BJD Equidistance Policy / CJPକୁ ସମର୍ଥନ ପରେ ପ୍ରଶ୍ନଘେରରେ ବିଜେଡି, 'ସମଦୂରତା' ନୀତିକୁ ନେଇ ରାଜନୀତିରେ ଜୋରଧରିଲା ଚର୍ଚ୍ଚା
·1 hour ago·2 min read

Key Points
CJP ସମର୍ଥନରେ ନବୀନ
ବିଜେଡିର 'ସମଦୂରତା' ଆଭିମୁଖ୍ୟ ନେଇ ଉଠିଲା ବଡ଼ ପ୍ରଶ୍ନ
ବିଜେପିର କଟାକ୍ଷ, ‘ଦିଶାହୀନ ବିଜେଡିର ହେଲାଣି ବିଚାର ବିଭ୍ରାଟ’
ବିଜେଡିର 'ସମଦୂରତା' ଆଭିମୁଖ୍ୟ ନେଇ ଉଠିଲା ବଡ଼ ପ୍ରଶ୍ନ
ବିଜେପିର କଟାକ୍ଷ, ‘ଦିଶାହୀନ ବିଜେଡିର ହେଲାଣି ବିଚାର ବିଭ୍ରାଟ’
CJP ସମର୍ଥନକୁ ନେଇ ସନ୍ଦେହ ଘେରରେ ବିଜେଡିର ସମଦୂରତା ନୀତି । କେତେବେଳେ ଇଣ୍ଡିଆ ମେଣ୍ଟର ପ୍ରତିବାଦରେ ସାମିଲ, କେତେବେଳେ ସମଦୂରତାର ବୟାନ, ତ ଆଉ କେତେବେଳେ କକରୋଚ୍ ଜନତା ପାର୍ଟି ସମର୍ଥନରେ ନବୀନ । କେନ୍ଦ୍ର ରାଜନୀତିରେ ବିଜେଡି ସୁପ୍ରିମୋଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି ଚର୍ଚ୍ଚା । ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ପାଇଁ ନ୍ୟାୟ ଦାବି କରି ନବୀନ ପୋଷ୍ଟ କରିବା ପରେ ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି କଡ଼ା ପ୍ରହାର । ବିଜେଡି ଦିଶାହୀନ ହୋଇପଡ଼ିଥିବା ବିଜେପି କହିଥିବା ବେଳେ, ଚାପରେ ନରହି ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି କଂଗ୍ରେସ ।
କେତେବେଳେ ଇଣ୍ଡିଆ ମେଣ୍ଟ ପ୍ରତିବାଦରେ ସାମିଲ, କେତେବେଳେ ସମଦୂରତା ବୟାନ ତ ଆଉ କେତେବେଳେ କକରୋଚ୍ ଜନତା ପାର୍ଟି ସମର୍ଥନରେ ବିଜେଡି । କେନ୍ଦ୍ର ରାଜନୀତିରେ ନବୀନଙ୍କ ରୂପ ବଦଳା ଆଭିମୁଖ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା । ଗତକାଲି ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ପାଇଁ ନ୍ୟାୟ ଦାବି କରି ସୋସିଆଲ ମିଡ଼ିଆ `X' ରେ ପୋଷ୍ଟ କରିଥିଲେ ବିଜେଡି ସୁପ୍ରିମୋ । ଆଜି ନବୀନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ନେତା ଦିଶାହୀନ ହୋଇ ବୁଲୁଥିବା ବେଳେ ଅରାଷ୍ଟ୍ରୀୟ ଶକ୍ତିକୁ କେବେ ରାଜ୍ୟବାସୀ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ମନମୋହନ । ସେପଟେ କଂଗ୍ରେସ କହିଛି ଚାପରେ ନ ରହି ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ନବୀନ । ବିଜେଡିର ମତ ଦଳ ଏବେ ବି ସମଦୂରତାରେ ଅଛି ।
ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସ ସହ ମିଶି ଏକାଠି ପ୍ରାର୍ଥୀ ଦେବାଠାରୁ ବିଜେଡି ଆଭିମୁଖ୍ୟ ନେଇ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି । କିଛି ଦିନ ତଳେ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସହ ସାମିଲ ହୋଇଥିଲା ବିଜେଡି । ହେଲେ ଦୁଇ ଦିନ ପରେ ହଠାତ ଦଳର ଷ୍ଟାଣ୍ଡ ବଦଳିଲା । ସମଦୂରତା କଥା କହି ଓଡ଼ିଶା ବନ୍ଦ ବେଳେ ଇଣ୍ଡି ମେଣ୍ଟଠାରୁ ଦୂରେଇ ରହିଲା ବିଜେଡି । ଏବେ CJP ସହ ଇଣ୍ଡି ମେଣ୍ଟ ସାମିଲ ହୋଇଥିବା ବେଳେ ବହୁ ଥିବା ଗଙ୍ଗାରେ ହାତ ଧୋଇ ଅସ୍ତିତ୍ୱ ବଞ୍ଚାଇବାକୁ ଚାଁହୁନାହିଁ ତ ବିଜେଡି ?
ନିକଟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ଥିଲା ବିଜେଡି ପାଇଁ ଏସିଡ ଟେଷ୍ଟ । ଯେଉଁଥିରେ କିଛି କଲେଜରେ ସ୍ଥିତି ଜାହିର କରିଥିଲେ ବି ଏବିଭିପିଠାରୁ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ମାତ ଖାଇଛି ନବୀନଙ୍କ ଦଳ । ଆଗକୁ ପଂଚାୟତ ଓ ପୌର ପରୀକ୍ଷା । ତେଣୁ ନବୀନଙ୍କ ଜେନ ଜି ପଲିଟିକ୍ସ ଦଳକୁ ନିର୍ବାଚନୀ ବୈତରଣୀ ପାର କରାଇବାରେ କେତେ ସହାୟକ ହେଉଛି ତାହା ଉପରେ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories