Naveen Patnaik BJD Meeting / ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ନବୀନଙ୍କ ବଡ଼ ବୈଠକ, କର୍ମୀଙ୍କ ମନୋବଳ ବଢ଼ାଇବାକୁ ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ
·3 months ago·2 min read

Key Points
ଦଳରେ ବିସ୍ଫୋରଣ ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ ଉଦ୍ୟମ
ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ନବୀନଙ୍କ ବଡ଼ ବୈଠକ
ପରାଜିତ ପ୍ରାର୍ଥୀଙ୍କ ସହ ସୁପ୍ରିମୋଙ୍କ ରୁଦ୍ଧ ଦ୍ୱାର ଆଲୋଚନା

ଦଳୀୟ ଅସନ୍ତୋଷର ନିଆଁକୁ ଲିଭାଇବାକୁ ଆକ୍ସନ ମୋଡ୍ରେ ବିଜେଡି ସୁପ୍ରିମୋ । ଅସନ୍ତୁଷ୍ଟ ନେତାଙ୍କୁ ମ୍ୟାନେଜ୍ କରିବା ପାଇଁ ନବୀନ ନିବାସରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ । ୨୪ ନିର୍ବାଚନରେ ପରାଜିତ ନେତାଙ୍କୁ ଡାକି ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି ବିଜେଡି ମୁଖିଆ । ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ଚର୍ଚ୍ଚା ଓ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଦ୍ୱିମତ ପ୍ରକାଶ ପାଇଥିବା ବେଳେ, ନେତାଙ୍କ ମନୋବଳ ବଢ଼ାଇବାକୁ ନବୀନ ନିଜେ ଏବେ ଜିଲ୍ଲା ଗସ୍ତ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।
୨୪ ସାଧାରଣ ନିର୍ବାଚନର ଦୁଇ ବର୍ଷ ପରେ ଫେଲ୍ ମାରିଥିବା ନେତାଙ୍କୁ ଡାକି ବୈଠକ ନେଲେ ବିଜେଡି ସୁପ୍ରିମୋ । ଏଥର ନେତା କହିଲେ ଆଉ ନବୀନ ଶୁଣିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂଗଠନ ସୁଦୃଢ କରିବାକୁ ନେତାଙ୍କୁ କହିଲେ ମୁଖିଆ । SIR ରେ ନିଜ ସମର୍ଥକଙ୍କ ନାଁ କିପରି ନ କଟିବ ଜଗିବାକୁ ପରାମର୍ଶ ଦେଇଥିଲେ ନବୀନ । ଏହା ସହ ବିଜେଡି ଯୋଜନା ମନେ ପକାଇବା ଓ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଁଞ୍ଚାଇବାକୁ ନବୀନ ଦେଇଛନ୍ତି ଟାସ୍କ ।
ମିଳିଥିବା ସୂଚନା ଅନୁସାରେ ପାଣ୍ଠି ଓ ସମନ୍ୱୟ ଅଭାବ ସହ ସୋସିଆଲ ମିଡିଆରେ ଦଳ ଦୁର୍ବଳ ହେଉଥିବା ନେଇ କିଛି ନେତା କ୍ଷୋଭ ପ୍ରକାଶ କରିଥିଲେ । ତେବେ ଜିଲ୍ଲା ବୁଲି ସଂଗଠନର ସମୀକ୍ଷା କରିବେ ବୋଲି ନବୀନ ନେତାଙ୍କୁ ଆଶ୍ବସନା ଦେଇଛନ୍ତି ।
ଦଳରେ ଗୋଟିଏ ପରେ ଗୋଟିଏ ନେତା ପଦ୍ମ ମୁହାଁ ହେଉଥିବା ବେଳେ ଶଙ୍ଖ ଶିବିର ଖାଲି ହେବାକୁ ବସିଲାଣି । ତେଣୁ ଚର୍ଚ୍ଚା ହେଉଛି ବୈଠକ କରି ନେତାଙ୍କ ମନୋବଳ ବଢ଼ାଇବାକୁ ଭରପୁର ଉଦ୍ୟମ କରିଛନ୍ତି ବିଜେଡି ମୁଖିଆ । ଏଇ ଯେମିତି ଦେବାଶିଷ ସାମନ୍ତରାୟଙ୍କ ଅତ୍ୟନ୍ତ ଘନିଷ୍ଠ ଚନ୍ଦ୍ର ସାରଥୀ ବେହେରାଙ୍କୁ ନବୀନ ନିବାସରୁ ଡାକରା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ କଥା ହେଉଛି ୨୪ ନିର୍ବାଚନରେ ବିଜେଡି ପରାଜୟ ପଛର ମୁଖ୍ୟ କାରଣ ପାଣ୍ଡିଆନ କୁହା ଯାଉଥିଲେ ବି ଏବେ ବି ଭୈରବଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି କିଛି ବିଜେଡି ନେତା । ତେବେ ସୁଜାତାଙ୍କ ଏଣ୍ଟ୍ରି ଖବରକୁ ନେଇ ପୁଣି ଦଳରେ ଦେଖା ଯାଇଛି ଦ୍ବିମତ । ତେବେ ବିଜେଡିର ଉତ୍ତରାଧିକାରୀ ଓ ପାଣ୍ଡିଆନ ସର୍ବେସର୍ବାକୁ ନେଇ ଏବେ ବି ଦଳ ଭିତରେ କୁହୁଳୁଥିବା ନିଆଁ ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।
Related Topics
Explore more stories