Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Mohammed Moquim Expelled / ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
Mohammed Moquim

Key Points

ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ
ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ କଂଗ୍ରେସରୁ ବହିଷ୍କୃତ
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍ ବହିଷ୍କୃତ
କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ । କଂଗ୍ରେସର ପ୍ରାଥମିକ ପଦରୁ ମୋକିମ୍‌ଙ୍କୁ ବହିଷ୍କୃତ କରାଯାଇଛି । ଦଳ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କରିଛି AICC । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ ମିଳିଛି । ଏନେଇ ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ମିଳିଛି ।

ସୂଚନା ଅନୁସାରେ, ନିକଟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିଲେ ପୂର୍ବତନ ବିଧାୟକ ମୋକିମ୍ ।

ସେ ଲେଖିଥିଲେ, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି । ଜେପି ଆନ୍ଦୋଳନ ସମୟରେ ଗାନ୍ଧି ପରିବାରକୁ ସମାଲୋଚନା କରିଥିବା ଭକ୍ତଙ୍କ ବିଚାରଧାରା କଂଗ୍ରେସଠାରୁ ଭିନ୍ନ । ସେ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି ।

କେବଳ ଏତିକି ନୁହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି । ଯଦି ଖୋଦ୍ ନେତା ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଭରସା ଜିତି ପାରିବେନି ତାହେଲେ କର୍ମୀମାନେ ସ୍ବତଃପ୍ରବୃତ ଭାବରେ ତାଙ୍କ ନେତୃତ୍ବ ଉପରେ ଆସ୍ଥା ହରାଇବେ । ଆଉ ରାଜ୍ୟରେ ଦଳକୁ ଦିଗଦର୍ଶନ ଦେବାରେ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବେ। ଏହି ସ୍ଥିତି ଯୋଗୁଁ ରାଜ୍ୟରେ ତୃଣମୂଳ ସ୍ତରର କର୍ମୀ ଏବେ ଦିଶାହୀନ ହୋଇପଡିଛନ୍ତି ବୋଲି ମୋକିମ ଚିଠି ଲେଖିଥିଲେ ।

ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ୨୦୨୩ରେ ୧୮ ନେତାଙ୍କୁ ଦିଲ୍ଲୀ ଡାକି ଶରତ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା । ୬ଥର ଲୋକସଭା ନିର୍ବାଚନ ହାରିଥିବା ଶତରଙ୍କୁ ଦାୟିତ୍ଵ ଦଳକୁ ଭିତରକୁ ଦୁର୍ବଳ କଲା । ତାଙ୍କ ନେତୃତ୍ଵରେ ଦଳ ସାଧାରଣ ନିର୍ବାଚନ ମାତ୍ର ୧୩ ପ୍ରତିଶତ ଭୋଟ୍ ପାଇଲା । ସେ ନିଜେ ହାରିଲେ ।

ଏହା ସହ ଦଳରେ ନେତୃତ୍ବର ନବୀକରଣ କରାଯାଉ ବୋଲି କହିବା ସହ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇ ସୋନିଆଙ୍କୁ ଚିଠି ଲେଖିଥିଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ।

ମୋକିମ୍‌ଙ୍କ ଚିଠିର ଉତ୍ତର ମଧ୍ୟ ରଖିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଦିଲ୍ଲୀରେ ସମ୍ବାଦ ସରବରାହ ସଂସ୍ଥା ANIକୁ ଏନେଇ ପ୍ରତିକ୍ରିୟା ଦେଇଥିଲେ ଭକ୍ତ ଦାସ । ସେ କହିଥିଲେ, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ସେମାନେ ଶୀଘ୍ର ଚାଲିଯିବା ଦରକାର । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଦଳକୁ ଆଗକୁ ନେଉଛନ୍ତି । ତେଣୁ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ଭକ୍ତ ଦାସ କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mohammed Moquim Expelled from Congress for Anti-Party Activities | Argus News