Women Reservation Bill 2026 / ୫୪୩ରୁ ୮୫୦ ହେବ ଲୋକସଭା ଆସନ! ଶୀତ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଉପରେ ନଜର
·21 mins ago·2 min read

Key Points
ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସୀମା ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରସ୍ତାବ ଅନୁସାରେ ଲୋକସଭା ଆସନ ୫୪୩ରୁ ୮୫୦କୁ ବୃଦ୍ଧି ପାଇପାରେ। ୨୦୨୯ ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବାକୁ ସରକାର ଉଦ୍ୟମ କରୁଥିବା ବେଳେ ବିଲ୍ ପାସ୍ ପାଇଁ ୩୬୧ ଭୋଟ୍ ଜୁଟାଇବା ଚ୍ୟାଲେଞ୍ଜ ରହିଛି।
ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ନେଇ ଆଶା କରାଯାଉଛି। ଏହି ଅଧିବେଶନରେ ସୀମା ନିର୍ଦ୍ଧାରଣ ସହିତ ଜଡି଼ତ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇପାରେ। ସଂସଦର ଅଧିବେଶନ ଏପରି ଏକ ସମୟରେ ଆୟୋଜିତ ହେଉଛି ଯେତେବେଳେ ଭୋଟର ତାଲିକା ସଂଶୋଧନକୁ (SIR) ନେଇ ଦେଶର ରାଜନୀତି ସରଗରମ ରହିଛି। ଅନ୍ୟପଟେ ଏହି ସମୟରେ ସରକାର ଏହି ବିଲ୍ କୁ ଆଗକୁ ବଢାଇବାକୁ ଚାହୁଁଛନ୍ତି। ସୀମା ନିର୍ଦ୍ଧାରଣ ମାଧ୍ୟମରେ ବର୍ତ୍ତମାନର ୫୪୩ ଲୋକସଭା ଆସନକୁ ୮୫୦ ଆସନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହା ଆସନ୍ତା ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ କରିବାର ପଥ ପ୍ରଶସ୍ତ କରିବ।
ଏଥର ବିଲ୍ ହେବ କି ପାସ୍?
ଏନେଇ କୁହାଯାଉଛି ଯେ ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ। ହେଲେ ତଥାପି ଏହି ବିଲ୍ ପାଇଁ ଆବଶ୍ୟକ ସଂଖ୍ୟା ସଂଗ୍ରହ କରିବା ଏକ ପ୍ରମୁଖ ଚ୍ୟାଲେଞ୍ଜ। ଏହି ବିଲ୍ ପାସ୍ କରିବା ପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ କିମ୍ବା ୩୬୧ ଭୋଟ୍ ଆବଶ୍ୟକ। ବର୍ତ୍ତମାନ ଲୋକସଭାରେ ୫୪୦ ସାଂସଦ ଅଛନ୍ତି। ତିନୋଟି ଆସନ ଖାଲି ପଡ଼ିଛି। ବିଜେପି ନେତୃତ୍ୱାଧିନ ଶାସକ ଏନଡ଼ିଏ (NDA) ମେଣ୍ଟ ପାଖେର ୩୨୦ ସାଂସଦଙ୍କ ସମର୍ଥନ ରହିଛି। ବହୁମତ ପାଇଁ ୩୬୧ ସାଂସଦଙ୍କ ସମର୍ଥନ ଜୁଟାଇବା ପାଇଁ ଶାସକ ମେଣ୍ଟକୁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ।
କ'ଣ ରହିଛି ସରକାରଙ୍କ ଯୋଜନା?
ସୀମା ନିର୍ଦ୍ଧାରଣ ବିଲ୍ ପ୍ରଥମେ ବଜେଟ୍ ଅଧିବେଶନରେ ଆଗତ କରାଯାଇଥିଲା। ହେଲେ ଏହି ବିଲ୍ ଆବଶ୍ୟକୀୟ ବହୁମତ ଅଭାବରୁ ପାରିତ ହୋଇ ପାରିନଥିଲା। ସେବେଠାରୁ, ସରକାରଙ୍କୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏବଂ ଛଅ ଜଣ ବିଦ୍ରୋହୀ ଶିବସେନା (ଠାକରେ ଗୋଷ୍ଠୀ) ସାଂସଦ ଶାସକ ମେଣ୍ଟରେ ଯୋଗଦେବା ପରେ NDA ମେଣ୍ଟକୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ହେଲେ ତଥାପି ମୋଦି ସରକାର ଏପର୍ଯ୍ୟନ୍ତ ବିଲ୍ ପାସ୍ କରିବା ପାଇଁ ଆବଶ୍ୟକୀୟ ସାଂସଦ ସଂଖ୍ୟା ହାସଲ କରିପାରି ନାହାନ୍ତି। ସରକାର ଏବେ ଏହି ସଂଖ୍ୟାଗତ ଚ୍ୟାଲେଞ୍ଜ ଦୂର କରିବା ନେଇ ଆତ୍ମବିଶ୍ୱାସୀ ଅଛନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ବିଲ୍ ୧୫-୧୮ ଭୋଟ୍ ବ୍ୟବଧାନରେ ପାସ୍ ହୋଇପାରେ। ହେଲେ ତଥାପି ଶୀତକାଳୀନ ଅଧିବେଶନରେ ଏହି ବିଲ୍ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ ଆଇନଗତ ପରୀକ୍ଷା ସାବ୍ୟସ୍ତ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: