Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ, ରାଜ୍ୟ ବିଜେପିକୁ ଦେବେ ନୂଆ ମନ୍ତ୍ର

Politics

Nitin Nabin Odisha Visit / ୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ, ରାଜ୍ୟ ବିଜେପିକୁ ଦେବେ ନୂଆ ମନ୍ତ୍ର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ, ରାଜ୍ୟ ବିଜେପିକୁ ଦେବେ ନୂଆ ମନ୍ତ୍ର
Nitin Navin

Key Points

୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ
ରାଜ୍ୟ କାର୍ଯ୍ୟାଳୟରେ କରିବେ ମାନସ ମନ୍ଥନ
ଇ-ବାଇକ୍ ରାଲିରେ ଭବ୍ୟ ସ୍ଵାଗତ ପାଇଁ ପ୍ରସ୍ତୁତି ଜୋରଦାର
ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଭିତରେ ସଙ୍ଗଠନକୁ ନୂଆ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ନୀତିନଙ୍କ ପ୍ରଥମ ଗସ୍ତକୁ ନେଇ ବେଶ ଉତ୍ସାହିତ ବିଜେପି କ୍ୟାମ୍ପ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ଵାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରୁଛି ବିଜେପି । ଦିନିକିଆ ଗସ୍ତ ଭିତରେ ରାଜ୍ୟ କାର୍ଯ୍ୟଳୟ ଆସି କୋର୍‌ କମିଟି ସହ ମନ୍ତ୍ରୀମାନଙ୍କ ସହ ବି ଆଲୋଚନା କରିବେ ନୂଆ ଅଧ୍ୟକ୍ଷ ।

ରାଜ୍ୟ ବିଜେପିକୁ ନୂଆ ମନ୍ତ୍ର ଦେବେ ନୂଆ ଅଧ୍ୟକ୍ଷ । ୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ । ନେତା ମନ୍ତ୍ରୀଙ୍କ ନେବେ କ୍ଲାସ । ରାଜ୍ୟ କାର୍ଯ୍ୟାଳୟରେ ମାନସ ମନ୍ଥନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଇ-ବାଇକ ରାଲି ଦ୍ଵାରା ଭବ୍ୟ ସ୍ଵାଗତ ସମ୍ଭର୍ଦ୍ଧନା ପାଇଁ ଚାଲିଛି ପ୍ରସ୍ତୁତି । ବିମାନ ବନ୍ଦରରୁ ବିଶାଳ ବାଇକ ରାଲିରେ ଜଟଣୀ ଅଭିମୁଖେ ଯିବେ ନୀତିନ ନବୀନ ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ । ଜଟଣୀ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଅଭିଭାଷଣ ରଖିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେଥିପାଇଁ ଚଳଚଞ୍ଚଳ ବିଜେପି କ୍ୟାମ୍ପ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ବସିଥିଲା ପ୍ରସ୍ତୁତି ବୈଠକ ।

ଜଟଣୀରେ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷିଣ ଶିବିରରେ ଯୋଗ ଦେବା ପରେ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ନୀତିନ ନବୀନ । ପ୍ରଥମେ କୋର କମିଟି ବୈଠକରେ ତୁଙ୍ଗ ନେତାଙ୍କ ସହ କରିବେ ଆଲୋଚନା । ପରେ ମୁଖ୍ୟମନ୍ତ୍ରୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହ ବି ବୈଠକ କରିବେ । ବିଜେପି ପଦାଧିକାରୀ ଏବଂ ନେତାଙ୍କ ସହ ରାଜ୍ୟ ସଙ୍ଗଠନ ନେଇ କରିବେ ଆଲୋଚନା । ସରକାରଙ୍କ ସହ ସଙ୍ଗଠନର ତାଳମେଳ କେମିତି ରହିଛି, ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ କେତେ ଦୂର ପହଞ୍ଚିଛି, ପ୍ରଶିକ୍ଷିଣ ଶିବିରର ଷ୍ଟାଟସ କ'ଣ, ଆଗକୁ କ'ଣ କ'ଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ କରିବେ ଆଲୋଚନା ।

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ବେଶ ଚଳଚଞ୍ଚଳ ବିଜେପି କ୍ୟାମ୍ପ । ରାଜ୍ୟ ଟିମ୍‌କୁ ନିତୀନ ନବୀନ କ'ଣ ନୂଆ ଟାସ୍କ ଦେଉଛନ୍ତି ନୂଆ ତା'ଉପରେ ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nitin Nabin to Visit Odisha on May 18, BJP Gears Up | Argus News