New Regional Party / ବିଜେଡି ଓ କଂଗ୍ରେସକୁ ଭାଙ୍ଗିବେ ମୋକିମ୍, ମାର୍ଚ୍ଚରେ ଗଢ଼ିବେ ନୂଆ ଆଞ୍ଚଳିକ ଦଳ
·8 months ago·2 min read

Key Points
ବିଜେଡି ଓ କଂଗ୍ରେସକୁ ଭାଙ୍ଗି ମୋକିମ୍ ଗଢିବେ ନୂଆ ଆଞ୍ଚଳିକ ଦଳ
କଂଗ୍ରେସ ନାଁରେ ନୂଆ ଦଳ ଗଢିବାକୁ ଦେଲେ ସଙ୍କେତ
ସନା ମହାକୁଡ଼ଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ବିଜେଡିରେ କମ୍ପନ

ନୂଆ ବର୍ଷରେ ରାଜ୍ୟରେ ନୂଆ ରାଜନୈତିକ ସମୀକରଣ । ରାଜ୍ୟରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଯାହାର ନେତୃତ୍ବ ନେଉଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ନାଁରେ ନୂଆ ଦଳ ଗଢ଼ିବାକୁ ସେ ସଙ୍କେତ ଦେଇଥିବାବେଳେ ବିଜେଡି ଓ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କ ଭିତରେ ସୃଷ୍ଟି ହୋଇଛି କମ୍ପନ । ଅନୁମାନ କରାଯାଉଛି ବିଜେଡି ଓ କଂଗ୍ରେସକୁ ଭାଙ୍ଗିବେ ମୋକିମ୍ । ସେପଟେ ବିଧାୟକ ସନାତନ ମହାକୁଡ଼ଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ବି ବିଜେଡିରେ ହଲଚଲ ।
ବିଜେଡି ଓ କଂଗ୍ରେସକୁ ଭାଙ୍ଗି ମୋକିମ୍ ଗଢିବେ ନୂଆ ଆଞ୍ଚଳିକ ଦଳ । ଉଭୟ ଦଳର ଅନ୍ତଃ କନ୍ଦଳ ନୂଆ ଆଞ୍ଚଳିକ ଦଳ ଗଠନକୁ ଯୋଗାଇଛି ଇନ୍ଧନ । ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଆଉ ପାଦେ ଆଗକୁ ବଢିଲେ ମୋକିମ୍ । କଂଗ୍ରେସ ନାଁ ରେ ନୂଆ ଦଳ ଗଢିବାକୁ ସଙ୍କେତ ଦେଲେ ।
ମାର୍ଚ୍ଚ ମାସରେ ଓଡ଼ିଶା ଦେଖିବ ନୂଆ ଆଞ୍ଚଳିକ ଦଳ । ଜାନୁଆରୀ ୧୨ ତାରିଖରେ ଯୁବ ସମାବେଶ ଜରିଆରେ ଏଥିପାଇଁ ମୂଳଦୁଆ ପକାଇବେ ମୋକିମ୍ । ନୂଆ ଦଳ ଗଠନକୁ ନେଇ ମୋକିମ୍ କହିଛନ୍ତି ଉପକୂଳ ଓଡ଼ିଶାର ୧୦ ଜିଲ୍ଲାର ଯୁବନେତାଙ୍କୁ ନେଇ ଯୁବ ସମାବେଶ କରାଯିବ । ବହୁତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ପରାମର୍ଶ ନେଉଛୁ । ଯେଉଁ ଯୁବ ନେତାଙ୍କୁ ସୁବିଧା ସୁଯୋଗ ମିଳିପାରି ନାହିଁ, ସେମାନଙ୍କୁ ଏକତ୍ରିତ କରୁଛୁ । ଯାହାର ଜବାବ ରଖିଛି କଂଗ୍ରେସ । କେତେ କିଏ ଦଳ କଲେଣି କିନ୍ତୁ କେହି ପାରିଲେନି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ବିଜେଡିରୁ ଦୂରଉଛନ୍ତି ସନା ମହାକୁଡ । ଗେରୁଆ ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବିଜେଡି ପ୍ରତିଷ୍ଠା ଦିବସରେ ମୋହନ ମାଝୀଙ୍କୁ ସଭା ମଞ୍ଚରେ ଭୂରି ଭୂରି ପ୍ରଶଂସା କରିଥିଲେ ଘସିପୁରା ବିଧାୟକ ବଦ୍ରି ପାତ୍ର । ଆଉ ଏବେ ସନାଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ଚର୍ଚ୍ଚା କେନ୍ଦୁଝରରେ ବିଗୁଡୁଛି ବିଜେଡି ସଂଗଠନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଭୟ ବିଜେଡି ଓ କଂଗ୍ରେସର ଏପରି ଅନ୍ତଃକନ୍ଦଳ ନୂଆ ଆଞ୍ଚଳିକ ଦଳ ଗଠନକୁ କେତେ ବଳ ଦେଉଛି ଆଉ କେଉଁ ନେତା ମାନେ ନୂଆ ଦଳରେ ସାମିଲ ହେଉଛନ୍ତି ତାହା ଉପରେ ନଜର ।
Related Topics
Explore more stories