Tamil Nadu Politics / ଷ୍ଟାଲିନ୍ଙ୍କ ବଡ଼ ଦାବି; 'ଭାଙ୍ଗି ଯାଇପାରେ ବିଜୟ ସରକାର, କେବେ ବି ହୋଇପାରେ ନିର୍ବାଚନ'
·18 hours ago·2 min read

Key Points
ବିଜୟଙ୍କ ସରକାର ଉପରେ ଡିଏମ୍କେର ନଜର । ସରକାରକୁ ୧୦ ଦିନ ହୋଇଥିବା ବେଳେ ଡିଏମ୍କେ ନେତା ଦୁଇ ଦୁଇ ଥର କହିଲେଣି ଅଳ୍ପଦିନରେ ଭାଙ୍ଗିଯିବ ସରକାର ।
ଚେନ୍ନାଇ: ବେଶୀ ଦିନ ରହିବନି ବିଜୟଙ୍କ ନେତୃତ୍ଵାଧିନ ଟିଭିକେ ସରକାର । ଅଳ୍ପଦିନରେ ସରକାର ଭାଙ୍ଗିଯବ । ତେଣୁ ଡିଏମ୍କେ କର୍ମକର୍ତ୍ତା ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ।
ଏବେ ବିଜୟଙ୍କ ଟିଭିକେ ପାଖରେ ୧୦୭ ଆସନ ରହିଥିବା ବେଳେ କଂଗ୍ରେସର ୫ ଜଣ, ଡିଏମ୍କେର ୪ ଜଣ ସରକାରଙ୍କୁ ସମର୍ଥନ ଦେଇଛନ୍ତି । ଏଥିସହ AIADMK ବିଦ୍ରୋହୀ ଗୋଷ୍ଠୀର ୨୫ ବିଧାୟକଙ୍କ ସମର୍ଥନ ରହିଛି ମୁଖ୍ୟମନ୍ତ୍ରୀ ବିଜୟଙ୍କ ପ୍ରତି । ଗତ ସପ୍ତାହରେ ହୋଇଥିବା ବହୁମତ ପରୀକ୍ଷାରେ AIADMK ବିଦ୍ରୋହୀ ଗୋଷ୍ଠୀ ଭୋଟ୍ ଦେଇ ସମର୍ଥନ ଜଣାଇଥିଲେ ।
ଏଥିସହ ପଢ଼ନ୍ତୁ: ବେଙ୍ଗଲରେ ମମତାଙ୍କୁ ବଡ଼ ଝଟକା ! ନିର୍ବାଚନ ପୂର୍ବରୁ ମଇଦାନ ଛାଡ଼ିଲେ ଜାହାଙ୍ଗୀର ଖାନ
ତେବେ ବିଜୟଙ୍କ ସରକାରକୁ ମାତ୍ର ୧୦ ଦିନ ପୁରିଥିବା ବେଳେ ତାମିଲନାଡ଼ୁରେ ରାଜନୈତିକ ଅସ୍ଥିରତାର ଗନ୍ଧ ବାରିଛି ଡିଏମ୍କେ । ପ୍ରଥମେ ତିଋଚେନ୍ଦୁର ଆସନରୁ ଡିଏମ୍କେ ବିଧାୟକ ଅନୀଥା ରାଧାକୃଷ୍ଣନ ଦାବି କରିଥିଲେ, ବିଜୟ ସରକାର ୬ ମାସରେ ଭାଙ୍ଗିଯିବ ।
ଆଉ ଏବେ ଡିଏମ୍କେ ମୁଖ୍ୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଜିଲ୍ଲା ସଭାପତିଙ୍କୁ ଷ୍ଟାଲିନ୍ କହିଛନ୍ତି, "ବର୍ତ୍ତମାନର ସରକାର କେବେ ବି ଭାଙ୍ଗି ଯାଇପାରେ । କେତେବେଳେ ବି ନିର୍ବାଚନ ହୋଇପାରେ, ତେଣୁ ଆମକୁ ଭୋଟ୍ ପାଇଁ ପ୍ରସ୍ତୁତ ରହିବାକୁ ହେବ ।"
ଷ୍ଟାଲିନ୍ ଆହୁରି କହିଛନ୍ତି, "ନିର୍ବାଚନରେ ପରାଜୟ ଅସ୍ଥାୟୀ ଅଟେ । ସରକାର କେବେ ବି ଭାଙ୍ଗିପାରେ, ପ୍ରସ୍ତୁତ ରୁହ । ଏପରିକି ୨୦୨୯ ଲୋକସଭା ନିର୍ବାଚନ ସହ ଏକାସାଙ୍ଗରେ ପୁଣି ଥରେ ବିଧାନସଭା ନିର୍ବାଚନ ହୋଇପାରେ । ଆମେ କ୍ଷମତାକୁ ଫେରିବା, ପୁଣି ଜିତିବା ।"
DMKର ଆଶା ଓ ଆଶଙ୍କା
ରିପୋର୍ଟ ଅନୁସାରେ, ବିଜୟଙ୍କ ଟିଭିକେକୁ ବାହ୍ୟ ସମର୍ଥନ ଦେଉଥିବା VCK, CPI, CPM ଓ IUML ହାତ ଫେରାଇନେଲେ ରାଜନୈତିକ ଅସ୍ଥିରତା ପ୍ରକାଶ ପାଇବ । ଏଥିସହ ତାମିଲନାଡ଼ୁ ବିଧାନସଭା ବାଚସ୍ପତି କିମ୍ବା ଅଦାଲତ AIADMKର ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ, ସରକାର ଭାଙ୍ଗିବା ସ୍ଥିତି ସୃଷ୍ଟି ହୋଇପାରେ ।
ପରାଜୟ ପାଇଁ ନିଜକୁ ଦାୟୀ କଲେ ଷ୍ଟାଲିନ୍
ସୋମବାର ଡିଏମ୍କେ ମୁଖ୍ୟ ଷ୍ଟାଲିନ୍ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । ନିର୍ବାଚନରେ ଖୋଦ୍ ଷ୍ଟାଲିନ୍ ମଧ୍ୟ କୋଲାଥୁର ଆସନରୁ ହାରିଥିଲେ । ଏବେ ଦଳ ସୋସିଆଲ୍ ମିଡିଆରେ ପ୍ରଭାବ ବିସ୍ତାର କରିବାକୁ ଷ୍ଟାଲିନ୍ କର୍ମକର୍ତ୍ତାଙ୍କୁ କହିଛନ୍ତି ।
ଏଥିସହ ପଢ଼ନ୍ତୁ: 'ପୁଣି ଷ୍ଟାଲିନ୍ ହେବେ ମୁଖ୍ୟମନ୍ତ୍ରୀ'; 'ବିଜୟ'ଙ୍କ ସରକାର ଭାଙ୍ଗିଯିବା ନେଇ ବଡ଼ ଦାବି
ଏଥିସହ ତାମିଲନାଡ଼ୁ ନିର୍ବାଚନରେ ପରାଜୟ ପରେ ମୁଖ୍ୟ ବିରୋଧୀ ଦଳ DMK ଏକ କମିଟି ଗଠନ କରିଛି । ୩୬ ସଦସ୍ୟ ବିଶିଷ୍ଟ କମିଟି ଦଳ ହାରିବାର କାରଣର ତର୍ଜମା କରିବ । ଦଳର ହାରିବା କାରଣ ନେଇ ଷ୍ଟାଲିନ ଏକ ନିରପେକ୍ଷ ଓ ସ୍ପଷ୍ଟ ରିପୋର୍ଟ ମାହଗିଛନ୍ତି । ରାଜ୍ୟରେ ସରକାରଙ୍କ ବିପକ୍ଷରେ କୌଣସି ଲହର ନଥିବା ବେଳେ ଅପ୍ରତ୍ୟାଶିତ ପରାଜୟ କିଭଳି ହେଲା ତାର କାରଣ ଖୋଜୁଛି DMK ।
ଗଠିତ କମିଟି ଚୂଡ଼ାନ୍ତ ରିପୋର୍ଟ ଜୁନ୍ ୫ ତାରିଖ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ଖୋଦ୍ ଷ୍ଟାଲିନ୍ ତାଙ୍କ ପାରମ୍ପାରିକ ବିଧାନସଭା ଆସନ କୋଲାଥୁରରୁ ପରାଜିତ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories