Mohammed Moquim Rally / ରାଜଧାନୀରୁ ମୋକିମଙ୍କ ଗର୍ଜନ, ଫୋକସରେ Zen-G ଭୋଟ୍ ବ୍ୟାଙ୍କ
·3 hours ago·2 min read

Key Points
ମୋକିମଙ୍କ ଫୋକସରେ ଜେନ- ଜି ଭୋଟ ବ୍ୟାଙ୍କ
ଆଜି ଭୁବନେଶ୍ୱର ଆଗକୁ କଳାହାଣ୍ଡି ଓ ବଲାଙ୍ଗୀରରେ ସମାବେଶ
ବାପାଙ୍କ ସଭାରେ ଝିଅ ସୋଫିଆଙ୍କ ଉପସ୍ଥିତି ବଢ଼ାଇଲା ଚର୍ଚ୍ଚା

ରାଜଧାନୀରେ ମୋକିମଙ୍କ ଗର୍ଜନ ସାଙ୍ଗକୁ ବିଜୁ ଲିଗାସୀ ନେତାଙ୍କ ସଜବାଜ, ଓଡ଼ିଶା ରାଜନୀତିରେ ଏବେ ଉଷ୍ମତା । ଆଜି ଭୁବନେଶ୍ୱରରେ ଏକ ବିରାଟ ସମାବେଶ ଜରିଆରେ ନିଜର ଦମ୍ ଦେଖାଇଛି ମହମ୍ମଦ ମୋକିମଙ୍କ ନୂଆ ଦଳ । ବିଶେଷ କରି ଜେନ-ଜି ବା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ମୋକିମ । ତେବେ ସବୁଠୁ ବଡ଼ ଚର୍ଚ୍ଚା ହେଉଛି, ବାପାଙ୍କ ଏହି ସମାବେଶରେ ବିଧାୟିକା ଝିଅ ସୋଫିଆ ଫିର୍ଦ୍ଦୋଷଙ୍କ ଉପସ୍ଥିତି । କଂଗ୍ରେସରୁ ନିଲମ୍ବିତ ଥିବା ସୋଫିଆ କ’ଣ ଏବେ ବାପାଙ୍କ ରାସ୍ତାରେ ଯିବେ, ତାହା ସବୁଠୁ ବଡ଼ ପ୍ରଶ୍ନ ?
ରାଜଧାନୀରୁ ମୋକିମଙ୍କ ଗର୍ଜନ । ଗାଁକୁ ଯିବୁ ଦମ୍ର ସହ ପୌର ନିର୍ବାଚନ ଲଢ଼ିବୁ । ଆଜି ପ୍ରଥମ ଥର ପାଇଁ ବିରାଟ ସମାବେଶ ଜରିଆରେ ସାମ୍ନାକୁ ଆସି ଦମ୍ ଦେଖାଇଛି ମୋକିମଙ୍କ ନୂଆ ଦଳ । ଦଳର ଆଭିମୁଖ୍ୟ, ଚାଷୀ ସମସ୍ୟା, ଦାଦନ ଓ ଦୁର୍ନୀତି ବିରୋଧରେ ଲଢ଼େଇ । ଯୁବ ବର୍ଗଙ୍କୁ ପ୍ରଭାବିତ କରିବାକୁ ହୋଇଛି ବଡ଼ ପ୍ଲାନ ।
ସେପଟେ ମୋକିମଙ୍କ ସମାବେଶରେ ଝିଅ ସୋଫିଆଙ୍କ ଉପସ୍ଥିତ ବଢ଼ାଇଲା ଚର୍ଚ୍ଚା । କଂଗ୍ରେସରୁ ନିଲମ୍ବିତ ଥିବା ବେଳେ ବାପାଙ୍କ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତି ନୂଆ ରାଜନୈତିକ ଦିଗକୁ ଇସାରା କରୁଛି । ପ୍ରଶ୍ନ ବାପାଙ୍କ ରାସ୍ତାରେ ଯିବେ କି ଝିଅ ସୋଫିଆ ?
ସେପଟେ ସହର ସାରା ଲାଗିଥିବା ବିଜୁ ପୋଷ୍ଟରଙ୍କୁ ନେଇ ବଢିଲା ଚର୍ଚ୍ଚା । ଆସନ୍ତା ୧୭ରେ ବିଜୁ ତିରୋଧାନ ଦିବସରେ ବିଜୁ ଲିଗାସୀ ନେତା ଗୋଟିଏ ମଞ୍ଚରେ ଏକାଠି ହେବେ । ବିଜେଡିରୁ ଦୂରେଇ ଥିବା ଅନେକ ନେତା ବି ଓଡ଼ିଶା ନାଗରିକ ମଞ୍ଚରେ ଦେଖିବାକୁ ମିଳିବେ । ଚର୍ଚ୍ଚା ନବୀନଙ୍କ ଗଡ଼ ଭାଙ୍ଗିବାକୁ ଭୁବନେଶ୍ୱର ପରେ ଗଞ୍ଜାମରେ ପୁଣି ସମାବେଶ କରିବେ ବିଜୁ ଲିଗାସୀ ନେତା ।
ପୂର୍ବରୁ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଥିଲେ ବି ବିଜେଡିକୁ ଛାଡି ଆଉ କେହି ତିଷ୍ଠି ପାରି ନାହାନ୍ତି । ଏବେ ରାଜ୍ୟ ରାଜନୀତିର ଏହି ନୂଆ ସମୀକରଣ ଆଗକୁ କଣ ପ୍ରଭାବ ପକାଉଛି ତାହା ଉପର ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories