Naba Das Murder Case / ନବ ଦାସଙ୍କୁ କେତେବେଳେ କରାଗଲା ଫାୟାରିଂ ? FIR କହୁଛି ୧୨:୧୫, ଦୀପାଳି କହୁଛନ୍ତି ୧୨:୪୫
·2 months ago·2 min read

Key Points
ଦୋ ମୁହାଁ ଦୀପାଳି, ବୟାନକୁ ନେଇ ବିବାଦ
ବାପା ନବ ଦାସଙ୍କୁ କେତେବେଳେ ଗୁଳି ମାଡ଼ ହେଲା ଜାଣିନାହାନ୍ତି ଦୀପାଳି
FIR କହୁଛି 12.15, ଦୀପାଳି କହୁଛନ୍ତି 12.45ରେ ହୋଇଥିଲା ଫାୟାରିଂ

ନବ ଦାସଙ୍କୁ କେତେବେଳେ ଗୁଳି ମାଡ଼ ହୋଇଥିଲା । ୧୨:୧୫ ନା ୧୨:୪୫ । FIR କହୁଛି ୧୨:୧୫ । ଏପରିକି ଗୋପାଳ, ନବ ଦାସଙ୍କ ବୋହୂ ମଧ୍ୟ ବୟାନରେ କହିଛନ୍ତି ୧୨:୧୫ । କିନ୍ତୁ ଦୀପାଳୀ କହୁଛନ୍ତି ୧୨:୪୫ । ଏହି ବୟାନକୁ ନେଇ ଏବେ ବିବାଦ ଉପୁଜିଛି । ସେତେବେଳେ ନୀରବ ରହିଥିବା ବିଜେଡି ଏବେ କୁମ୍ଭୀର କାନ୍ଦଣା କାନ୍ଦି ସିବିଆଇ ତଦନ୍ତ ଦାବି କରିଛି । ଅନ୍ୟପଟେ ଆଇନମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ହେବ ଖୁଲାସା ।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କେତେବେଳେ କରାଗଲା ଫାୟାରିଂ । ଏବେ ଦୀପାଳିଙ୍କ ବୟାନକୁ ନେଇ ନୂଆ ବିବାଦ ଛିଡ଼ାହୋଇଛି । ପୋଲିସର FIR ଅନୁସାରେ ୧୨:୧୫ରେ ନବ ଦାସଙ୍କୁ ଗୁଳି ମାଡ଼ କରାଯାଇଥିଲା । ଏପରିକି ଗୋପାଳ ବି ତା ବୟାନରେ ସମାନ କଥା କହିଥିଲା । ନବ ଦାସଙ୍କ ବୋହୂ ବି ସେୟା କହିଥିଲେ । କିନ୍ତୁ ନବ ଦାସଙ୍କ ଶ୍ରାଦ୍ଧ ବାର୍ଷିକିରେ ଦୀପାଳିଙ୍କ ବୟାନ ଦୋମୁହାଁ ଚରିତ୍ର ସାମନାକୁ ଆଣିଛି । ଗୋଟେ ପଟେ ଦୀପାଳି କହୁଛନ୍ତି ୧୨:୨୭ ସେହିଦିନ ତାଙ୍କ ବାପାଙ୍କ ମୋବାଇଲରୁ କଲ ଆସିଥିଲା । ଆଉ ଦିନ ୧୨:୪୫ରେ ବାପାଙ୍କୁ ହୋଇଥିଲା ଗୁଳିମାଡ଼ ।
ସେତେବେଳେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିବାବେଳେ ସନ୍ଦେହ ଘେରରେ ଥିଲା ତତ୍କାଳୀନ ବିଜେଡି ସରକାରର ଆଭିମୁଖ୍ୟ । ବାପାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ବଦଳରେ ପୁରା ଚୁପ୍ ରହିଥିଲେ ଦୀପାଳି । ପୁଣି ଦୀପାଳି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାୟିକା ହେଲେ । ତା ପରେ ବି ବାପାଙ୍କ ହତ୍ୟାକାଣ୍ଡ ନେଇ ଚୁପ୍ ରହିଥିଲେ ଦୀପାଳି । ମାଆ ଓ ଭାଇ ଷଡ଼ଯନ୍ତ୍ର କଥା କହିଲେ, ହେଲେ ଦୀପାଳି ନିରବ ରହିଲେ । ସେତେବେଳେ ଚୁପ୍ ରହିଥିବା ବିଜେଡି ଏବେ କୁମ୍ଭୀର କାନ୍ଦଣା କାନ୍ଦି ସିବିଆଇ ତଦନ୍ତ ଦାବି କରିଛି । ଆଇନମନ୍ତ୍ରୀ କହିଲେ ଖୁବଶୀଘ୍ର ହେବ ଖୁଲାସା ।
ଏବେ ପ୍ରଶ୍ନ କାହିଁକି ବିଜେଡି ସରକାର ବେଳେ ଚୂପ୍ ଥିଲେ ସେତେବେଳର ବିଧାୟିକା ? କାହିଁକି CBI ତଦନ୍ତ ପାଇଁ ନବୀନଙ୍କ ପାଖରେ ଦାବି କଲେନି ? ଯଦି ଦୀପାଳି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତେବେ ହାଇକୋର୍ଟରେ କାହିଁକି ସିବିଆଇ ତଦନ୍ତ ନେଇ ଦାବି କରୁନାହାନ୍ତି ? କାହିଁକି ତ୍ବରିତ ଶୁଶାଣି ପାଇଁ ନେଉନାହାନ୍ତି ଅଦାଲତର ଆଶ୍ରୟ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories