Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିକଶିତ ଓଡିଶା ଓ ବିକଶିତ ଭାରତ ସଂକଳ୍ପ ପତ୍ର ପାଇଁ ଅଭିମତ- ମୋଦି ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ

Politics

ବିକଶିତ ଓଡିଶା ଓ ବିକଶିତ ଭାରତ ସଂକଳ୍ପ ପତ୍ର ପାଇଁ ଅଭିମତ- ମୋଦି ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ

Ritu Das
Browse all articles by Ritu Das
·2 years ago·3 min read
ବିକଶିତ ଓଡିଶା ଓ ବିକଶିତ ଭାରତ ସଂକଳ୍ପ ପତ୍ର ପାଇଁ ଅଭିମତ- ମୋଦି ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ

ଅର୍ଗସ ବ୍ୟୁରୋ: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପାର୍ଟିର ସଂକଳ୍ପ ପତ୍ର ପାଇଁ ମତାମତ ସଂଗ୍ରହର ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି । ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରହିବ ସେ ନେଇ ଜନମତ ସଂଗ୍ରହ କରିବ ବିଜେପି । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ଏଥିପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ୨ ଲେଖାଏଁ ଗାଡି ବୁଲିବ ଓ ସେଥିରେ ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ବାକ୍ସ ରହିବ । ଲୋକମାନେ ଗାଡି ପାଖକୁ ଆସି ସେମାନଙ୍କ ମତାମତ ଲିଖିତଭାବେ ଦେଇପାରିବେ । ସେହିପରି “ନମୋ ଆପ୍‌” ଜରିଆରେ ମଧ୍ୟ ଜନତା ପରାମର୍ଶ ଦେଇପାରିବେ । 

ଏହା ସହ ୯୦୯୦୯୦୨୦୨୪ନମ୍ବରରେ କଲ କରି ଭଏସ ମେସେଜ୍ ଜରିଆରେ ନିଜର ମତ ବା ପରାମର୍ଶ ଦେଇପାରିବେ ଲୋକେ । ଚାଷୀଙ୍କ ଆୟ ୨ଗୁଣା କିପରି କରାଯିବ, ଦାଦନ ସମସ୍ୟାର ସମାଧାନ କିପରି ହେବ, ଚିଟଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କଣ ରହିବା ଆବଶ୍ୟକ, ମହିଳା ସଶକ୍ତିକରଣ ପାଇଁ ଆଉ କଣ ପଦେକ୍ଷପ ନେବାକୁ ହେବ, ଏହା ସହ ବିଜେପି କ୍ଷମତାକୁ ଆସିଲେ ଆଉ କ’ଣ ସବୁ ଜନମଙ୍ଗଳକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।

ଗତ ୨୦୧୯ସାଧାରଣ ନିର୍ବାଚନରେ ମୋଦି ସରକାର ଦେଇଥିବା ୨୩୫ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ୨୨୨ ପ୍ରତିଶ୍ରୁତି ପାଳନ କରିଛନ୍ତି । ମୋଦିଜୀ ତୃତୀୟଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଦେଶବ୍ୟାପୀ ଲୋକେ ଚାହୁଁଛନ୍ତି । ମୋଦିଜୀ ୧୦ବର୍ଷ ଶାସନରେ ଲୋକଙ୍କୁ ବିକଶିତ କରିବା ସହ ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି । ଭାରତକୁ ଅର୍ଥନୀତି କ୍ଷେତ୍ରରେ ୫ମ ସ୍ଥାନରେ  ନେଇ ପହଂଚାଇଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ଆଗକୁ ତୃତୀୟ ସ୍ଥାନକୁ ଆଣିବାର ସୁବନ୍ଦୋବସ୍ଥ କରିଛନ୍ତି । ବିକଶିତ ଭାରତ ପାଇଁ ମୋଦିଙ୍କ ବିଶେଷ ଆବଶ୍ୟକତା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ବିକଶିତ ଭାରତ ପାଇଁ ମୋଦୀଙ୍କ ସ୍ୱପ୍ନ ଓ ଗ୍ୟାରେଣ୍ଟି ରହିଛି । ଭାରତ ୨୦୨୨ରେ ସ୍ୱାଧୀନତାର ୭୫ବର୍ଷ ପୂରଣ କରି ଅମୃତ ମହୋତ୍ସବ ପାଳନ କରିଛି । ୨୦୨୨ ରୁ ୨୦୪୭ ଅର୍ଥାତ୍ ଅମୃତ ମହୋତ୍ସବ କାଳରୁ ସ୍ୱାଧୀନତାର ଶତବାର୍ଷିକ ପର୍ଯ୍ୟନ୍ତ ୨୫ବର୍ଷ ସମୟକୁ ଅମୃତକାଳ କୁହାଯାଉଛି । ଏହି ଅମୃତ କାଳରେ ଭାରତକୁ ବିକଶିତ ରାଷ୍ଟ୍ର ବା ବିକଶିତ ଭାରତରେ ପରିଣତ କରିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରହିଛି ଲକ୍ଷ୍ୟ । ଏହି ସମୟ ଭିତରେ ଭାରତ, ଆମେରିକା, ଋଷ୍‌, ଚୀନ, ଅଷ୍ଟ୍ରେଲିଆ ବା ୟୁରୋପୀୟ ଦେଶ ମାନଙ୍କ ଭଳି ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଭାରତର ଅର୍ଥନୀତି ୫ଟ୍ରିଲିଅନ୍ ଡଲାର ଅତିକ୍ରମ କରିବ ଏବଂ ଭାରତୀୟ ମାନଙ୍କର ଜୀବନଧାରଣର ମାନ ଆମେରିକା ବା ୟୁରୋପୀୟ ଦେଶ ମାନଙ୍କ ଭଳି ହେବ । ଭାରତରେ ଉପଲବ୍ଧ ସମସ୍ତ ପ୍ରକାର ଭିତିଭୂମି ବିଶ୍ୱସ୍ତରୀୟ ହେବ । ଏହି ସ୍ୱପ୍ନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାର୍ଯ୍ୟ କରୁଛନ୍ତି । ଓଡିଶା ବିକଶିତ ହେଲେ ହିଁ ଭାରତ ବିକଶିତ ହେବ, କେବଳ ଓଡିଶା ନୁହେଁ ଭାରତର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ବିକଶିତ ହେଲେ ହିଁ ଭାରତ ବିକଶିତ ହେବ ।

ବିକଶିତ ଭାରତ ଓ ବିକଶିତ ଓଡିଶା ପାଇଁ ଆମେ ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ର ପ୍ରସ୍ତୁତ କରିବାକୁ ଯାଉଛୁ । ପାରମ୍ପରିକ ରୀତିରେ ନିର୍ବାଚନ ପାଇଁ ପ୍ରସ୍ତୁତ ନକରି ୧୪୦କୋଟି ଭାରତୀୟଙ୍କ ସହଭାଗିତାରେ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ବା ସଂକଳ୍ପ ପତ୍ର ପ୍ରସ୍ତୁତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସଂକଳ୍ପପତ୍ର ପ୍ରସ୍ତୁତି ପାଇଁ ଆମେ ଆପଣମାନଙ୍କର ପରାମର୍ଶ ବା ଅଭିମତ ଆହ୍ୱାନ କରୁଛୁ । ଆପଣଙ୍କ ଅଭିମତକୁ ନେଇ ସରକାର ବିକଶିତ ଭାରତ ଗଠନ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ । ଏହି ବିକଶିତ ଭାରତ, ବିକଶିତ ଓଡିଶା ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଆପଣଙ୍କ ଅଭିମତ ସଂଗ୍ରହ ଅଭିଯାନରେ ଆଜି ଶୁଭାରମ୍ଭ କରୁଛୁ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ଅଭିଯାନରେ ୨୧ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୧ଟି ଏଲ୍‌ଇଡି ପ୍ରଚାର ବାହନ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୁଲିବ । ଏହି ଗାଡି ଗୁଡିକ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ ଥିବା ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପରିକ୍ରମା କରି ଜନତାଙ୍କ ଅଭିମତ ସଂଗ୍ରହ କରିବ । ଏଥିପାଇଁ ପ୍ରତ୍ୟେକ ଏଲ୍‌ଇଡି ପ୍ରଚାର ବାହନରେ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସମ୍ପର୍କିତ ବିଭିନ୍ନ ଭିଡିଓ ପ୍ରଚାର ହେବା ସହ ଜନତାଙ୍କର ଅଭିମତ ସଂଗ୍ରହ ହେବା ପାଇଁ ଅଭିମତ ସଂଗ୍ରହ ବାକ୍ସ ରହିବ । ଜନତା ଉଭୟ ଭାରତ ଓ ଓଡିଶାର ବିକାଶ ପାଇଁ ଅଭିମତ ତଥା ପରାମର୍ଶ ଦେବେ । ଯାହା ଭାରତୀୟ ଜନତାପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଇ ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି । 

ଏହି ସଂକଳ୍ପପତ୍ର ସଂଗ୍ରହ ଅଭିଯାନ ଶୁଭାରମ୍ଭ ଅବସରରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ଡିଜି ଓ ଦଳର ବରିଷ୍ଠ ନେତା ପ୍ରକାଶ ମିଶ୍ର, ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ଅନେକ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus Whatsapp Channel Mobile Top
Sponsored
Launch of Abhimat-Modi Guarantee | Argus News