Latika Pradhan BJD / ବିଜେଡିରେ ଲତିକାଙ୍କ ବିସ୍ଫୋରଣ, ନବୀନ ବାବୁ ନିଜ ନିର୍ବାଚନ ମଣ୍ଡଳୀକୁ ଦେଇନାହାନ୍ତି ସମୟ
·6 months ago·2 min read

Key Points
ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ
‘ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି’
‘ବିକ୍ରମ ପଣ୍ଡା ଦାୟିତ୍ଵ ନେବା ପରେ ଧୀରେ ଧୀରେ ରିକଭରି କରୁଥିଲୁ’

ବିଜେଡିରେ ଲତିକା ପ୍ରଧାନଙ୍କ ବିସ୍ଫୋରଣ । ବିଜେଡିର ଗଂଜାମ ରାଜନୀତିକୁ ନେଇ ନିଜ ଦଳକୁ ଟାର୍ଗେଟ କଲେ ଲତିକା । ବିକ୍ରମ ପଣ୍ଡାଙ୍କ ପରେ ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବା ଫଳରେ ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନ ଅତି ଦୁର୍ବଳ ହୋଇଯାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଲତିକା ।
କେବଳ ଦଳ ନୁହେଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି ନବୀନ ବାବୁଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ହେଲେ ବି ସେ ସମୟ ଦେଇପାରି ନାହାଁନ୍ତି । ଗଞ୍ଜାମକୁ ନିରନ୍ତର ଭାବେ ପାତର ଅନ୍ତର କରାଯାଉଛି । ଗଞ୍ଜାମ ନେତାଙ୍କୁ ଗୁରୁତ୍ଵ ଦିଆଯାଉନାହିଁ । ଗୋଟିଏ ଦୁଇଟି ନେତାଙ୍କୁ ରିପିଟ୍ ଟେଲିକାଷ୍ଟ କରାଯାଉଛି । ବିଜେଡି କୋର ଟିମକୁ ବି ଲତିକା ତେର୍ଛା ବାଣ ମାରିଛନ୍ତି । ସମସ୍ୟା କୋର୍ ଟିମ୍କୁ କହିଲେ ବି କିଛି ସମାଧାନ ହେଉନଥିବା ସେ ଆଣିଛନ୍ତି ଅଭିଯୋଗ । ଏମିତି ଏନେଇ ଦଳର ସଭାପତିଙ୍କୁ ମଧ୍ୟ ଜଣାଇଥିବା ସେ କହିଛନ୍ତି ।
ନବୀନ ବାବୁ ସ୍ବତନ୍ତ୍ର ବୈଠକ ଡାକି ସଂଗଠନ ସଜାଡ଼ନ୍ତୁ ବୋଲି ସେ ପରାମର୍ଶ ମଧ୍ୟ ଦେଇଛନ୍ଥି । ଏହାଛଡ଼ା ଗଞ୍ଜାମ ଜିଲ୍ଲାର ୧୦ଟି ସିଟକୁ ଜାଣି ଶୁଣି ହରାଇ ଦିଆଗଲା ବୋଲି ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏଥିପାଇଁ ନବୀନ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହୋଇଛନ୍ତି ।
ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବି ଟାର୍ଗେଟ କରିଛନ୍ତି ଲତିକା । ଦଳ ଯେଉଁମାନଙ୍କୁ ଦାୟିତ୍ଵ ଦେଇଥିଲା ଗଞ୍ଜାମରେ ସେମାନେ ହରାଇଲେ । ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ମାନସ ମଙ୍ଗରାଜ କ'ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ସମୟରେ ସେ ଆମକୁ ସହଯୋଗ କରୁଥିଲେ ନା ପିକନିକ କରୁଥିଲେ ବୋଲି କହିଛନ୍ତି ଲତିକା । ତେବେ ଲତିକା ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥନରେ ବାହାରିଛନ୍ତି । ବଦ୍ରି ବାବୁ ଜଣେ ଅଭିଜ୍ଞ ନେତା । ସେ ଯାହା କହିଛନ୍ତି ତାହା ଭୁଲ ନୁହେଁ । ଆମ ଦଳର ଯେଉଁ ନେତା ସ୍ଵର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ଵରକୁ ଦବେଇ ଦିଆ ନ ଯାଉ। ଦଳ ଚଳାଇବା ପାଇଁ ଗୋଟିଏ ଟିମର ଆବଶ୍ୟକତା ରହିଛି। ସେ ଟିମ୍ ନିଜେ ନବୀନ ବାବୁ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: 'ମୁଁ ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାର କରେନି', ଜାଣନ୍ତୁ ଅନ୍ୟ ଦେଶର ପ୍ରତିନିଧିଙ୍କ ସହ କେମିତି କଥା ହୁଅନ୍ତି ଡୋଭାଲ
ନବୀନ ବାବୁ ସ୍ବତନ୍ତ୍ର ବୈଠକ ଡାକି ସଂଗଠନ ସଜାଡ଼ନ୍ତୁ ବୋଲି ସେ ପରାମର୍ଶ ମଧ୍ୟ ଦେଇଛନ୍ଥି । ଏହାଛଡ଼ା ଗଞ୍ଜାମ ଜିଲ୍ଲାର ୧୦ଟି ସିଟକୁ ଜାଣି ଶୁଣି ହରାଇ ଦିଆଗଲା ବୋଲି ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏଥିପାଇଁ ନବୀନ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହୋଇଛନ୍ତି ।
ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବି ଟାର୍ଗେଟ କରିଛନ୍ତି ଲତିକା । ଦଳ ଯେଉଁମାନଙ୍କୁ ଦାୟିତ୍ଵ ଦେଇଥିଲା ଗଞ୍ଜାମରେ ସେମାନେ ହରାଇଲେ । ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ମାନସ ମଙ୍ଗରାଜ କ'ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ସମୟରେ ସେ ଆମକୁ ସହଯୋଗ କରୁଥିଲେ ନା ପିକନିକ କରୁଥିଲେ ବୋଲି କହିଛନ୍ତି ଲତିକା । ତେବେ ଲତିକା ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥନରେ ବାହାରିଛନ୍ତି । ବଦ୍ରି ବାବୁ ଜଣେ ଅଭିଜ୍ଞ ନେତା । ସେ ଯାହା କହିଛନ୍ତି ତାହା ଭୁଲ ନୁହେଁ । ଆମ ଦଳର ଯେଉଁ ନେତା ସ୍ଵର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ଵରକୁ ଦବେଇ ଦିଆ ନ ଯାଉ। ଦଳ ଚଳାଇବା ପାଇଁ ଗୋଟିଏ ଟିମର ଆବଶ୍ୟକତା ରହିଛି। ସେ ଟିମ୍ ନିଜେ ନବୀନ ବାବୁ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories