Videos
|
Politics

Naveen Patnaik Hinjili Visit / ହଜିବା ପୋଷ୍ଟର ଲାଗିବା ପରେ ଏବେ ହିଞ୍ଜିଳି ଯିବେ ନବୀନ, ବିଳମ୍ବରେ ମନେ ପଡ଼ିଲା ନିଜ ନିର୍ବାଚନ ମଣ୍ଡଳୀ କଥା ?

Santosh Kumar Sahoo
Browse all articles by Santosh Kumar Sahoo
·7 mins ago·2 min read
ହଜିବା ପୋଷ୍ଟର ଲାଗିବା ପରେ ଏବେ ହିଞ୍ଜିଳି ଯିବେ ନବୀନ, ବିଳମ୍ବରେ ମନେ ପଡ଼ିଲା ନିଜ ନିର୍ବାଚନ ମଣ୍ଡଳୀ କଥା ?
Naveen Patnaik Hinjili Visit

Key Points

ପାଣି ଛାଡ଼ିବା ପରେ ଗଂଜାମ ପାଲଟିଛି ପଲିଟିକ୍ସ ହଟସ୍ପଟ
୧୦ ଦିନ ପରେ ହିଞ୍ଜିଳି ଯିନବାକୁ ମନବଳାଇଲେ ନବୀନ
୮ ଦିନ ପରେ ପିସିସି ସଭାପତିଙ୍କ ଗଞ୍ଜାମ ଗସ୍ତକୁ ନେଇ ଉଠିଲା ପ୍ରଶ୍ନ


ବନ୍ୟା ଛାଡ଼ିବାର ୮ ଦିନ ପରେ ଗ୍ରାଉଣ୍ଡକୁ ଗଲେ ଭକ୍ତ, ଆଉ ୧୦ ଦିନ ପରେ ଯିବେ ନବୀନ । ହିଞ୍ଜିଳିରେ ହଜିବା ପୋଷ୍ଟର ଲାଗିବା ପରେ ନବୀନଙ୍କର ମନେ ପଡିଲା ନିର୍ବାଚନ ମଣ୍ଡଳୀ ଆଉ ଭୋଟରଙ୍କ କଥା । ବନ୍ୟା ବେଳେ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରି କାମ ସାରି ଦେଇଥିଲେ । ଆଉ ନିର୍ବାଚନ ମଣ୍ଡଳୀବାସୀ ଖୋଜିବା ସହ ଶାସକ ଦଳ ପ୍ରଶ୍ନ ଉଠାଇବା ପରେ ଏବେ ନବୀନ ନିବାସରୁ ବାହାରିବାକୁ ହୋଇଛି ନିଷ୍ପତ୍ତି । ୭ରେ ନବୀନ ହିଞ୍ଜିଳି ସହ ଜିଲ୍ଲାରେ କରିବେ ସ୍ଥିତି ଅନୁଧ୍ୟାନ ।

ଦୁଇ ଦିନ ଦୁଇ ରାତି ପାଣି ଘେରରେ ରହିଲେ ଗଞ୍ଜାମବାସୀ । ୩୫ ବର୍ଷ ଇତିହାସରେ ସବୁଠୁ ବଡ଼ ବନ୍ୟାର ସାମ୍ନା କରିଥିଲା ଗଞ୍ଜାମ । ରାତା ରାତି ଘର ଭାସିଗଲା, ବେପାର ଉଜୁ଼ଡି ଗଲା । ଉଦ୍ଧାର ଆଉ ରିଲିଫରେ ଲାଗିଗଲା ପୂରା ପ୍ରଶାସନ । ପାଣି କମୁ କମୁ ଏରିଅଲ ସର୍ଭେରେ ଯାଇ ଗ୍ରାଉଣ୍ଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଆଉ ରାଜସ୍ଵ ମନ୍ତ୍ରୀ । କେନ୍ଦ୍ରୀୟ ଟିମ୍‌ ବି ଦୁଇ ଦିନିଆ ଗସ୍ତ ସାରି ଫେରିଲେଣି । ହେଲେ ଏଯାଏଁ ନବୀନ ଗଲେନି । ଯେଉଁଥିପାଇଁ ହିଞ୍ଜିଳିରେ ଲାଗିଲା ନବୀନଙ୍କ ନିଖୋଜ ପୋଷ୍ଟର ।

ଭୋଟରଙ୍କ ଦୁଖଃ ଦୁର୍ଦ୍ଦଶା ବେଳେ କୁଆଡେ ଗଲେ ନବୀନ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଖୋଦ ହିଞ୍ଜିଳିବାସୀ । ଆଉ ବନ୍ୟାର ୧୦ ଦିନ ପରେ ହିଞ୍ଜିଳି ଯିବାକୁ ମନ କରିଛନ୍ତି ନବୀନ । ୭ ତାରିଖରେ ଦିନିକିଆ ହିଞ୍ଜିଳି ଗସ୍ତରେ ଯାଇ ସେରଗଡ, ହିଞ୍ଜିଳି, ଆସିକା ଏବଂ ସୋରଡାରେ ସ୍ଥିତି ଅନୁଧ୍ୟାନ କରିବେ ନବୀନ । ଯାହାକୁ ନେଇ କଟାକ୍ଷ କରିଛନ୍ତି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏବଂ ମୁକେଶ ମହାଲିଙ୍ଗ । କହିଛନ୍ତି ନିଜ ନିଖୋଜ ଖବର ନବୀନଙ୍କୁ ବାଧିଛି, ସେଇଥିପାଇଁ ଯାଉଛନ୍ତି... ଯାହାର ଜବାବ ରଖିଛି ବିଜେଡି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ମୁକାବିଲା ବେଳେ ଗ୍ରାଉଣ୍ଡରେ ଗଞ୍ଜାମର ୧୩ ବିଧାୟକ ମଧ୍ୟରୁ ନବୀନଙ୍କୁ ଛାଡ଼ି ଆଉ ସମସ୍ତ ବିଧାୟକ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ । ଦୁଇ ମନ୍ତ୍ରୀ ବିଭୂତି ଜେନା, ଗୋକୁଳା ନନ୍ଦ ମଲ୍ଲିକଙ୍କ ସହ ସମସ୍ତ ବିଜେପି ବିଧାୟକ ଏବଂ ନିଲମ୍ବିତ କଂଗ୍ରେସ ବିଧାୟକ ରମେଶ ଜେନା ଗ୍ରାଉଣ୍ଡରେ ରହି ଲୋକଙ୍କ କଥା ବୁଝିଥିଲେ । କିନ୍ତୁ ଦେଖା ନଥିଲେ ନବୀନ । ଗତକାଲି ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ମଧ୍ୟ ପ୍ରଶ୍ନ କରିଥିଲା ବିଜେପି । ଏପଟେ ବନ୍ୟାର ୮ ଦିନ ପରେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗଞ୍ଜାମ ବନ୍ୟାରେ ଭାସୁଥିବା ବେଳେ ଦିଲ୍ଲୀରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଭକ୍ତଙ୍କ ବନ୍ୟାଞ୍ଚଳ ଗସ୍ତ ପଛରେ ବି କେବଳ ରାଜନୀତି ବୋଲି କହିଛି ଶାସକ ଦଳ ।

ବନ୍ୟା ବିଭେଷିକା ପରେ ଏବେ ପଲିଟିକ୍ସର ହଟସ୍ପଟ ପାଲଟିଛି ଗଞ୍ଜାମ । ପାଣି ଛାଡିବା ପରେ ଗଞ୍ଜାମରେ ନେତାଙ୍କ ଗହଳି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏଥିରୁ ରାଜନୀତିର ରୁଟି ଶେକିବା ପାଇଁ ପ୍ରତିଯୋଗିତା ଚାଲିଥିବା ଚର୍ଚ୍ଚା ହେଉଛି ।