8 UDP MLA Joins BJP / ମେଘାଳୟ ବିଧାନସଭା ବଢିଲା ବିଜେପି ଶକ୍ତି; ବୃଦ୍ଧି ପାଇଲା ଦଳୀୟ ବିଧାୟକଙ୍କ ସଂଖ୍ୟା
·2 hours ago·2 min read

Key Points
ଗତ ସେପ୍ଟେମ୍ବର ମାସରେ ଦିଲ୍ଲୀ ସ୍ଥିତ ଦଳର ରାଷ୍ଟ୍ରୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସମାରୋହରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ଦଳର ୮ ଜଣ ବିଧାୟକ ବିଜେପି ହାତ ଧରିଥିଲେ।
ପୂର୍ବୋତ୍ତର ରାଜ୍ୟ ମେଘାଳୟ ବିଧାନସଭାରେ ଗୋଟିଏ ଝଟକାରେ ବୃଦ୍ଧି ପାଇଛି ବିଜେପି ଶକ୍ତି। ରାଜ୍ୟରେ ବିଧାନସଭାରେ ଦଳର ମାତ୍ର ୨ ଜଣ ବିଧାୟକ ଥିଲେ। ହେଲେ ବର୍ତ୍ତମାନ ଦଳୀୟ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ ହୋଇଛି। ଏହା ସହିତ ବିଜେପି ରାଜ୍ୟରେ କ୍ଷମତାସୀନ ମେଣ୍ଟ ସରକାରରେ ୨ ନମ୍ବର ସ୍ଥାନରେ ରହିଛି। ମେଘାଳୟ ବିଧାନସଭାରେ ଦ୍ୱିତୀୟ ବୃହତ୍ତ ଦଳ ଥିଲା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ର ୮ ଜଣ ବିଧାୟକ ଶନିବାର (ଅକ୍ଟୋବର ୪) ବିଜେପି ହାତ ଧରିଛନ୍ତି। ମେଘାଳୟ ବିଧାନସଭାର ବାଚସ୍ପତି ୮ ୟୁଡ଼ିପି (UDP) ବିଧାୟକଙ୍କ ବିଜେପି ବିଧାୟକ ଦଳରେ ଯୋଗଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ମେଘାଳୟ ବିଧାନସଭାରେ ବର୍ତ୍ତମାନ ହୋଇଗଲେ ୧୦ ବିଜେପି ବିଧାୟକ
ମୋଟ ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ବର୍ତ୍ତମାନ ବିଜେପି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ ହୋଇଯାଇଛି। ମେଘାଳୟ ବିଧାନସଭା ବାଚସ୍ପତି ଥୋମାସ ଏ ସାଙ୍ଗମା ସମ୍ବିଧାନର ଦଶମ ସୂଚୀର ଧାରା ୪ ଅନୁଯାୟୀ, ୮ ୟୁଡ଼ିପି ବିଧାୟକଙ୍କ ବିଜେପିରେ ଯୋଗଦାନକୁ ଅନୁମୋଦନ କରିଛନ୍ତି।
ହ୍ରାସ ପାଇଲା ୟୁଡ଼ିପି ବିଧାୟକଙ୍କ ସଂଖ୍ୟା
ଏହା ସହିତ ମେଘାଳୟ ବିଧାନସଭାରେ UDP (United Democratic Party) ବିଧାୟକଙ୍କ ସଂଖ୍ୟା ୧୨ ରୁ ହ୍ରାସ ପାଇ ୪ ହୋଇଯାଇଛି। ଅନ୍ୟପଟେ ବିଜେପି ବିଧାୟକଙ୍କ ସଂଖ୍ୟା ୨ ରୁ ୧୦କୁ ବୃଦ୍ଧି ପାଇଛି। ଏହି ନିଷ୍ପତ୍ତି ସହିତ ବିଧାନସଭାରେ ଦଳର ଗଣିତ ଆନୁଷ୍ଠାନିକ ଭାବେ ବଦଳିଛି। ଯାହା ଦ୍ନାରା ବିଧାନସଭାରେ ବିଜେପି ବିଧାୟକ ଦଳର ଉପସ୍ଥିତି ମଜବୁତ ହୋଇଯାଇଛି।
