Nuapada ByElection / ନୂଆପଡ଼ା ଉପନିର୍ବାଚନ: ବିଜେଡି ପାଇଁ ବଢିଲା ଅଡୁଆ
·10 months ago·2 min read

Key Points
ନୂଆପଡ଼ା ଉପନିର୍ବାଚନ: ବିଜେଡି ପାଇଁ ବଢିଲା ଅଡୁଆ
ଶଙ୍ଖ ଦଳ ପାଇଁ ଏବେ ପୋଷ୍ଟର କେଁ
ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ କି ଭିଡିଓ ବ୍ୟବହାର କରିବାକୁ ବାରଣ
ବାରଣ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ
ଶଙ୍ଖ ଦଳ ପାଇଁ ଏବେ ପୋଷ୍ଟର କେଁ
ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ କି ଭିଡିଓ ବ୍ୟବହାର କରିବାକୁ ବାରଣ
ବାରଣ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ
ମୁଣ୍ଡ ଉପରେ ଉପ-ନିର୍ବାଚନ । ପ୍ରଚାରରେ ବ୍ୟସ୍ତ ୩ ପ୍ରମୁଖ ଦଳ । ଜୋରଦାର କ୍ୟାମ୍ପେନିଂ ସହ ଚାଲିଛି ପୋଷ୍ଟର ମରା । ହେଲେ ଏଭଳି ସ୍ଥିତିରେ ପୋଷ୍ଟର ମରାକୁ ନେଇ ହରଡ଼ଘଣାରେ ବିଜେଡି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ନୂଆପଡ଼ା ଜିଲ୍ଲାପାଳ ବିଜେଡିର କିଛି ପୋଷ୍ଟରକୁ ରିଜେକ୍ଟ କରିବା ପରେ ବଢ଼ିଛି ଦଳର ଟେନସନ୍। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ନିଜ ପ୍ରଚାର, ପୋଷ୍ଟର କିମ୍ବା ଅଡିଓ, ଭିଡିଓ ପ୍ରଚାରରେ ବିଜେଡି ବ୍ୟବହାର କରି ପାରିବ ନାହିଁ। ଏହାଦ୍ବାରା ନିର୍ବାଚନୀ ହିଂସା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ବିଜେଡି କହିଛି, ବିଜେପି ପୋଷ୍ଟରରେ ଯିଏ ରାଜୁ ଢୋଲକିଆଙ୍କ ଫଟୋ ଲଗାଉଛି ସିଏ ଅନ୍ୟାୟ କରୁଛି, ଆମେ ନୁହଁ । ପୋଷ୍ଟର ପ୍ରସଙ୍ଗରେ ବିଜେଡିକୁ କଡ଼ା କାଉଣ୍ଟର କରିଛି ବିଜେପି । ବାପାଙ୍କ ଫଟୋ ପୁଅ ରଖି ପାରିବ ଏଥିରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
ନୂଆପଡ଼ା ଉପ-ନିର୍ବାଚନରେ ଆଜି ବି ଦେଖିବାକୁ ମିଳିଛି ଦଳ ଓ ଦଳୀୟ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର । ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେପି ରାଷ୍ଟ୍ରୀୟ ଉସଭାପତି ବୈଜୟନ୍ତ ପଣ୍ଡା ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ମଧ୍ୟ ସମାନ ଢଙ୍ଗରେ ନିଜ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ, ପିସିସି ସଭାପତି ବିଭିନ୍ନ ସ୍ଥାନରେ ରୋଡ ସୋ କରିଛନ୍ତି । ନୂଆପଡାରେ ବିଜେଡି ମଧ୍ୟ ମହିଳା ଭୋଟକୁ ଆଖି ଆଗରେ ରଖି ଗାଁ ଗାଁରେ ମାରାଥନ ପ୍ରଚାର କରୁଛି ।
ନଭେମ୍ୱର ୭ରେ ନୂଆପଡ଼ାରେ ହେବ ହାଇ ଭୋଲଟେଜ୍ ପ୍ରଚାର । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଚାର ମାଇଦାନକୁ ଦ୍ବିତୀୟ ଥର ପାଇଁ ଓହ୍ଲାଇବେ । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ।
ଏଥିସହ ପଢ଼ନ୍ତୁ: ନୂଆପଡା ଉପନିର୍ବାଚନ: କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ଷ୍ଟାର କ୍ୟାମ୍ପେନର ତାଲିକାରେ ନାହାନ୍ତି ସୋଫିଆ ଓ ରମେଶ ଜେନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସରଗରମ ନୂଆପଡ଼ା ରାଜନୀତି । ନୂଆପଡା ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପଦାରେ ପଡ଼ିଛି କଂଗ୍ରେସର ଦଳୀୟ କନ୍ଦଳ । ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ନ ଥିବା ଘଟଣା ଦଳୀୟ ମତ ପାର୍ଥକ୍ୟକୁ ପଦାରେ ପକାଇଛି । କାରଣ ପ୍ରଚାର କମିଟି ତାଲିକାରେ ନାହିଁ ଦୁଇ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ କି ତାଙ୍କ ଝିଅ ତଥା କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କ ନା । ସେହିପରି ଗଞ୍ଜାମ ଟାଣୁଆ ନେତା ତଥା ବିଧାୟକ ରମେଶ ଜେନା ଓ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କୁ ବି ପ୍ରଚାର କମିଟିରେ ରଖାଯାଇ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳୀୟ ନେତା ।
ଅଧିକ ପଢ଼ନ୍ତୁ ରାଜନୀତି ଖବର:
ଅଧିକ ପଢ଼ନ୍ତୁ ରାଜନୀତି ଖବର:
Related Topics
Explore more stories