Videos
|
Politics

Mamata Refuses Resign / ହାରିବା ପରେ ମମତାଙ୍କ ପ୍ରଥମ ପ୍ରେସ୍‌ କନଫରେନ୍ସ: କହିଲେ, 'ମୁଁ ଦେବିନି ଇସ୍ତଫା'

Banajyotshna Ray
Browse all articles by Banajyotshna Ray
·4 months ago·2 min read
ହାରିବା ପରେ ମମତାଙ୍କ ପ୍ରଥମ ପ୍ରେସ୍‌ କନଫରେନ୍ସ: କହିଲେ, 'ମୁଁ ଦେବିନି ଇସ୍ତଫା'
Mamata Refuses Resign

Key Points

ହାରିବା ପରେ ମମତାଙ୍କ ପ୍ରଥମ ପ୍ରେସ୍‌ କନଫରେନ୍ସ
କହିଲେ ମୁଁ ଦେବିନି ଇସ୍ତଫା
ଆଗକୁ ପରିସ୍ଥିତି କଣ ହେବ ?
ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ସେ ଇସ୍ତଫା ଦେବେ ନାହିଁ, ଫଳାଫଳ ସତ୍ତ୍ୱେ ସେ ନିର୍ବାଚନରେ ​​ହାରି ନାହାଁନ୍ତି ବୋଲି ଜିଦ୍ ଧରିଛନ୍ତି। ଫଳାଫଳ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ଦାବି କରିଛନ୍ତି ଯେ, ତାଙ୍କ ଦଳ "ନୈତିକ ଭାବରେ" ଜିତିଛି ଏବଂ ଅଭିଯୋଗ କରିଛନ୍ତି ଯେ ରାୟ ବଳ ଦ୍ୱାରା ପ୍ରଭାବିତ ହୋଇଛି। ମୁଁ ହାରିନାହିଁ। ଆମେ ନିର୍ବାଚନ ହାରିନାହୁଁ। ନୈତିକ ଭାବରେ, ଆମେ ନିର୍ବାଚନ ଜିତିଛୁ," ବୋଲି କହିଛନ୍ତି ମମତା ବାନାର୍ଜୀ।

ସୋମବାର, ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଦୁଇ-ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରି 206 ଆସନ ଜିତି ଇତିହାସ ରଚିଛି। ଟିଏମସିର 15 ବର୍ଷର ଶାସନର ଅନ୍ତ ଘଟାଇଛି ଏବଂ ରାଜ୍ୟର ଆଦର୍ଶ ଏବଂ ରାଜନୈତିକ ଗୁରୁତ୍ୱାକର୍ଷଣ କେନ୍ଦ୍ରକୁ ନିର୍ଣ୍ଣାୟକ ଭାବରେ ପରିବର୍ତ୍ତନ କରିଛି। ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍‌ କନଫରେନ୍ସ ଡାକିଥିଲେ। ମମତା କହିଛନ୍ତି, ଏହି ହେରଫେର ପାଇଁ ନିର୍ବାଚନ କମିଶନ ଦାୟୀ। ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।

ବେଙ୍ଗଲରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି’। ଭୋଟ ଗଣତି କେନ୍ଦ୍ରରେ ଆମ ଏଜେଣ୍ଟକୁ ମାଡ଼ ମାରି ତଡ଼ିଦେଲେ’। ଏହାସହ ମୁଁ ଇସ୍ତଫା ଦେବି ନାହିଁ ବୋଲି କହିଛନ୍ତି ମମତା ବାନାର୍ଜୀ।''ମୋତେ ଇସ୍ତଫା ଦେବା ପାଇଁ କେହି ବାଧ୍ୟ କରି ପାରିବେ ନାହିଁ କହିଲେ ମମତା । ''ମମତା ଆହୁରି କହିଛନ୍ତି, “ଆମେ ହାରିନାହୁଁ, ଆମେ ପରାଜିତ ହୋଇଛୁ। ନିର୍ବାଚନ ହାରିବା ପରେ ବିଳିବିଳାଉଛନ୍ତି ମମତା ବାନାର୍ଜୀ। ଏଥର ବିଧାନସଭା ନିର୍ବାଚନରେ ଶାସକ ଦଳର ବହୁ ରଥି ମହାରଥି ପରାସ୍ତ ହୋଇଛନ୍ତି। ଯାହା ମଧ୍ୟରେ ରହିଛନ୍ତି ଖୋଦ୍ ନିଜେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଅନ୍ୟପକ୍ଷରେ ବିରୋଧି ଦଳ ଶୁଭେନ୍ଦୁ ଅଧିକାରୀ ପୁନର୍ବାର ଦଳ ପାଇଁ କରିତ କର୍ମା ସାବ୍ୟସ୍ତ ହୋଇଛନ୍ତି।

ଏଥିସହ ପଢ଼ନ୍ତୁ: ଉଭୟ ଆସନରେ ଶୁଭେନ୍ଦୁଙ୍କୁ ବାଜିମାତ୍; ଦଳ ପରେ ନିଜେ ଚିତପଟାଙ୍ଗ ମାରିଲେ ମମତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ ଏଥର ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେ ଏଥର ତାଙ୍କର ପାରମ୍ପରିକ ସିଟ୍ ନନ୍ଦିଗ୍ରାମ ସହ ଭବାନୀପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥର ନନ୍ଦିଗ୍ରାମ ଆସନରୁ ପଶ୍ଚିମବଙ୍ଗ ବିଜେପି ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ପବିତ୍ର କରଙ୍କୁ ୯୬୬୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ୧୫୧୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ।

ଅଧିକ ପଢ଼ନ୍ତୁ ରାଜନୀତି ଖବର: