Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

MVA Rift Maharashtra / ସୁନେତ୍ରା ପାୱାରଙ୍କୁ ସମର୍ଥନ ଜଣାଇଲା SSUBT; ଅଲଗା ହୋଇଗଲା କଂଗ୍ରେସ

Subhramjit Ray
Browse all articles by Subhramjit Ray
·3 months ago·3 min read
ସୁନେତ୍ରା ପାୱାରଙ୍କୁ ସମର୍ଥନ ଜଣାଇଲା SSUBT; ଅଲଗା ହୋଇଗଲା କଂଗ୍ରେସ
MVA Rift Maharashtra

Key Points

ବାରାମତି ଉପନିର୍ବାଚନକୁ ନେଇସ ମହାରାଷ୍ଟ୍ର ରାଜନୀତି ସରଗରମ ରହିଥିବା ବେଳେ ବିରୋଧି ଏମଭିଏ ମେଣ୍ଟରେ ଦେଖିବାକୁ ମିଳିଛି ଫାଟ।
Baramati Bypoll 2026: ବାରାମତୀ ଉପନିର୍ବାଚନ ପାଇଁ ସଗଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଏହି ନିର୍ବାଚନ ପାଇଁ ଏନଡ଼ିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ସମର୍ଥନ ଜଣାଇଛି ଉଦ୍ଧବ ଠାକରେଙ୍କ ଶିବସେନା (SSUBT)। ହେଲେ ଅନ୍ୟପଟେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଶନିବାର (ଅପ୍ରେଲ ୪) ଘୋଷଣା କରିବା ପରେ କଂଗ୍ରେସ ଏବେ ଅଲଗା ହୋଇଗଲା ଭଳି ଜଣାପଡୁଛି।

ଗତ ୨୦୨୬ ଜାନୁଆରୀରେ ଏକ ବିମାନ ଦୁର୍ଘଟଣାରେ ଏନସିପି ନେତା ତଥା ତତ୍କାଳୀ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଖାଲି ହୋଇପଡ଼ିଛି ବାରାମତି ଆସନ। ତାଙ୍କ ପତ୍ନୀ ସୁନେତ୍ରା ପାୱାର ଏହି ଆସନ ପାଇଁ ଶାସକ ଏନଡ଼ିଏ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ଗତ ଶୁକ୍ରବାର (୩ ଅପ୍ରେଲ), ସେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏହି ନିର୍ବାଚନରେ ସମର୍ଥ ଦେବା ପାଇଁ ଫୋନ୍ କରିଥିଲେ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କ ପ୍ରାର୍ଥୀତ୍ୱକୁ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥନ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ବିରୋଧି ମେଣ୍ଟ ମହାବିକାଶ ଅଘାଡ଼ିର ଅଂଶୀଦାର, ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି (NCPSP), ପୂର୍ବରୁ କହିସାରିଛି ଯେ ବାରାମତି ଉପନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ଦେବ ନାହିଁ।

ଶନିବାର (ଅପ୍ରେଲ ୪) ସନ୍ଧ୍ୟା ସୁଦ୍ଧା ଶିବ ସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏକଥାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଥିଲେ ଯେ ସୁତେତ୍ରା ପାୱାରଙ୍କ ଫୋନ କଲ୍ ତାଙ୍କ ପାଖକୁ ଆସିଥିଲା। ତାଙ୍କ (ସୁନେତ୍ରା ପାୱାର) ଅନୁରୋଧ ଉପରେ ଦଳର ନିଷ୍ପତ୍ତି ଘୋଷଣା କରିବା ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ଦଳର ମୁଖ୍ୟ ଉଦ୍ଧବ ଠାକରେ। ଶୁକ୍ରବାର (ଅପ୍ରେଲ ୩) ସନ୍ଧ୍ୟା ବେଳେ ସୁନେତ୍ର ବାହିନୀ ଉଦ୍ଧବ ଠାକରେଙ୍କୁ ଫୋନ୍ କରିଥିଲେ। ବାରାମତୀ ଉପନିର୍ବାଚନ ଏକ ଭାବ ପ୍ରବଣ ପ୍ରସଙ୍ଗ। ଉଦ୍ଧବ ଠାକରେ ଅତୀତରେ ମଧ୍ୟ କହି ସାରିଛନ୍ତି ଯେ ଅଜିତ ପାୱାର ତାଙ୍କର ନିକଟତମ ସହଯୋଗୀ ଥିଲେ। ସେମାନେ ଏମଭିଏ ସରକାରରେ ଏକାଠି କାମ କରିଥିଲେ।

