସନରେ ଆଗୁଆ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଳ ଆସାମରେ ଯାଉଥିବା ଜାଲୁକବାରି ବିଧାନସଭା ଆସନରୁ ସିଏମ ହିମନ୍ତ ୫ଥର ଲଗାତାର ନିର୍ବାଚନ ଜିତିସାରିଥିବାବେଳେ ଏଥର ଷଷ୍ଠ ଥର ପାଇଁ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ହିମନ୍ତ କଂଗ୍ରେସରେ ଥିବାବେଳେ ପ୍ରଥମ ଥର ଲାଗି ୨୦୦୧ରେ ନିର୍ବାଚନ ଲଢିଥିଲେ । ୨୦୦୧, ୨୦୦୬ ଏବଂ ୨୦୧୧ ପର୍ଯ୍ୟନ୍ତ କଂଗ୍ରେସରୁ ଏବଂ ୨୦୧୬ ଓ ୨୦୨୧ରେ ବିଜେପିରୁ ଏଠାରୁ ଲଢିଥିଲେ । ୨୦୨୧ରେ ଏହି ଆସନରୁ ହିମନ୍ତ ୧ ଲକ୍ଷ ଅଧିକ ଭୋଟ ମାର୍ଜିନର ବିଜୟୀ ହୋଇଥିଲେ । ଏଥର ନିର୍ବାଚନରେ ହିମନ୍ତ ବିଶ୍ଵଶର୍ମାଙ୍କୁ କଂଗ୍ରେସରୁ ବିଦିଶା ନିୟୋଗ ଓ ସ୍ଵାଧୀନ ପ୍ରାର୍ଥୀ ଦିପିକା ଦାସ ଟକ୍କର ଦେଉଛନ୍ତି ।
Related Topics
Explore more stories