Videos
|
Politics

Milan Pradhan Arrested / ହତ୍ୟା ମାମଲାରେ ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ଗିରଫ; କିଛି ଘଣ୍ଟା ତଳେ ସମର୍ଥନ ଦେଇଥିଲେ ମମତା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହତ୍ୟା ମାମଲାରେ ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ଗିରଫ; କିଛି ଘଣ୍ଟା ତଳେ ସମର୍ଥନ ଦେଇଥିଲେ ମମତା
Congress Candidate Milan Pradhan Arrested

Key Points

ନନ୍ଦିଗ୍ରାମରେ ମମତା ବାନାର୍ଜୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଘୋଷଣାର କିଛି ଘଣ୍ଟା ପରେ ବଡ଼ ଅପଡେଟ୍ ଆସିଛି । ପଶ୍ଚିମବଙ୍ଗ ପୋଲିସ ନନ୍ଦିଗ୍ରାମର କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରି ନେଇଛି ।
କୋଲକାତା: ରୋଚକ ହେବାରେ ଲାଗିଛି ନନ୍ଦିଗ୍ରାମ ଲଢ଼େଇ । ପଶ୍ଚିମବଙ୍ଗର ୨ ବିଧାନସଭା ଆସନ ରେଜିନଗର ଓ ନନ୍ଦିଗ୍ରାମରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ଶୁକ୍ରବାର ଆଉ ଏକ ବଡ଼ ହଟଚମଟ ଦେଖିବାକୁ ମିଳିଛି ।

ନନ୍ଦିଗ୍ରାମରେ ମମତା ବାନାର୍ଜୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଘୋଷଣାର କିଛି ଘଣ୍ଟା ପରେ ବଡ଼ ଅପଡେଟ୍ ଆସିଛି । ପଶ୍ଚିମବଙ୍ଗ ପୋଲିସ ନନ୍ଦିଗ୍ରାମର କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରି ନେଇଛି । ମିଳିଥିବା ସୂଚନା ଅନୁସାରେ, ଏକ ପୁରୁଣା ହତ୍ୟା ମାମଲାରେ ମିଲନ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ମମତାଙ୍କ ଠାରୁ ମୁହଁ ଫେରାଇ ନେଲେ ସଞ୍ଚିତା; କଂଗ୍ରେସକୁ ଦିଦିଙ୍କ ଅଯାଚିତ ସମର୍ଥନ ଘୋଷଣା 

ଆଉ ଏହି ଗିରଫଦାରୀ ରାଜ୍ୟର ଉଷ୍ମ ରାଜନୀତିରେ ଆହୁରି ଉଷ୍ମତା ଭରି ଦେଇି । କାରଣ ମମତା ବାନାର୍ଜୀଙ୍କ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନବନ୍ନାରେ ଭେଟିଥିଲେ । ସେଠାରୁ ଆସିବା ପରେ ସଞ୍ଚିତା ଉପନିର୍ବାଚନ ଲାଗି ଦେଇଥିବା ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଞ୍ଚିତା ନାମାଙ୍କନ ପ୍ରତ୍ୟାହାର କରି ନେବା ପରେ ମମତା ବାନାର୍ଜୀ କଂଗ୍ରେସକୁ ସମର୍ଥନ ଘୋଷଣା କରିଥିଲେ । ମମତା କହିଥିଲେ, ତାଙ୍କ ଦଳ ନନ୍ଦିଗ୍ରାମରେ ଆଉ ପ୍ରାର୍ଥୀ ଦେବ ନାହିଁ । ବରଂ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ କରିବେ ।

ଏଥିସହ ପଢ଼ନ୍ତୁ: ନନ୍ଦିଗ୍ରାମରେ ମମତାଙ୍କୁ ବଡ଼ ଝଟ୍‌କା; 'ଫୁଟବଲ୍ ଖେଳାଳି' ଚିହ୍ନରେ ଲଢ଼ିବେନି ସଞ୍ଚିତା 

ମିଲନଙ୍କ ନାଁରେ କେତେ ମାମଲା ?

ସୂଚନା ଅନୁସାରେ, ନନ୍ଦିଗ୍ରାମ ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମିଲନ ପ୍ରଧାନଙ୍କ ନାଁରେ ୧୨ରୁ ଅଧିକ ମାମଲା ରହିଛି । ନନ୍ଦିଗ୍ରାମରେ ଏକାଧିକ ଜମି ସମ୍ପର୍କିତ ମାମଲା ରହିଛି ମିଲନଙ୍କ ନାଁରେ ।

ଅକ୍ଟୋବର ୬ରେ ଭୋଟିଂ

ପଶ୍ଚିମବଙ୍ଗର ଉଭୟ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ । ଅକ୍ଟୋବର ୯ରେ ହେବ ଭୋଟ୍ ଗଣତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁର ଉଭୟ ଆସନରୁ ଜିତିବା ପରେ ନନ୍ଦିଗ୍ରାମ ଆସନ ଛାଡ଼ି ଦେଇଥିଲେ । ସେପଟେ AJUPର ହୁମାୟୁଁ କବୀର ନୌଦା ସହ ରେଜିନଗର ଆସନରୁ ଜିତିଥିଲେ । ରେଜିନଗର ଆସନରୁ ଇସ୍ତଫା ଦେଇଥିଲେ ହୁମାୟୁଁ କବୀର । ଫଳରେ ଦୁଇ ଆସନରେ ଉପନିର୍ବାଚନ ହେଉଛି ।