ଶିବସେନା (ୟୁବିଟି) କହିବା ଅନୁସାରେ "ସୁନେତ୍ର ବାହିନୀ ଉପ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ବିଧବା ଭାବରେ ଫୋନ କଲ୍ କରିଥିଲେ ଯିଏ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ ଏବଂ ନିର୍ବାଚନ ଲଢିବା ପାଇଁ ସମର୍ଥନ ମାଗିଥିଲେ। ଏହା ମହାରାଷ୍ଟ୍ରର ରାଜନୈତିକ ପରମ୍ପରା ଯେ ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ, ସେହି ଆସନ ପାଇଁ ନିର୍ବାଚନ ବିନା ପ୍ରତିଦ୍ଵନ୍ଦ୍ଵିତାରେ ଅନୁଷ୍ଠିତ ହୋଇଥାଏ। ଆମକୁ ଆମର ସଂସ୍କୃତିକୁ ବଜାୟ ରଖିବାକୁ ହେବ। ଏହା ହେଉଛି ମହାରାଷ୍ଟ୍ରର ରାଜନୈତିକ ସଂସ୍କୃତି। ଯଦି ଏହି ନିର୍ବାଚନରେ ଦଳ ପ୍ରାର୍ଥୀ ଦେଇଥାନ୍ତା ତାହେଲେ ଏହା ରାଜ୍ୟ ରାଜନୀତିକୁ ଏକ ଭୁଲ ବାର୍ତ୍ତା ଦେଇଥାନ୍ତା।

ବାରାମତି ଉପନିର୍ବାଚନ ପାଇଁ ଅଲଗା ହୋଇଗଲା MVA

ବାରାମତି ଉପନିର୍ବାଚନକୁ ନେଇ କଂଗ୍ରେସ ଆଭିମୁଖ୍ୟ ଅଲଗା ହୋଇଯାଇଛି। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ହର୍ଷବର୍ଦ୍ଧନ ସକପାଲ୍ କହିଛନ୍ତି ଯେ ସୁନେତ୍ରା ପାୱାର କିମ୍ବା ଉଦ୍ଧବ ଠାକରେ ସମର୍ଥନ ପାଇଁ କେହି ଦଳ ସହିତ ଯୋଗାଯୋଗ କରିନାହାଁନ୍ତି। କଂଗ୍ରେସ କେବଳ ଦଳର ପ୍ରତିନିଧି ଭାବରେ କିମ୍ବା ସମଗ୍ର ଏମଭିଏ (MVA) ମେଣ୍ଟର ପ୍ରତିନିଧି ଭାବରେ ବାରାମତି ଆସନରେ ପ୍ରାର୍ଥୀଙ୍କୁ ଛିଡ଼ା କରିବାକୁ ନେଇ କହିଛନ୍ତି ଯେ ମେଣ୍ଟ "ଧର୍ମ" ସମସ୍ତ ଅଂଶୀଦାରଙ୍କ ପାଇଁ ପ୍ରଯୁଜ୍ୟ।

ଏକ ମେଣ୍ଟର ଧର୍ମ ହେଉଛି ଅଂଶୀଦାର ପରସ୍ପର ସହିତ ଆଲୋଚନା କରିବା। ହେଲେ ଏଠାରେ ଆମେ ବାଦ ପଡ଼ିଛୁ। ଆମେ କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିନାହୁଁ। ଉଦ୍ଧବ ଠାକରେ ନାଁ ଶରଦ ପାୱାର ନାଁ ସୁନେତ୍ର ପାୱାର କେହି ଆମ ସହିତ କଥା ହୋଇନାହାଁନ୍ତି।

କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜାତୀୟ ଦଳ ପ୍ରତି କିଛି ମାସରେ ନିଜର ମତ ପରିବର୍ତ୍ତନ କରିପାରିବ ନାହିଁ। କିଛି ମାସ ପୂର୍ବରୁ ଆମେ ମହାରାଷ୍ଟ୍ରରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ଅଭିଯୋଗ କରୁଥିଲୁ। ଆମେ କହିଥିଲୁ ଯେ ନିର୍ବାଚନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଅନୁଷ୍ଠିତ ହେବା ଗଣତନ୍ରତ୍ର ବିରୋଧି। ମାସ ମାସ ମଧ୍ୟରେ ଆମେ କିପରି ଆମର ମତକୁ ବଦଳାଇ ପାରିବୁ? ଆମେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ଦଳର ବରିଷ୍ଠ ନେତୃତ୍ୱ ମଧ୍ୟ ଏହି ନିଷ୍ପତ୍ତିରେ ଆମକୁ ସମର୍ଥନ କରିଛନ୍ତି।

ହେଲେ କଂଗ୍ରେସ ଭିତରେ ଏହାକୁ ନେଇ ମତ ପାର୍ଥକ୍ୟ ରହିଛି। ଅନ୍ୟ ଜଣେ ବରିଷ୍ଠ ନେତା କଂଗ୍ରେସ ଅଧ୍ୟକ୍ଷ ହର୍ଷବର୍ଦ୍ଧନ ସକପାଲଙ୍କ କଥାକୁ ବିରୋଧ କରୁଛନ୍ତି। ପରିବାରରେ ମୃତ୍ୟୁ ଘଟିଲେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚନ କରିବା ମହାରାଷ୍ଟ୍ରର ରାଜନୈତିକ ପରମ୍ପରା ରହିଆସିଛି। ଅଜିତ ପାୱାର ଜଣେ ଉଚ୍ଚମାନର ନେତା ଥିଲେ। ଆମେ ସମସ୍ତେ ଭାବୁଛୁ ଯେ ସୁନେତ୍ର ବାହିନୀଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ କରାଯିବା ଉଚିତ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ବାରାମତି ଉପନିର୍ବାଚନକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ କରିବା ପାଇଁ ସମସ୍ତ ଦଳକୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MVA Rift: SSUBT Supports Sunetra Pawar as Congress Splits | Maharashtra News | Argus News