ଅଯୋଗ୍ୟତା ରକ୍ଷା ପାଇଁ ସର୍ତ୍ତ ଉପରେ ପ୍ରଶ୍ନ
ମେଘାଳୟ ବିଧାନସଭା ବାଚସ୍ପତିଙ୍କ ସ୍ୱୀକୃତି ମିଳିବା ପରେ ଦଳ ଛାଡ଼ି ଥିବା ୮ UDP ବିଧାୟକ ବର୍ତ୍ତମାନ, ବିଜେପି ବିଧାୟକ ଦଳର ଅଂଶ ହୋଇଛନ୍ତି। ଏହି ପରି ମୁଖ୍ୟ ସାମ୍ବିଧାନିକ ପ୍ରଶ୍ନ ହେଉଛି ଦଶମ ସୂଚୀର ଦଳୀୟ ମିଶ୍ରଣ ବ୍ୟବସ୍ଥା ଅନୁଯାୟୀ ଅଯୋଗ୍ୟତା ଠାରୁ ସୁରକ୍ଷା ପାଇଁ ସର୍ତ୍ତ ପୂରଣ ହୋଇଛି ନା ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେପି ବିଧାୟକ ଦଳରେ ମିଶିଗଲେ ୮ UDP ବିଧାୟକ
ମେଘାଳୟ ବିଧାନସଭା ସଚିବଙ୍କ ଦ୍ୱାରା ଜାରି ହଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୟୁଡି଼ପି ବିଧାୟକ ଦଳର ୮ ଜଣ ସଦସ୍ୟ ଲହକମେନ ରିମ୍ବୁଇ, ପାୟସ୍ ମାରବେନ୍, କାୟରମେନ୍ ଶ୍ୟାଲା, ମାୟରାଲବୋର୍ନ ସିଏମ, ମାଥ୍ୟୁ ବିୟଣ୍ଡଷ୍ଟାର କୁର୍ବା, ଓଲାନ ସିଂହ ସୁଇନ୍, ବାଲାଜିଦ୍ କୁପର ସିମରେମ୍ ଏବଂ ସିନଶର କୁପର ରୟ, ଲିଙ୍ଗଦୋହ ଥାବାହଙ୍କ ବିଜେପି ବିଧାୟକ ଦଳରେ ଯୋଗଦାନ ସମ୍ବିଧାନର ଦଶମ ସୂଚୀର ଧାରା ୪ ଅନୁଯାୟୀ ହୋଇଛି।
ଦଳ ବଦଳ ପରେ ମେଘାଳୟ ବିଧାନସଭାର ବିଧାୟକଙ୍କ ସଂଖ୍ୟା
ମେଘାଳୟ ବିଧାନସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା- ୬୦
ଶାସକ ମେଣ୍ଟ
ନ୍ୟାସନାଲ ପିପୁଲ୍ସ ପାର୍ଟି (NPP): ୩୩ ବିଧାୟକ (ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମାଙ୍କ ନେତୃତ୍ୱରେ)
ଭାରତୀୟ ଜନତା ପାର୍ଟି (BJP): ୧୦ ଜଣ ବିଧାୟକ ( ୮ UDP ବିଧାୟକଙ୍କ ଦଳରେ ଯୋଗଦାନ ପରେ)
ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (UDP): ୪ ଜଣ ବିଧାୟକ (ପୂର୍ବରୁ ଥିଲେ ମୋଟ ୧୨ ବିଧାୟକ)
ହିଲ୍ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (HSPDP): ୨ ବିଧାୟକ
ସ୍ୱାଧୀନ: ୨ ବିଧାୟକ
ବିରୋଧି
ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ: ୫ ବିଧାୟକ
ଭଏସ୍ ଅଫ୍ ପିପୁଲ୍ସ ପାର୍ଟି (VPP): ୪ ବିଧାୟକ

Related Topics
Explore more stories