Videos
|
Politics

Nandigram Twist / ନନ୍ଦିଗ୍ରାମରେ ମମତାଙ୍କୁ ବଡ଼ ଝଟ୍‌କା; 'ଫୁଟବଲ୍ ଖେଳାଳି' ଚିହ୍ନରେ ଲଢ଼ିବେନି ସଞ୍ଚିତା

Sushanta Sahoo
Browse all articles by Sushanta Sahoo
·52 mins ago·2 min read
ନନ୍ଦିଗ୍ରାମରେ ମମତାଙ୍କୁ ବଡ଼ ଝଟ୍‌କା; 'ଫୁଟବଲ୍ ଖେଳାଳି' ଚିହ୍ନରେ ଲଢ଼ିବେନି ସଞ୍ଚିତା
Sanchita Withdraws After Football Player Symbol Row

Key Points

ରେଜିନଗର ଓ ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ପ୍ରଥମେ ମମତାଙ୍କ ଦଳର ନାଁ ଓ ଚିହ୍ନକୁ ନିର୍ବାଚନ କମିଶନ ଫ୍ରିଜ୍ କରିଥିବା ବେଳେ ଉପନିର୍ବାଚନରୁ ଓହରି ଯାଇଛନ୍ତି ମମତାଙ୍କ ପ୍ରାର୍ଥୀ ।
କୋଲକାତା: ୨୪ ଘଣ୍ଟା ମଧ୍ୟରେ ମମତା ବାନାର୍ଜୀଙ୍କୁ ଡବଲ୍ ଝଟ୍‌କା । ରେଜିନଗର ଓ ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ପ୍ରଥମେ ମମତାଙ୍କ ଦଳର ନାଁ ଓ ଚିହ୍ନକୁ ନିର୍ବାଚନ କମିଶନ ଫ୍ରିଜ୍ କରିଥିବା ବେଳେ ଉପନିର୍ବାଚନରୁ ଓହରି ଯାଇଛନ୍ତି ମମତାଙ୍କ ପ୍ରାର୍ଥୀ ।

ପଶ୍ଚିମବଙ୍ଗରୁ ଆସୁଥିବା ବଡ଼ ଖବର ଅନୁସାରେ, ନନ୍ଦିଗ୍ରାମ ଉପନର୍ବାଚନ ପୂର୍ବରୁ ବଡ଼ ଟ୍ଵିଷ୍ଟ ଆସିଛି । ମମତା ବାନର୍ଜୀଙ୍କ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି ସଞ୍ଜିତା ।

ଏଥିସହ ପଢ଼ନ୍ତୁ: ବଦଳିଗଲା ମମତାଙ୍କ ଦଳର ନାଁ ଓ ଚିହ୍ନ; ଋତବ୍ରତଙ୍କ ଦଳକୁ କଣ ମିଳିଲା ? 

ସୂଚନା ଅନୁସାରେ, ରାଜ୍ୟ ସଚିବାଳୟ ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ ସଞ୍ଚିତା ପ୍ରଧାନ ଦେ । ସୂତ୍ର ଅନୁସାରେ, ନବନ୍ନାରେ ସଞ୍ଚିତା, ଶୁଭେନ୍ଦୁଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ସେତେବେଳେ ଉଭୟଙ୍କ ସାକ୍ଷାତକୁ ସୌଜନ୍ୟମୂଳ କୁହାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ, ଏବେ ସଞ୍ଚିତା ନାମାଙ୍କନ ପ୍ରତ୍ୟାହାର କରି ନେବାକୁ ନେଇ ନନ୍ଦିଗ୍ରାମରୁ ନେଇ କୋଲକାତା ପର୍ଯ୍ୟନ୍ତ ରାଜନୀତି ଉଷ୍ଣ ହେବା ସହ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ନନ୍ଦିଗ୍ରାମ ଉପନିର୍ବାଚନରେ ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ସଞ୍ଜିତା ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ମୁକାବିଲାର ଚିତ୍ର ବଦଳି ଯାଇଛି ।

ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ସଞ୍ଚିତା ପ୍ରଧାନ ଦେ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହୋଇଥିଲେ । ନାମାଙ୍କନ ଯାଞ୍ଚ ପରେ ସଞ୍ଚିତାଙ୍କୁ ଫୁଟବଲ୍ ଖେଳାଳି ଚିହ୍ନ ମିଳିଥିଲା । ଯାହାପରେ ସଞ୍ଚିତା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ । ଏବେ ନିର୍ବାଚନ ମୈଦାନରୁ ଓହରି ଯାଇଛନ୍ତି ।

କାହିଁକି ନାମାଙ୍କନ ପ୍ରତ୍ୟାହାର କଲେ ସଞ୍ଚିତା ?

ତେବେ ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ କାହିଁକି ନାମାଙ୍କନ ପ୍ରତ୍ୟାହାର କରି ନେଲେ । ସେନେଇ ବିସ୍ତୃତ ସୂଚନା ମିଳି ନାହିଁ । କିନ୍ତୁ, ନନ୍ଦିଗ୍ରାମର ରାଜନୈତିକ ଦୃଷ୍ଟିକୋଣରୁ ସଞ୍ଚିତାଙ୍କ ନିଷ୍ପତ୍ତି ବେଶ୍ ଗୁରୁତ୍ଵ ବହନ କରୁଛି ।

କାହାକୁ କେଉଁ ଚିହ୍ନ ?

ମମତା ବାନାର୍ଜୀଙ୍କ ଦଳର ନାମ "ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ" ରଖାଯାଇଛି, ସେପଟେ ବିଦ୍ରୋହୀ ଋତବ୍ରତଙ୍କ ଗୋଷ୍ଠୀର ନାମ "ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ" ରଖାଯାଇଛି । ଭାରତର ନିର୍ବାଚନ ଆୟୋଗ ଉଭୟ ଦଳକୁ ଅଲଗା ନିର୍ବାଚନ ଚିହ୍ନ ମଧ୍ୟ ପ୍ରଦାନ କରିଛନ୍ତି । ମମତାଙ୍କ ଦଳ "ଫୁଟବଲ୍ ଖେଳାଳି" ହେବ ଏବଂ ଋତବ୍ରତଙ୍କ ଦଳ "ଏନଭେଲପ୍" ଚିହ୍ନ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଉପନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନେଲେ ବଡ଼ ନିଷ୍ପତ୍ତି; ଟିଏମସି ନାମ ଏବଂ ନିର୍ବାଚନ ଚିହ୍ନ ହୋଇଗଲା ଫ୍ରିଜ୍

ଅକ୍ଟୋବର ୬ରେ ଭୋଟିଂ

ପଶ୍ଚିମବଙ୍ଗର ଉଭୟ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ । ଅକ୍ଟୋବର ୯ରେ ହେବ ଭୋଗ୍ ଗଣତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁର ଉଭୟ ଆସନରୁ ଜିତିବା ପରେ ନନ୍ଦିଗ୍ରାମ ଆସନ ଛାଡ଼ି ଦେଇଥିଲେ । ସେପଟେ AJUPର ହୁମାୟୁଁ କବୀର ନୌଦା ସହ ରେଜିନଗର ଆସନରୁ ଜିତିଥିଲେ । ରେଜିନଗର ଆସନରୁ ଇସ୍ତଫା ଦେଇଥିଲେ ହୁମାୟୁଁ କବୀର । ଫଳରେ ଦୁଇ ଆସନରେ ଉପନିର୍ବାଚନ ହେଉଛି ।