ବିଜେଡିରେ ଯୋଗଦେଲେ ନୀଳଗିରି ବିଧାୟକ ସୁକାନ୍ତ ଜେନା

ଅର୍ଗସ ବ୍ୟୁରୋ: ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଘର ବାହୁଡା। ଆଜି ସେ ବିଜେଡିକୁ ଫେରିଛନ୍ତି। 2014 ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ। 2019 ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ। ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିକୁ ଫେରିଛନ୍ତି।
ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଲେ, ଆଜି ନୀଳଗିରିର ନେତୃ ମଣ୍ଡଳୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେମାନଙ୍କୁ ସ୍ୱାଗତ. ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଉନ୍ନତି କାମ ମରେ ସମସ୍ତେ ସହଯୋଗ କରନ୍ତୁ। ସୁକାନ୍ତ ନାୟକ କହିଲେ, ଆମେମାନେ ବିଜୁ ଆଦର୍ଶରେ ଅନୁପ୍ରାଣିତ. 2019 ରେ ବିଜେଡି ଛାଡ଼ି ଥିଲୁ। ସୁକାନ୍ତ ନାୟକ ବିଜେଡିରେ ଯୋଗଦାନ ପରେ ନୀଳଗିରିରେ ବିରୋଧ। ନୀଳଗିରି ବିଜେଡି ନେତା ତଥା ବିଧାୟକ ଆଶାୟୀ ସନ୍ତୋଷ ଖଟୁଆଙ୍କ ଶକ୍ତି ପ୍ରଦର୍ଶନ।
ଅଧିକ ପଢ଼ନ୍ତୁ ରାଜନୀତି ଖବର