MLC Election 2026 India / ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷିତ; ଅକ୍ଟୋବର ୨୩ ତାରିଖରେ ହେବ ଭୋଟ୍
·45 mins ago·2 min read

Key Points
ନିର୍ବାଚନ କମିଶନ ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଭୋଟିଂ ଅକ୍ଟୋବର ୨୩ ଏବଂ ଗଣତି ଅକ୍ଟୋବର ୨୭ ତାରିଖରେ ହେବ।
ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଆସନ ମଧ୍ୟରେ ଶିକ୍ଷକ ଏବଂ ସ୍ନାତକ ନିର୍ବାଚକମଣ୍ଡଳ ପାଇଁ ସଂରକ୍ଷିତ ରହିଛି। ଏହି ଆସନ ପାଇଁ ଭୋଟ୍ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ। ସେହିପରି ଅକ୍ଟୋବର ୨୭ ତାରିଖରେ ଭୋଟ ଗଣତି ହେବ। ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ସଂହିତା ତୁରନ୍ତ ଲାଗୁ ହୋଇଛି।
ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ବିହାରରେ ୮ ବିଧାନ ପରିଷଦ ଆସନ ନଭେମ୍ବର ୧୬ ତାରିଖରେ ଖାଲି ହେବ। କର୍ଣ୍ଣାଟକରେ ୪ ଆସନ ନଭେମ୍ବର ୧୧ ତାରିଖରେ, ମହାରାଷ୍ଟ୍ରରେ ୫ ଆସନ ଡିସେମ୍ବର ୬ ତାରିଖରେ ଏବଂ ଉତ୍ତର ପ୍ରଦେଶରେ ୧୧ ଆସନ ଡିସେମ୍ବର ୬ ତାରିଖରେ ଖାଲି ହେବ।
ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ୨୦୨୬ ସେପ୍ଟେମ୍ବର ୨୯ ତାରିଖରେ ଜାରି କରାଯିବ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ। ଅକ୍ଟୋବର ୨୩ ତାରିଖ ସକାଳ ଆଠଟାରୁ (08:00 AM) ଅପରାହ୍ନ ଚାରିଟା (04:00 PM) ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଭୋଟ ଗଣତି ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବ। ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣ ସଂହିତା ତୁରନ୍ତ ଲାଗୁ ହୋଇଯାଇଛି।
ଉତ୍ତର ପ୍ରଦେଶ ଏବଂ ବିହାରର କେଉଁ ଆସନରେ ଅନୁଷ୍ଠିତ ହେବ ନିର୍ବାଚନ?
ବିହାରରେ ଖାଲି ପଡୁଥିବା ଆସନ ମଧ୍ୟରେ ରହିଛି ପାଟନା ସ୍ନାତକ ନିର୍ବାଚନ ମଣ୍ଡଳୀ, ଦରଭଙ୍ଗା ସ୍ନାତକ ନିର୍ବାଚନ ମଣ୍ଡଳୀ, ତିରହୁତ ସ୍ନାତକ ନିର୍ବାଚନ ମଣ୍ଡଳୀ, କୋସି ସ୍ନାତକ ନିର୍ବାଚନ ମଣ୍ଡଳୀ ସହ ପାଟନା ଶିକ୍ଷକ ନିର୍ବାଚନ ମଣ୍ଡଳୀ, ଦରଭଙ୍ଗା ଶିକ୍ଷକ ନିର୍ବାଚନ ମଣ୍ଡଳୀ, ତିରହୁତ ଶିକ୍ଷକ ନିର୍ବାଚନ ମଣ୍ଡଳୀ ଏବଂ ସରନ ଶିକ୍ଷକ ନିର୍ବାଚନ ମଣ୍ଡଳୀ। ଏହି ଆସନ ପାଇଁ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତର ପ୍ରଦେଶର ଯେଉଁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ, ତାହା ମଧ୍ୟରେ ରହିଛି ଲକ୍ଷ୍ନୌ ସ୍ନାତକ ନିର୍ବାଚନ ମଣ୍ଡଳୀ, ବାରାଣସୀ ସ୍ନାତକ ନିର୍ବାଚନ ମଣ୍ଡଳୀ, ଆଗ୍ରା ସ୍ନାତକ ନିର୍ବାଚନ ମଣ୍ଡଳୀ, ମେରଠ ସ୍ନାତକ ନିର୍ବାଚନ ମଣ୍ଡଳୀ, ଆହ୍ଲାବାଦ-ଝାନ୍ସି ସ୍ନାତକ ନିର୍ବାଚନ ମଣ୍ଡଳୀ ସହ ଲକ୍ଷ୍ନୌ ଶିକ୍ଷକ ନିର୍ବାଚନ ମଣ୍ଡଳୀ, ବାରାଣସୀ ଶିକ୍ଷକ ନିର୍ବାଚନ ମଣ୍ଡଳୀ, ଆଗ୍ରା ଶିକ୍ଷକ ନିର୍ବାଚନ ମଣ୍ଡଳୀ, ମେରଠ ଶିକ୍ଷକ ନିର୍ବାଚନ ମଣ୍ଡଳୀ, ବରେଲି-ମୁରାଦାବାଦ ଶିକ୍ଷକ ନିର୍ବାଚନ ମଣ୍ଡଳୀ ଏବଂ ଗୋରଖପୁର-ଫୈଜାବାଦ ଶିକ୍ଷକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୂକ୍ତ।
ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କେଉଁ ଆସନରେ ହେବ ନିର୍ବାଚନ?
ସେହିପରି, ମହାରାଷ୍ଟ୍ରରେ ଔରଙ୍ଗାବାଦ ସ୍ନାତକ ନିର୍ବାଚନମଣ୍ଡଳୀ, ପୁଣେ ସ୍ନାତକ ନିର୍ବାଚନମଣ୍ଡଳୀ, ନାଗପୁର ସ୍ନାତକ ନିର୍ବାଚନମଣ୍ଡଳୀ, ଅମରାବତୀ ଶିକ୍ଷକ ନିର୍ବାଚନମଣ୍ଡଳୀ ଏବଂ ପୁଣେ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକରେ, କର୍ଣ୍ଣାଟକ ଦକ୍ଷିଣ-ପୂର୍ବ ସ୍ନାତକ ନିର୍ବାଚନମଣ୍ଡଳୀ, କର୍ଣ୍ଣାଟକ ପଶ୍ଚିମ ସ୍ନାତକ ନିର୍ବାଚନମଣ୍ଡଳୀ, କର୍ଣ୍ଣାଟକ ଉତ୍ତର-ପୂର୍ବ ଶିକ୍ଷକ ନିର୍ବାଚନମଣ୍ଡଳୀ ଏବଂ ବାଙ୍ଗାଲୋର ଶିକ୍ଷକ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।

Related Topics
Explore more stories