Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD Internal Politics / ବବିଙ୍କ ଜାଗା ନେବେ କଳିକେଶ ? ନବୀନ ନିବାସ ଡକରା ନେଇ ବଢିଲା ଚର୍ଚ୍ଚା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ବବିଙ୍କ ଜାଗା ନେବେ କଳିକେଶ ? ନବୀନ ନିବାସ ଡକରା ନେଇ ବଢିଲା ଚର୍ଚ୍ଚା
Bobby Das

Key Points

ବବିଙ୍କ ଜାଗା ନେବେ କି କଳିକେଶ ?
କଳିକେଶଙ୍କୁ ନବୀନ ନିବାସ ଡକରା ପରେ ବଢିଲା ଚର୍ଚ୍ଚା
ଦଳ ଦେଇପାରେ ସଂଗଠନରେ ବଡ଼ ଦାୟିତ୍ୱ !
ବବିଙ୍କ ଜାଗା ନେବେ କି କଳିକେଶ ? କଳିକେଶଙ୍କୁ ନବୀନ ନିବାସ ଡକରା ପରେ ବଢିଛି ଚର୍ଚ୍ଚା । ଦଳ ଦେଇପାରେ ସଂଗଠନରେ ବଡ଼ ଦାୟିତ୍ୱ ! ବିଦ୍ରୋହୀ ଗୋଷ୍ଠୀଙ୍କୁ ଦମନ ପାଇଁ କଳିକେଶ ହେବେ କି ମାଷ୍ଟର କାର୍ଡ ! ଏହାକୁ ନେଇ ଏବେ ଅନେକ ଆକଳନ ରାଯାଉଛି ।
ବିଜେଡିରେ ଉତ୍ତରାଧିକାରୀ ନେଇ ଜାରି ରହିଛି ନା ନା କଳ୍ପନା ଜଳ୍ପନା । ଦିବ୍ୟ ଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ କଳିକେଶ ସିଂଙ୍କୁ ବିଜେଡିର ଦାୟିତ୍ବ ଦେବାକୁ ଗଣମାଧ୍ୟମ ସାମ୍ନାରେ କହିଥିଲେ । ଦଳୀୟ ନେତାଙ୍କ ଏଭଳି ବୟାନ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିବା ପରେ ଆଜି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କୁ ଡକା ଯାଇଥିଲା ନବୀନ ନିବାସ ।

ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ପ୍ରତାପ ଜେନାଙ୍କ ଉପସ୍ଥିତିରେ ନବୀନଙ୍କ ସହ ହୋଇଛି ରୁଦ୍ଧ ଦ୍ୱାର ଆଲୋଚନା । ଚର୍ଚ୍ଚା ହେଉଛି କଳିକେଶଙ୍କୁ ସଂଗଠନରେ ବଡ଼ ଦାୟିତ୍ୱ ଦେଇ ପାରନ୍ତି ନବୀନ । ପଶ୍ଚିମ ଓଡ଼ିଶାର ଦୁଇ ପୂର୍ବତନ ମନ୍ତ୍ରୀ ବି କଳିକେଶଙ୍କ ବଡ଼ ଦାୟିତ୍ବ ସପକ୍ଷରେ ଦେଇଥିଲେ ମତ ।

ବିଜେଡିରେ ଏବେ ଗୋଷ୍ଠୀ ବିବାଦ ଜଳ ଜଳ । ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ମେଳି କରି ପ୍ରୋ ପାଣ୍ଡିଆନ ଗୋଷ୍ଠୀଙ୍କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ଦଳରେ ନୂଆ ନେତାଙ୍କୁ ଦାୟିତ୍ୱ ଦେବା ପାଇଁ ବି ଖୋଲା ଖୋଲି କହିଲେଣି ଲତିକାଙ୍କ ପରି ନେତ୍ରୀ । ଗତ ନିର୍ବାଚନରେ କଣ୍ଟାବାଞ୍ଜିରୁ ନବୀନ ନିଜେ ହାରି ଯାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ସଂଗଠନ ଦୁର୍ବଳ ହେଉଛି । ଏଭଳି ସ୍ଥିତିରେ ଏୟୁ ସିଂ ଦେଓଙ୍କ ସହ ଆଲୋଚନା ପରେ କଳିକେଶଙ୍କ ସହ ନବୀନଙ୍କ ବୈଠକ ଦଳୀୟ ସଂଗଠନରେ ନୂଆ ସମୀକରଣ ଆଡ଼କୁ ଇସାରା କରୁଛି ।

ବବିଙ୍କ ପାଇଁ ଦଳରେ ତିଆରି କରାଯାଇଥିଲା ସଂଗଠନ ସମ୍ପାଦକ ପଦ । ଦାୟିତ୍ୱରେ ଥିବା ବେଳେ ବବିଙ୍କର ବି ଥିଲା ଦଳରେ ବେଶ ଦବଦବା । ଏବେ ସେ ପଦବୀ ଖାଲି ପଡ଼ିଛି । କଳିକେଶଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବା ଚର୍ଚ୍ଚା ଭିତରେ ପ୍ରଶ୍ନ ବିଦ୍ରୋହୀଙ୍କ ଭିତରେ କୁହଳୁଥିବା ଅସନ୍ତୋଷର ନିଆଁ ପଡ଼ିବ ତ ଥଣ୍ତା ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Kalikesh Replace Babi? Naveen Niwas Meeting Sparks BJD Power Shift Buzz | Argus News