Election 2026 / ଯେଉଁଠି ପ୍ରଚାର କରିଥିଲେ କେଜ୍ରିୱାଲ୍; ସେଠି ଚାଲିଗଲା କ୍ଷମତା, ଭୁଶୁଡ଼ିଲା ସରକାର
·2 hours ago·2 min read

Key Points
ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ମମତା ବାନାର୍ଜୀଙ୍କ ସହ ଏମ୍କେ ଷ୍ଟାଲିନ୍ଙ୍କ ପାଇଁ ପ୍ରଚାର କରିଥିଲେ । ପ୍ରଚାରରେ ଝାଳନାଳ ବୁହାଇଥିଲେ । ହେଲେ ଭୋଟ୍ ଗଣତି ଟ୍ରେଣ୍ଡ ଏବଂ ଫଳାଫଳ ଦର୍ଶାଉଛି, କେଜ୍ରିୱାଲଙ୍କ ପ୍ରଚାରକୁ ଲୋକେ ଗ୍ରହଣ କରି ନାହାନ୍ତି ।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ତାମିଲନାଡ଼ୁର ନିର୍ବାଚନ ଫଳାଫଳ ଆଞ୍ଚଳିକ ରାଜନୈତିକ ଦଳକୁ ଚକିତ କରିଛି । ଏଥିସହ ବିରୋଧୀ ଏକତାର ବଡ଼ ଚେହେରାଙ୍କୁ ଅକଳରେ ପକାଇଛି । ସହଯୋଗୀ ଦଳ ପାଇଁ ପ୍ରଚାର, ନିର୍ବାଚନ ଫଳ ଓ ପରାଜୟ ପରେ ଚର୍ଚ୍ଚା ଘେରକୁ ଆସିଛନ୍ତି ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ମମତା ବାନାର୍ଜୀଙ୍କ ସହ ଏମ୍କେ ଷ୍ଟାଲିନ୍ଙ୍କ ପାଇଁ ପ୍ରଚାର କରିଥିଲେ । ପ୍ରଚାରରେ ଝାଳନାଳ ବୁହାଇଥିଲେ କେଜ୍ରିୱାଲ୍ । ହେଲେ ଭୋଟ୍ ଗଣତି ଟ୍ରେଣ୍ଡ ଏବଂ ଫଳାଫଳ ଦର୍ଶାଉଛି, କେଜ୍ରିୱାଲଙ୍କ ପ୍ରଚାରକୁ ଲୋକେ ଗ୍ରହଣ କରି ନାହାନ୍ତି ।
ଏଥିସହ ପଢ଼ନ୍ତୁ: ସତ ହେଲା ଭବିଷ୍ୟବାଣୀ… 'ବଙ୍ଗ'ରେ ବିଜୟ ଦେଲା 'ଅଙ୍ଗ'ର ଏହି ୬ ପ୍ରସଙ୍ଗ
୨୦୨୬ ଏପ୍ରିଲ୍ ୨୦, ଚେନ୍ନାଇର ପୁଲିୟାନଥୋପେରେ କେଜ୍ରିୱାଲ୍, ଷ୍ଟାଲିନଙ୍କ ପାଇଁ ରୋଡ୍ ଶୋ କରିଥିଲେ । ଷ୍ଟାଲିନ୍ଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ । ହେଲେ କ୍ଷମତାରେ ଥିବା ଡିଏମ୍କେ ଏବେ ତାମିଲନାଡ଼ୁରେ ଗାଦିଚ୍ୟୁତ ହୋଇଛି । ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କ TVK ଯାଦୁ ଦେଖାଇଛି ।
ସେହିଭଳି ପଶ୍ଚିମବଙ୍ଗର ପ୍ରଚାର ଭୂଇଁରେ ଏପ୍ରିଲ୍ ୨୬ ଓ ୨୭ ଦୁଇ ଦିନ ଧରି ପ୍ରଚାର କରିଥିଲେ କେଜ୍ରିୱାଲ୍ । ମମତା ବାନାର୍ଜୀଙ୍କ ପାଇଁ କେଜ୍ରିୱାଲ୍ ରାଲିକୁ ସମ୍ବୋଧନ କରି ସେନ ମୁତୟନ ଉପରେ ପ୍ରଶ୍ନ ଉଠାଇଥିଲେ । ମମତାଙ୍କ ଲାଗି ଭୋଟ୍ ମାଗି କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।
କେଜ୍ରିୱାଲ୍ଙ୍କ କଡ଼ା ଟିପ୍ପଣୀ ଓ ଟିଏମ୍ସି ସପକ୍ଷରେ ରାଲି ପଶ୍ଚିମବଙ୍ଗରେ କୌଣସି ସକରାତ୍ମକ ପ୍ରଭାବ ପକାଇ ପାରି ନାହିଁ । ବରଂ ବିଜେପି ଏହାକୁ ବଙ୍ଗଳାର ଅପମାନ ଓ ଭୁତାଇବା ରାଜନୀତି ଭାବେ ଚିତ୍ରଣ କରି ଜନତାଙ୍କ ଭରସା ଓ ବିଶ୍ଵାସ ଜିତି ପାରିଛି । ତାମିଲନାଡ଼ୁ ଓ ପଶ୍ଚିମବଙ୍ଗର ନିର୍ବାଚନୀ ଫଳାଫଳ ଦର୍ଶାଉଛି, ଏହି ଦୁଇ ରାଜ୍ୟରେ କେଜ୍ରିୱାଲ୍ଙ୍କ ପ୍ରଚାର ପ୍ରଭାବ ହୀନ ଥିଲା ।
ପଶ୍ଚିମବଙ୍ଗରେ କାହାକୁ କେତେ ଆସନ ?
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ବିଜେପି ପ୍ରଥମ ଥର ସରକାର ଗଢ଼ିବା ନିଶ୍ଚିତ । ସନ୍ଧ୍ୟା ୭ଟା ୪୫ ସୁଦ୍ଧା ବିଜେପି, ପଶ୍ଚିମବଙ୍ଗରେ ୧୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୦୪ ଆସନରେ ଆଗୁଆ ରହିଛି । ମମତାଙ୍କ ଟିଏମ୍ସି ୪୪ଟି ଆସନ ଜିତିବା ସହ ୩୭ଟିରେ ଆଗୁଆ ଚାଲିଛି ।
ଏଥିସହ ପଢ଼ନ୍ତୁ: 'ହିନ୍ଦୀ ଓ ହିନ୍ଦୁ' ବିରୋଧ ଜାଲରେ ଫସିଗଲେ ଷ୍ଟାଲିନ୍-ଉଦୟାନିଧି ! ତାମିଲନାଡ଼ୁରେ ବୁଡ଼ିଗଲା DMK
ତାମିଲନାଡ଼ୁରେ ଟିଭିକେ ଝଡ଼
ସେପଟେ ୨୩୪ଟି ଆସନ ବିଶିଷ୍ଟ ତାମିଲନାଡ଼ୁରେ ଦେଖିବାକୁ ମିଳିଛି ବିଜୟଙ୍କ ଦଳ ଟିଭିକେର ଯାଦୁ । ଟିଭିକେ ୬୪ ଆସନରେ ବିଜୟୀ ହୋଇଥିବା ବେଳେ ୪୨ଟି ଆସନରେ ଆଗୁଆ ଚାଲିଛି । ଡିଏମ୍କେ ୨୭ ଆସନ ଜିତିଥିବା ବେଳେ ୩୨ଟିରେ ଲିଡ୍ କରୁଛି । ଏଆଇଡିଏମ୍କେ ୨୫ଟିରେ ବାଜିମାତ୍ କରିବା ସହ ୨୩ଟିରେ ଆଗୁଆ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories