Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Bihar Elections / ବିହାରରେ ମୋଦିଙ୍କ ମାରାଥନ୍ କ୍ୟାମ୍ପେନ୍; କହିଲେ 'RJD ଫେରିଲେ ଫେରିବ ହତ୍ୟା, ଅପହରଣ, ରାହାଜାନି'

Sushanta Sahoo
Browse all articles by Sushanta Sahoo
·8 months ago·3 min read
ବିହାରରେ ମୋଦିଙ୍କ ମାରାଥନ୍ କ୍ୟାମ୍ପେନ୍; କହିଲେ 'RJD ଫେରିଲେ ଫେରିବ ହତ୍ୟା, ଅପହରଣ, ରାହାଜାନି'

Key Points

ପ୍ରଥମ ପର୍ଯ୍ୟାୟ ମତଦାନ ବିରୋଧୀଙ୍କ ଖୁସିର ବେଲନରୁ ପବନ କାଢ଼ି ଦେଇଛି କହି ବିରୋଧୀଙ୍କୁ ମୋଦି କରିଛନ୍ତି ଟାର୍ଗେଟ୍ । ବିହାରର ଭବୁଆ ଏବଂ ଔରଙ୍ଗାବାଦରେ ମୋଦି କରିଛନ୍ତି ଜୋରଦାର ପ୍ରଚାର । ଭୋଟିଂ ପୂର୍ବରୁ ମନରେ ଏକ ପ୍ରକାର ବିଜୟକୁ ସୁନିଶ୍ଚିତ କରି ଖୁସିରେ ଫୁଲି ଉଠିଥିଲେ ବିରୋଧୀ ।
ପାଟନା: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭୋଟ ପରେ ବିହାର ରଣର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର । RJD ଓ କଂଗ୍ରେସ ଉପରେ ମୋଦି, ଶାହଙ୍କ ଜୋରଦାର ପ୍ରହାର । ଜଙ୍ଗଲରାଜ ଗୀତକୁ ନେଇ ବର୍ଷିଲେ ପିଏମ୍ ମୋଦି । କହିଲେ, "RJD ଫେରିଲେ ଫେରିବ ହତ୍ୟା, ଅପହରଣ, ରାହାଜାନୀ ଭଳି ଅପରାଧ ।" ଗ୍ୟାଙ୍ଗଷ୍ଟାର ପୁଅକୁ ଟିକେଟ ପ୍ରସଙ୍ଗ ଉଠାଇ ମହାମେଣ୍ଟକୁ ଘେରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ବିହାର ମହାସଂଗ୍ରାମରେ ରୋଚକ ହେବାରେ ଲାଗିଛି ମୈଦାନର ରଣ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ସବୁ ଦଳ ନିଜ ନିଜ ପ୍ରସ୍ତୁତି ଜୋରଦାର କରିଛନ୍ତି । ଏହାରି ଭିତରେ ପ୍ରଚାର ମୈଦାନ ହୋଇଛି ସରଗରମ । ବିହାରର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଘମାସାନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଏଥିସହ ପଢ଼ନ୍ତୁ: ନବୀନଙ୍କ ସନ୍ତାନ ଥିଲେ ଅସୁସ୍ଥ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?: ଶ୍ରୀମୟୀ ମିଶ୍ର

ପ୍ରଥମ ପର୍ଯ୍ୟାୟ ମତଦାନ ବିରୋଧୀଙ୍କ ଖୁସିର ବେଲନରୁ ପବନ କାଢ଼ି ଦେଇଛି କହି ବିରୋଧୀଙ୍କୁ ମୋଦି କରିଛନ୍ତି ଟାର୍ଗେଟ୍ । ବିହାରର ଭବୁଆ ଏବଂ ଔରଙ୍ଗାବାଦରେ ମୋଦି କରିଛନ୍ତି ଜୋରଦାର ପ୍ରଚାର । ଭୋଟିଂ ପୂର୍ବରୁ ମନରେ ଏକ ପ୍ରକାର ବିଜୟକୁ ସୁନିଶ୍ଚିତ କରି ଖୁସିରେ ଫୁଲି ଉଠିଥିଲେ ବିରୋଧୀ । ହେଲେ ଏହି ଭୋଟିଂ ବିରୋଧୀଙ୍କ ବେଲୁନରୁ ପବନ କାଢ଼ି ଦେଇଛି । ୬ରେ ଭୋଟିଂ ପରେ ଜଙ୍ଗଲରାଜ ବାଲାଙ୍କ ଖୁସି ମଉଳି ଯାଇଛି । ଏଥିସହ ଲାଲୁଙ୍କ ଶାସନ କାଳର ଭୋଟିଂ ବେଳର ଅପରାଧ ଓ ହିଂସାକୁ ମନେ ପକାଇ ଦେଇଛନ୍ତି ମୋଦି । କିଭଳି ଜଙ୍ଗଲରାଜରେ ବନ୍ଧୁକ ମୁନରେ ବାଲାଟ ବକ୍ସ ଚୋରି କରି ମତ ବଦଳାଇ ଦିଆଯାଉଥିଲା ସେ କଥାକୁ ମନେ ପକାଇ ବିହାରବାସୀଙ୍କୁ କରିଛନ୍ତି ସଚେତନ ।

ବିହାରର ଭାଗଲପୁର ଦେଖିଛି ଦୁଇ ହେଭିୱେଟଙ୍କ ଘମାସାନ ପ୍ରଚାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଗଲପୁରରେ ପ୍ରଚାରରେ ସାମିଲ ହୋଇ ମହାମେଣ୍ଟ ବିରୋଧରେ ଦେଇଛନ୍ତି ରଣ ହୁଙ୍କାର । ଓସାମାକୁ ଟିକେଟ ପ୍ରସଙ୍ଗରେ ମଞ୍ଚରୁ ପୁଣି ଥରେ ଲାଲୁଙ୍କ ଦଳକୁ ସିଧା ନିଶାନା କରିଛନ୍ତି ଶାହ । ଗ୍ୟାଙ୍ଗଷ୍ଟାରର ପୁଅକୁ ଟିକେଟ ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି RJD ।

ଏଥିସହ ପଢ଼ନ୍ତୁ: ସଡ଼କ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି ଭାରତ: ନୀତିନ ଗଡ଼କରୀ

ହେଲେ ବିହାର ଏବେ ବିକାଶର ସିଡ଼ି ଚଢ଼ୁଛି । ଆଉ ଜଙ୍ଗଲରାଜ ନୁହେଁ ବରଂ ବିକାଶ ଚାହୁଁଛି ବିହାର । ସେପଟେ ମହାମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ବ ଓ ପଶ୍ଚିମ ଚମ୍ପାରଣରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଧୂଆଁଧାର ପ୍ରଚାର NDA ସପକ୍ଷରେ ସୃଷ୍ଟି କରୁଛି ଜନମତ । ଯୋଗୀଙ୍କ ରାଲିରେ ଜମୁଛି ଅସମ୍ଭାଳ ଭିଡ଼ । ସେପଟେ ପ୍ରଚାର ମୈଦାନରେ ନିଜର ସବୁ ବଳ ଲଗାଇ ଦେଇଛି ମହାମେଣ୍ଟ । ଭାଗଲପୁରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଛନ୍ତି ଜୋରଦାର ପ୍ରଚାର ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ମତଦାନ କରିଛନ୍ତି ବିହାରବାସୀ । ଆସନ୍ତା ୧୧ ତାରିଖରେ ବିହାରର ବଳକା ୧୨୨ ଆସନରେ ମତଦାନ ହେବାକୁ ଥିବା ବେଳେ ଅଧିକରୁ ଅଧିକ ଜନମତ ନିଜ ପକ୍ଷରେ କରିବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି ସବୁ ରାଜନୈତିକ ଦଳ । NDA ଓ ବିଜେପି ବିକାଶକୁ ପ୍ରସଙ୍ଗ କରିଥିବା ବେଳେ ଏହା ବିରୋଧରେ ଫେଲ୍ ମାରୁଛି ମହାମେଣ୍ଟର ସବୁ ରଣନୀତି । ତେବେ ଆଗାମୀ ଦିନରେ କିଏ ଜିତୁଛି ଜନତାଙ୍କ ବିଶ୍ୱାସ ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Modi Attacks RJD in Bihar, Warns of Return to ‘Jungle Raj’ | Argus News | Argus News