Nuapada By Election / ନୂଆପଡ଼ା ଉପନିର୍ବାଚନ: ୮ ଜଣ ମନ୍ତ୍ରୀ ଜଗିବେ ୮ ଜୋନ୍
·8 months ago·2 min read

Key Points
ନୂଆପଡାର ୮ ଜୋନର ଦାୟିତ୍ବ ନେଲେ ୮ ମନ୍ତ୍ରୀ
ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଏହି ୮ ମନ୍ତ୍ରୀ
୮ ଜୋନ୍ ରହି ନିର୍ବାଚନ ପ୍ରଚାର ଓ ରଣନୀତି କରିବେ ପ୍ରସ୍ତୁତି

ନୂଆପଡ଼ା ଉପନିର୍ବାଚନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର । ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ାରେ ଭୋଟିଂ ହେବ । ତେବେ ଏହା ପୂର୍ବରୁ ନୂଆପଡ଼ାର୮ ଜୋନ୍ର ଦାୟିତ୍ବ ନେଲେ ୮ ମନ୍ତ୍ରୀ । ଷ୍ଟାର ପ୍ରଚାରକ ତାଲିକାରେ ଥିବା ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେପି । ଯେଉଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ମିଳିଛି ସେମାନେ ସେହି ୮ ଜୋନ୍ ରହି ନିର୍ବାଚନ ପ୍ରଚାର ଓ ରଣନୀତି ପ୍ରସ୍ତୁତ କରିବେ ।
ସୂଚନା ଅନୁଯାୟୀ ବଞ୍ଜରୀ ପାଇଁ ରବି ନାରାୟଣ ନାଏକ, ସୁନାଦେଇ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ ରହିଥିବା ବେଳେ ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦିଆଯାଇଛି ଦାୟିତ୍ୱ ଦିଆଯାଇଛି । କୋନାଭଇରା ପାଇଁ ବିଭୁତି ଭୂଷଣ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଛି ଦାୟିତ୍ୱ । ସେହିପରି ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଓ ଖରିଆର ରୋଡ଼ ଏନଏସି ଜଗିବେ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ସେହିପରି ନୂଆପଡ଼ା ଉପନିର୍ବାଚନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବଡ଼ ଦାୟିତ୍ବ ଦିଆଯାଇଛି । ନିର୍ବାଚନ ପ୍ରଚାରଠାରୁ ନେଇ ନିର୍ବାଚନ ପରିଚାଳନା ଦାୟିତ୍ୱ ସମ୍ଭାଳିବେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । କେଭିଙ୍କୁ ସହଯୋଗ କରିବେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଉପନିର୍ବାଚନ ପାଇଁ ଦଳ ତରଫରୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।
ସେପଟେ ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି । ସରିଛି ପ୍ରାର୍ଥୀପତ୍ର ଯାଞ୍ଚ, ମୈଦାନକୁ ଓହ୍ଲାଇବେ ୧୪ ଜଣ ପ୍ରାର୍ଥୀ । ଆସନ ହାତେଇବାକୁ ତିନି ପ୍ରମୁଖ ଦଳର ନେତା ନୂଆପଡ଼ାରେ ଡେରା ପକାଇଛନ୍ତି l ବିଭିନ୍ନ ଦଳରେ ଏବେ ବି ଚାଲୁଛି ମିଶ୍ରଣ ପର୍ବ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୨୪ ତାରିଖରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ସେପଟେ କଂଗ୍ରେସର ନୂଆପଡ଼ା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି । ବିଜେପିର ଅଭିଯୋଗ ହେଲା, ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଘାସିରାମ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତ୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଧିନ ଅଛି । ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଉକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି।
ଘାସିରାମ ମାଝୀ ୨୦୨୪ ମସିହା ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ଏବଂ ୨୦୨୫ ରେ ଦେଇଥିବା ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ କିଛି ସୂଚନା ଦେଇନାହାନ୍ତି। ଜାଣିଶୁଣି ଉଭୟ କେସରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୧ର ଧାରା ୧୨୫-A ଅନୁଯାୟୀ ସେ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି କହିଛି। ତାଙ୍କ ବିରୁଦ୍ଧରେ କେସ କରାଯିବା ସହ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟିଏ ଦିନରେ ୭ ହଜାର କମିଲା ସୁନା!
ସେପଟେ କଂଗ୍ରେସର ନୂଆପଡ଼ା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି । ବିଜେପିର ଅଭିଯୋଗ ହେଲା, ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଘାସିରାମ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତ୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଧିନ ଅଛି । ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଉକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି।
ଘାସିରାମ ମାଝୀ ୨୦୨୪ ମସିହା ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ଏବଂ ୨୦୨୫ ରେ ଦେଇଥିବା ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ କିଛି ସୂଚନା ଦେଇନାହାନ୍ତି। ଜାଣିଶୁଣି ଉଭୟ କେସରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୧ର ଧାରା ୧୨୫-A ଅନୁଯାୟୀ ସେ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି କହିଛି। ତାଙ୍କ ବିରୁଦ୍ଧରେ କେସ କରାଯିବା ସହ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛି ବିଜେପି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories