Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / 'ନବୀନ ପଟ୍ଟନାୟକଙ୍କୁ କହି ଦେଇଛି, ଦୋମୁଣ୍ଡିଆଙ୍କ ଚାଲାକି ଚଳିବନି': ମୁନା ଖାଁ

Sushanta Sahoo
Browse all articles by Sushanta Sahoo
·6 months ago·2 min read
'ନବୀନ ପଟ୍ଟନାୟକଙ୍କୁ କହି ଦେଇଛି, ଦୋମୁଣ୍ଡିଆଙ୍କ ଚାଲାକି ଚଳିବନି': ମୁନା ଖାଁ
‘Two-Faced Politics Won’t Work’: Munna Khan

Key Points

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଏଭଳି ଟାର୍ଗେଟ୍ କରିଛନ୍ତି ମୁନା ଖାଁ । ନାଁ ନ ନେଇ ପାଣ୍ଡିଆନଙ୍କୁ ତେର୍‌ଚ୍ଛା ବାଣ ମାରିଛନ୍ତି ।
ଭୁବନେଶ୍ଵର: ବିଜେଡିରେ ଥାଇ କିଏ କରୁଛି ଚାଲାକି ? କିଏ ସାଜିଛି ଦୋ ମୁଣ୍ଡିଆ ? ଦୋମୁଣ୍ଡିଆ ମାନଙ୍କୁ ଛାଡ଼ିବୁନି । ନବୀନ ପଟ୍ଟନାୟକଙ୍କୁ କହି ଦେଇଛି । ବିଜେଡି ପ୍ରତିଷ୍ଠା ଦିବସରେ ମଞ୍ଚରେ ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟସଭା ସାଂସଦ ।

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଏଭଳି ଟାର୍ଗେଟ୍ କରିଛନ୍ତି ମୁନା ଖାଁ । ନାଁ ନ ନେଇ ପାଣ୍ଡିଆନଙ୍କୁ ତେର୍‌ଚ୍ଛା ବାଣ ମାରିଛନ୍ତି । ସେ କହିଛନ୍ତି, "ବିଜୁ ବାବୁଙ୍କ ଫର୍ମୁଲା ଆପଣାଇବାକୁ ପଡ଼ିବ । ମୁଁ ନବୀନ ବାବୁଙ୍କୁ କହି ସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣାଇବୁ। ଆମର ନେତା ନବୀନ ପଟ୍ଟନାୟକ ।"

ଏଥିସହ ପଢ଼ନ୍ତୁ: ସୁଜାତାଙ୍କ BJD ଏଣ୍ଟ୍ରି ନେଇ ପ୍ରମିଳା ଦେଲେ ନୂଆ ସଂକେତ

ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ । ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣାଇବୁ। ଯେଉଁ ଦଳକୁ ଆମେ ପରିଶ୍ରମ କରି ଏତେ ବାଟ ପର୍ଯ୍ୟନ୍ତ ଆଣିଛୁ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ ଆମେ ନବୀନ ବାବୁଙ୍କ ସହ ରହିବା । କାହାର ଚାପୁଲାସି କରିବା ନାହିଁ । କାହା ଅଣ୍ଡରରେ ରହିବା ନାହିଁ । ନବୀନ ପଟ୍ଟନାୟକଙ୍କ ଅଣ୍ଡରରେ ରହିବା ଆଉ ତାଙ୍କ ନିର୍ଦ୍ଦେଶରେ କାମ କରିବା ବୋଲି ମୁନ୍ନ ଖାଁ କହିଛନ୍ତି ।

ସେ କହିଛନ୍ତି, "ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର । ଆମ ନେତା ନବୀନ ପଟ୍ଟନାୟକ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢ଼ାଇଥିଲେ । କିନ୍ତୁ ତାହା ଏବେ ଆଉ ଚଳିବ ନାହିଁ । ଦୁଇ ମୁଣ୍ଡିଆଙ୍କୁ ଆମେ ଛାଡ଼ିବୁ ନାହିଁ । ଯାହା ହେବ ଦେଖାଯିବ । ଆମେ ବିଜୁ ବାବୁଙ୍କ ଫର୍ମୁଲା ପ୍ରୟୋଗ କରିବୁ । ପାଟିରେ କହିବିନି, ତାଙ୍କୁ ଗେଲ କରିବୁ ।"

ଏଥିସହ ପଢ଼ନ୍ତୁ: ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବିସ୍ଫୋରଣ; 'ନବୀନଙ୍କୁ ଛାଡ଼ିଦେଲେ BJD ରହିବନି'

ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ପ୍ରଭାବ ଓ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଭିତରେ ମୁନା ଖାଁଙ୍କ ଏଭଳି ଚେତାବନୀ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଗୁରୁବାର ବିସ୍ଫୋରକ ବୟାନ ଦେଇଥିଲେ ବରିଷ୍ଠ ନେତା ଭୂପିନ୍ଦର ସିଂ ।

ବରିଷ୍ଠ ଓ କନିଷ୍ଠ ବିଜେଡି ନେତା କାହିଁକି ଏକାଠି ହୋଇ ମେଳି ବାନ୍ଧୁଛନ୍ତି କହିଥିଲେ । ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, "ବିଜେଡି କହିଲେ ନବୀନ ପଟ୍ଟନାୟକଙ୍କୁ ବୁଝାଏ । ନବୀନ ବାବୁ ଯଦି ନେତୃତ୍ଵ ନନେବେ, ନବୀନ ବାବୁ ଯଦି ସେଠି ନାହାନ୍ତି... ବିଜେଡି କେଉଁଠି ରହିଲା ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Munna Khan Warns BJD ‘Double-Headed Politics’ | Argus News | Argus News