Videos
|
Politics

Nuapada By Election / ନୂଆପଡ଼ା ରାଜନୀତିରେ ନୂଆ ସମୀକରଣ, ପଦ୍ମ ଧରିଲେ ଲମ୍ବୋଧର ନିଆଲ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·1 min read
ନୂଆପଡ଼ା ରାଜନୀତିରେ ନୂଆ ସମୀକରଣ, ପଦ୍ମ ଧରିଲେ ଲମ୍ବୋଧର ନିଆଲ

Key Points

ବିଜେଡିକୁ ବଡ଼ ଝଟକା । ବିଜେଡିରୁ ଇସ୍ତଫା ଦେଲେ ଲମ୍ବୋଧର ନିଆଲ । ଶଙ୍ଖ ଛାଡ଼ି ଧରିଲେ ପଦ୍ମ । 

ନୂଆପଡ଼ା ରାଜନୀତିରେ ନୂଆ ସମୀକରଣ । ଉପନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଲମ୍ବୋଦର ନିଆଲ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଉପସ୍ଥିତିରେ ଲମ୍ବୋଦର ନିଆଲ ବିଜେପିରେ ସାମିଲ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ସେ ବିଜେଡି ଟିକେଟରୁ କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ତେବେ ଆଜି ସକାଳୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ବିଜେଡି ନେତା ଲମ୍ବୋଦର ନିଆଲଙ୍କୁ ଦେଖିବାକୁ ମିଳିଥିଲା । ଏହା ପରଠୁ ହିଁ ଚର୍ଚ୍ଚା ହେଉଥିଲା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଥିବା ଲମ୍ବୋଧର ବିଜେପିରେ ଯୋଗ ଦେଇପାରନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଥିଲେ ଲମ୍ବୋଧର । ସେ ଦୁଇ ଥର ଖଡ଼ିଆଲା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଥିଲେ । ଉତ୍କଳ ଯାଦବ ମହାସଭାର ବରିଷ୍ଠ ନେତା ହେଉଛନ୍ତି ଲମ୍ବୋଧର ନିଆଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Lambodar Nial Joins BJP — New Political Equation in Nuapada | Argus News