Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ପୁଣି ଷ୍ଟାଲିନ୍ ହେବେ ମୁଖ୍ୟମନ୍ତ୍ରୀ'; 'ବିଜୟ'ଙ୍କ ସରକାର ଭାଙ୍ଗିଯିବା ନେଇ ବଡ଼ ଦାବି

Politics

Tamil Nadu Politics / 'ପୁଣି ଷ୍ଟାଲିନ୍ ହେବେ ମୁଖ୍ୟମନ୍ତ୍ରୀ'; 'ବିଜୟ'ଙ୍କ ସରକାର ଭାଙ୍ଗିଯିବା ନେଇ ବଡ଼ ଦାବି

Sushanta Sahoo
Browse all articles by Sushanta Sahoo
·1 day ago·2 min read
'ପୁଣି ଷ୍ଟାଲିନ୍ ହେବେ ମୁଖ୍ୟମନ୍ତ୍ରୀ'; 'ବିଜୟ'ଙ୍କ ସରକାର ଭାଙ୍ଗିଯିବା ନେଇ ବଡ଼ ଦାବି
DMK MLA Makes Bold Prediction

Key Points

ତିଷ୍ଠିବନି ବିଜୟଙ୍କ ସରକାର । ବର୍ଷେ ରହିବା କଷ୍ଟ ହୋଇ ପଡ଼ିବ । ମାତ୍ର ୬ ମାସ ମଧ୍ୟରେ ଭାଙ୍ଗିଯିବ ବିଜୟଙ୍କ ସରକାର । ଏଭଳି ଦାବି କରିଛନ୍ତି DMK ବିଧାୟକ ।
ଚେନ୍ନାଇ: ତାମିଲନାଡ଼ୁରେ ବେଶୀ ଦିନ ତିଷ୍ଠିବନି ବିଜୟଙ୍କ ସରକାର । ବର୍ଷେ ରହିବା କଷ୍ଟ ହୋଇ ପଡ଼ିବ । ମାତ୍ର ୬ ମାସ ମଧ୍ୟରେ ଭାଙ୍ଗିଯିବ ବିଜୟଙ୍କ ସରକାର । ତିଋଚେନ୍ଦୁର ଆସନରୁ ବିଧାୟକ ହୋଇଥିବା ଅନୀଥା ରାଧାକୃଷ୍ଣନ ଏଭଳି ଦାବି କରିଛନ୍ତି ।

DMK ବିଧାୟକ ଅନୀଥା ରାଧାକୃଷ୍ଣନଙ୍କ ଦାବି ଅନୁସାରେ, TVK ନେତୃତ୍ଵାଧିନ ବର୍ତ୍ତମାନର ସରକାର ୬ ମାସରେ ଭାଙ୍ଗିଯିବ । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ DMK ନେତା ଏମ୍‌କେ ଷ୍ଟାଲିନ୍ । ମେ ୧୦ ତାରିଖରେ ବିଜୟ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଏଥିସହ ପଢ଼ନ୍ତୁ: କେତେ ଶିକ୍ଷିତ କେରଳମର ନୂଆ ମୁଖ୍ୟମନ୍ତ୍ରୀ ? ପାଖରେ ଅଛି କୋଟି କୋଟି ସମ୍ପତ୍ତି 

ରିପୋର୍ଟ ଅନୁସାରେ, ଡିଏମ୍‌କେ ବିଧାୟକ ରାଧାକୃଷ୍ଣନ କହିଛନ୍ତି, "ଷ୍ଟାଲିନ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ୪ରୁ ୬ ମାସ ମଧ୍ୟରେ ଆମ ନେତାଙ୍କୁ କ୍ଷମତା ମିଳିବ ।" ତେବେ ଡିଏମ୍‌କେ ବିଧାୟକଙ୍କ ଏଭଳି ଦାବି ଉପରେ ଟିଭିକେ ତତ୍‌କ୍ଷଣାତ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

TVK ନେତାଙ୍କୁ ରାଧାକୃଷ୍ଣନଙ୍କ ଆହ୍ଵାନ

ସରକାର ଭାଙ୍ଗିଯିବା ଦାବି ସହ ରାଧାକୃଷ୍ଣନ ଟିଭିକେର ବରିଷ୍ଠ ନେତା ଅଧବ ଅର୍ଜୁନଙ୍କୁ ଆହ୍ଵାନ ଦେଇଛନ୍ତି । ଭିଲ୍ଲିଭକ୍କମ ଆସନରୁ ଜିତିଥିବା ଅଧବ ଅର୍ଜୁନଙ୍କୁ ଇସ୍ତଫା ଦେଇ ତିଋଚେନ୍ଦୁରରୁ ଲଢ଼ିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଧାକୃଷ୍ଣନ ।

ତିଋଚେନ୍ଦୁରରୁ ଆସନରୁ ରାଧାକୃଷ୍ଣନ ୨୫ ବର୍ଷ ହେଲା ବିଧାୟକ ଅଛନ୍ତି । ପ୍ରଥମଥର ୨୦୦୧ରେ ସେ DMKର ବଡ଼ ପ୍ରତିଦ୍ଵନ୍ଦ୍ଵୀ AIADMK ଠାରୁ ଆସନ ଜିତିଥିଲେ । ପୁଣି ୨୦୦୯ରୁ ଆସନକୁ କବ୍‌ଜା କରି ରଖିଛନ୍ତି ।

କମିଟି ଗଠନ କଲା DMK

ତାମିଲନାଡ଼ୁ ନିର୍ବାଚନରେ ପରାଜୟ ପରେ ମୁଖ୍ୟ ବିରୋଧୀ ଦଳ DMK ଏକ କମିଟି ଗଠନ କରିଛି । ୩୬ ସଦସ୍ୟ ବିଶିଷ୍ଟ କମିଟି ଦଳ ହାରିବାର କାରଣର ତର୍ଜମା କରିବ । ଦଳର ହାରିବା କାରଣ ନେଇ ଷ୍ଟାଲିନ ଏକ ନିରପେକ୍ଷ ଓ ସ୍ପଷ୍ଟ ରିପୋର୍ଟ ମାହଗିଛନ୍ତି । ରାଜ୍ୟରେ ସରକାରଙ୍କ ବିପକ୍ଷରେ କୌଣସି ଲହର ନଥିବା ବେଳେ ଅପ୍ରତ୍ୟାଶିତ ପରାଜୟ କିଭଳି ହେଲା ତାର କାରଣ ଖୋଜୁଛି DMK ।

ଗଠିତ କମିଟି ଚୂଡ଼ାନ୍ତ ରିପୋର୍ଟ ଜୁନ୍ ୫ ତାରିଖ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ଖୋଦ୍ ଷ୍ଟାଲିନ୍ ତାଙ୍କ ପାରମ୍ପାରିକ ବିଧାନସଭା ଆସନ କୋଲାଥୁରରୁ ପରାଜିତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଧମକ; ଉଠାଇନେଲା ଏସଟିଏଫ ସାଇବର ସେଲ୍ 

କାହାକୁ କେତେ ଆସନ ?

୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାର ବହୁମତ ହେଉଛି ୧୧୮ । ଟିଭିକେ ୧୦୮ ଆସନ ଜିତିଥିବା ବେଳେ ଡିଏମ୍‌କେ ୫୯ଟି ସିଟ୍ ହାତେଇଛି । ଏଆଇଏଡିଏମ୍‌କେ ୪୭ଟିରେ ବିଜୟୀ ହୋଇଛି । କଂଗ୍ରେସକୁ ମିଳିଛି ୫ଟି ଆସନ । ପିଏମ୍‌କେ ୪ଟି ଆସନ ଜିତିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DMK MLA Claims Vijay Government Will Collapse Within 6 Months | Argus News | Argus News