Karnataka Anti Cow Slaughter Law / କର୍ଣ୍ଣାଟକରେ ଗୋହତ୍ୟା ବିରୋଧି ଆଇନକୁ ନେଇ ବିବାଦ! ଡିକେ ଶିବକୁମାରଙ୍କ ବଡ଼ ବୟାନ
·46 mins ago·2 min read

Key Points
କର୍ଣ୍ଣାଟକରେ ଗୋହତ୍ୟା ବିରୋଧୀ ଆଇନକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେପି ସରକାର ଅମଳରେ ଲାଗୁ ହୋଇଥିବା ଏହି ଆଇନ ପ୍ରତ୍ୟାହାର ପାଇଁ ସଂଖ୍ୟାଲଘୁ ଓ ଦଳିତ ସଂଗଠନ ଦାବି କରିଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ଗୋରୁଙ୍କ ସୁରକ୍ଷା ସହ ସମସ୍ତଙ୍କ ଜୀବିକା ଓ ସାମାଜିକ ସମନ୍ୱୟ ରକ୍ଷା କରିବା ସରକାରଙ୍କ ଲକ୍ଷ୍ୟ। ଆଇନର ଅପବ୍ୟବହାରକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବନି। ଏହି ପ୍ରସଙ୍ଗ ବେଲାଗାଭି ଶୀତକାଳୀନ ଅଧିବେଶନରେ ଚର୍ଚ୍ଚାର କେନ୍ଦ୍ର ହୋଇପାରେ।
ରାଜ୍ୟରେ ଗୋହତ୍ୟା ବିରୋଧି ଆଇନକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ବେଲାଗାଭି ଠାରେ କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂଖ୍ୟାଲଘୁ ଏବଂ ଦଳିତ ସଙ୍ଗଠନ ପକ୍ଷରୁ ପୂର୍ବବର୍ତ୍ତୀ ବିଜେପି ସରକାର ଦ୍ୱାରା ପ୍ରବର୍ତ୍ତିତ ଏହି ଆଇନ୍ ପ୍ରତ୍ୟାହାର କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କଂଗ୍ରେସ ସରକାର ରାଜ୍ୟରେ ଗୋହତ୍ୟା ପାଇଁ ପ୍ରତିବଦ୍ଧ, ହେଲେ କାହାକୁ ଗୋହତ୍ୟା ନାମରେ ଆଇନ କିମ୍ବା କ୍ଷମତାର ଅପବ୍ୟବହାର କରିବାକୁ ଦିଆଯାଇ ପାରିବ ନାହିଁ। ଏହି ପ୍ରସଙ୍ଗ କର୍ଣ୍ଣାଟକ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇପାରେ।
ଆମେ ଗୋହତ୍ୟା କରିବାରୁ ରୋକୁଛୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, "ଆମର ଦଳର କିଛି ନୀତି ରହିଛି। ଆମେ ଗୋହତ୍ୟାକୁ କରିବାକୁ ରୋକୁଛୁ ଏବଂ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରୁଛୁ। ଅତୀତରେ କିଛି ଆଇନ ପ୍ରଣୟନ ହୋଇସାରିଛି, ହେଲେ ଏହାର ଅର୍ଥ ନୁହେଁ ଯେ ଆମେ ଅନ୍ୟମାନଙ୍କ ବିରୋଧରେ ଘୃଣା ପ୍ରସାର କରିବା ଉଦ୍ଦେଶ୍ୟରେ ଆଇନ ପ୍ରଣୟନ କରିବୁ। ଆମକୁ ସମାଜରେ ସମସ୍ତଙ୍କ ଜୀବନ ଜୀବିକାକୁ ସୁରକ୍ଷା ଦେବାକୁ ହେବ।"
ଏହା ସହ ପଢନ୍ତୁ: ହଷ୍ଟେଲ ଠାରେ ଗୋମାଂସ ଦାବି କଲେ ଛାତ୍ର, ମନ୍ତ୍ରୀ କହିଲେ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନିଆଯିବ ନିଷ୍ପତ୍ତି
ସରକାରଙ୍କ ଲକ୍ଷ୍ୟ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବା ନୁହେଁ, ବରଂ ସମସ୍ତ ବର୍ଗର ଜୀବିକା ଏବଂ ସାମାଜିକ ସମନ୍ୱୟକୁ ସୁରକ୍ଷା ଦେବା। ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆମକୁ ଗାଈଙ୍କୁ ସୁରକ୍ଷା ଦେବାକୁ ହେବ ଏବଂ ଆମେ ତାହା କରିବୁ। ହେଲେ ଏହାର ଅର୍ଥ ଏହା ନୁହେଁ ଯେ ଆମେ କାହାକୁ କ୍ଷମତା କିମ୍ବା ଆଇନର ଅପବ୍ୟବହାର କରିବାକୁ ସୁଯୋଗ ଦେବୁ।"
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
ରାଜ୍ୟର ପୂର୍ବବର୍ତ୍ତୀ ବିଜେପି ସରକାର ଏକ କଠୋର ଗୋହତ୍ୟା ବିରୋଧି ଆଇନ ଲାଗୁ କରିଥିଲା। ଯେଉଁଥିରେ ଗୋହତ୍ୟା, ଅବୈଧ ପରିବହନ ଏବଂ ମାଂସ ବିକ୍ରୟ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ବେଲାଗାଭି ଠାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂଖ୍ୟାଲଘୁ ଏବଂ ଦଳିତ ସଙ୍ଗଠନ, ବର୍ତ୍ତମାନର କଂଗ୍ରେସ ସରକାରଙ୍କ ପାଖରେ ଦାବି କରିଛି ଏହି ଆଇନ ପ୍ରତ୍ୟାହାର କରାଯାଉ। ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଛନ୍ତି ଯେ ଏହି ଆଇନ ଦଳିତ, ମୁସଲମାନ ଏବଂ ଚାଷୀଙ୍କୁ ହଇରାଣ କରିବା, ସେମାନଙ୍କୁ ସେମାନଙ୍କ ଜୀବନ ଜୀବିକାରୁ ବଞ୍ଚିତ କରିବା ଏବଂ ଭିଡ୍ ହତ୍ୟା ଭଳି ଘଟଣାକୁ ବଢାଇବା ପାଇଁ ବ୍ୟବହାର କରାଯାଉଛି। ସେମାନଙ୍କ କହିବା କଥା ଯେ ଗାଈ ନାମରେ ପରିବହନ କରୁଥିବା ଚାଷୀ ଏବଂ ବ୍ୟବସାୟୀଙ୍କୁ ଅଟକାଯିବା ସହ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଏପରିକି ସେମାନଙ୍କ ବିରୋଧରେ ମିଥ୍ୟା ପୋଲିସ ମାମଲା ରୁଜୁ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: