Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Ashok Panda: ‘ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି’

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Ashok Panda: ‘ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି’

Key Points

ପାଣ୍ଡିଆନ୍‌ଙ୍କୁ ଅଶୋକଙ୍କ ତେରଚ୍ଛା ବାଣ । ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ ବିଷୟରେ କିଛି କହିବିନି।ସୀମା ବାହାରକୁ ଯିବାକୁ ନବୀନ ବାବୁ କେବେ ଶିଖାଇ ନାହାନ୍ତି ।

ପାଣ୍ଡିଆନ୍‌ଙ୍କୁ ଅଶୋକଙ୍କ ତେରଚ୍ଛା ବାଣ । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା । ପାଣ୍ଡିଆନଙ୍କୁ ତେରଛା ବାଣ ମାରି ଅଶୋକ କହିଛନ୍ତି, ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ ବିଷୟରେ କିଛି କହିବିନି । କିନ୍ତୁ ଯିଏ କହିଛନ୍ତି ଓ ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହିପାରିବେ । ସୀମା ବାହାରକୁ ଯିବାକୁ ନବୀନ ବାବୁ କେବେ ଶିଖାଇ ନାହାନ୍ତି । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବୁ, ଆଉଟ୍ ହେବାର ପ୍ରଶ୍ନ ଉଠୁନି ।


ସେହିପରି ନବୀନ ବାବୁ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି କହିଲେ ଆଶୋକ ପଣ୍ଡା । କୌଣସି ବ୍ୟକ୍ତିଙ୍କର ନୁହେଁ, ଏକଚାଟିଆ ସମ୍ପତ୍ତି ନୁହେଁ, ସିଏ ଓଡ଼ିଶାବାସୀଙ୍କ ସମ୍ପତ୍ତି । ଦଳର ଆଭିମୁଖ୍ୟ ସ୍ପଷ୍ଟ ରହିବ, ଓଡ଼ିଶା ସ୍ବାର୍ଥରେ କୌଣସି ସାଲିସ୍ କରାଯିବ ନାହିଁ । ସମସ୍ତେ ଗୋଟିଏ କଥା ମନେରଖିବା ଦରକାର, ଦଳ ସମସ୍ତଙ୍କୁ ନେଇ ଚାଲିବ ବୋଲି ଅଶୋକ ପଣ୍ଡା କହିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଗତକାଲି ବିଜେଡି ବିଧାୟକ ବଦ୍ରି ପାତ୍ର ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା ସାଧିଛନ୍ତି । କହିଛନ୍ତି, ଆଇ ଆମ୍ ଡାଉନ୍ ବଟ ନଟ୍ ଆଉଟର ଅର୍ଥ କ'ଣ ମୁଁ ଜାଣେନି। ତା'ର ଅର୍ଥ କଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝିଥିବେ। ହେଲେ ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ସୁଜାତା କାର୍ତ୍ତିକେୟନ ଦଳକୁ ଆସିବାରେ ମନା ନାହିଁ। କିନ୍ତୁ ସମସ୍ତେ ନିଜ ସୀମା ଜାଣିବା ଆବଶ୍ୟକ ବୋଲି କଡ଼ା ପ୍ରତିକ୍ରିୟା ରଖିବା ସହ ଏଇ ସୀମା ଉଲ୍ଲଂଘନ ପାଇଁ ୨୦୨୪ ବିପର୍ଯ୍ୟୟ ହେଲା ବୋଲି କହିଛନ୍ତି ବଦ୍ରି ।


ସେହିପରି ବର୍ତ୍ତମାନ ଦଳ ଭିତରେ ଦ୍ବନ୍ଦ୍ବ ବଢୁଛି। ଶୀର୍ଷ ନେତୃତ୍ବ ଆସ୍ଥା ହରାଉଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ୁଛନ୍ତି। ତେଣୁ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ହିଁ ବୁଦ୍ଧିମାନର କାମ ହେବ ବୋଲି ବଦ୍ରି କହିଛନ୍ତି ।

Sponsored
Ashok Panda’s Indirect Attack on Pandian: “Naveen Belongs to 4.5 Crore Odias, Not Any Individual” | Argus News