Punjab Voter List Shaheed Bhagat Singh / ଭୋଟର ତାଲିକାରେ ଶହୀଦ ଭଗତ ସିଂହଙ୍କ ଫଟୋ ପାଇଁ ତେଜିଲା ବିବାଦ; ଜବାବ ରଖିଲା ପ୍ରଶାସନ
·1 hour ago·2 min read

Key Points
ପ୍ରଶାସନ ଅନୁଯାୟୀ SIR ଯାଞ୍ଚ ପ୍ରକ୍ରିୟା ସମୟରେ ଏହି ତ୍ରୁଟି ଆବିଷ୍କୃତ ହୋଇଥିଲା ଏବଂ ଏହାକୁ ସଂଶୋଧନ କରାଯାଇଛି। ସଠିକ୍ ଫଟୋ ସହିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି।
ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ନେଇ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି। ରାଜ୍ୟର ପୂର୍ବ-ଲୁଧିଆନା ନିର୍ବାଚନ ମଣ୍ଡଳୀରେ ଜଣେ ମତାଦାତଙ୍କ ନାମ ପାଖରେ ସ୍ୱାଧିନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କ ଫଟୋ ଦେଖାଯିବା ପରେ ବିବାଦ ଉପୁଜିଛି। କଂଗ୍ରେସ ନେତା ଏହି ଅସଙ୍ଗତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ପୂର୍ବତନ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାଡ଼ିଂ ଭୋଟର ତାଲିକାରେ "ଶହୀଦ-ଏ-ଆଜମ" ଭଗତ ସିଂହଙ୍କ ଫଟୋ ଦେଖାଯିବା ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ନିର୍ବାଚନ ଆୟୋଗଙ୍କ ଠାରୁ ନିରପେକ୍ଷ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ଠାରୁ ଜବାବ ମାଗିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି କଂଗ୍ରସେ ନେତା ଜଣଙ୍କ କହିଛନ୍ତି ଯେ କେବଳ ଏହା ଦେଖିବାକୁ ବାକି ରହିଥିଲା। ସେ ଦାବି କରିଛନ୍ତି ଯେ ଲୁଧିଆନା ପୂର୍ବ ବିଧାନସଭା ଆସନର ୩୮ ନମ୍ବର ପୋଲିଂ ଷ୍ଟେସନ ଠାରେ ଭୋଟର ତାଲିକାରେ କ୍ରମିକ ସଂଖ୍ୟା ୪୨୨ ପାଖରେ ଭଗତ ସିଂହଙ୍କ ଫଟୋ ରଖାଯାଇଥିବାର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଭୋଟର ତାଲିକାର ସଠିକତା ବଜାୟ ରଖିବା ପାଇଁ ଅନୁରୋଧ କରିଛି। ରାଜା ୱାଡ଼ିଂ ଗୁରୁତ୍ୱାରୋପ କରିଥିଲେ ଯେ ଗଣତନ୍ତ୍ରରେ ଭୋଟର ତାଲିକାର ସଠିକତା ଏବଂ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା କ୍ଷତି ପହଞ୍ଚାଇବା ଠିକ ନୁହେଁ।
ହେଲେ ତଥାପି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ ଏପରି ତ୍ରୁଟି ଚିହ୍ନଟ କରାଯିବା ସହ ଏହାର ସଂଶୋଧନ କରାଯାଇଛି। ଲୁଧିଆନା ଜିଲ୍ଲା ନିର୍ବାଚନ ଅଧିକାରୀ ଏହି ଦାବିକୁ ଭ୍ରାମକ ବୋଲି କହିବା ସହ ଏହାକୁ ଖାରଜ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ପୂର୍ବ ଭୋଟର ତାଲିକାରେ ଭୁଲ ଫଟୋ ରହିଥିଲା। ସେହି ଫଟୋ ଗତ ଅଗଷ୍ଟ ୧୩ ତାରିଖରେ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ ମଧ୍ୟ ଅନ୍ତର୍ଭୂକ୍ତ ରହିଥିଲା।
ଲୁଧିଆନା ଜିଲ୍ଲା ପ୍ରଶାସନ କହିବା ଅନୁଯାୟୀ, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଯାଞ୍ଚ ପ୍ରକ୍ରିୟା ସମୟରେ ଏପରି ତ୍ରୁଟି ସମ୍ପର୍କରେ ଜଣାପଡ଼ିଥିଲା। ସେବେଠାରୁ ଏହାକୁ ସଂଶୋଧନ କରାଯାଇଛି। ସଠିକ ଫଟୋ ସହିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଯାହା ସୋମବାର (ଅକ୍ଟୋବର) ପ୍ରକାଶିତ ହେବ। ଲୁଧିଆନା ଡେପୁଟି କମିଶନର ହିମାଂଶୁ ଜୈନ କହିଛନ୍ତି ଯେ ସେ ସମ୍ପୃକ୍ତ ଭୋଟର ପଞ୍ଜୀକରଣ ଅଧିକାରୀଙ୍କ ଠାରୁ ଜବାବ ମଗାଯିବା ପରେ ଏହି ଘଟଣାର ତଦନ୍ତ କରାଯିବ। ଭୁଲ ଫଟୋ ସମ୍ପର୍କରେ ହୋଇଥିବା ଅଭିଯୋଗର କାରଣ ଏବଂ ତ୍ରୁଟିର ପରିମାଣ କେବଳ ତଦନ୍ତ ପରେ ଯାଇ ଜଣାପଡ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories