Videos
|
Politics

Nuapada By Election / ନୂଆପଡ଼ା ଉପନିର୍ବାଚନରେ ଜମୁଛି ପ୍ରଚାର, ଗାଁ ଗଳି କନ୍ଦିରେ ମନ୍ତ୍ରୀ ବିଧାୟକଙ୍କ ମାରାଥନ୍‌ କ୍ୟାମ୍ପେନ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ନୂଆପଡ଼ା ଉପନିର୍ବାଚନରେ ଜମୁଛି ପ୍ରଚାର, ଗାଁ ଗଳି କନ୍ଦିରେ ମନ୍ତ୍ରୀ ବିଧାୟକଙ୍କ ମାରାଥନ୍‌ କ୍ୟାମ୍ପେନ

Key Points

ନୂଆପଡ଼ା ଉପନିର୍ବାଚନ, ଜମୁଛି ପ୍ରଚାର । ଗାଁ ଗଳି କନ୍ଦିରେ ମନ୍ତ୍ରୀ ବିଧାୟକଙ୍କ ମାରଥନ କ୍ୟାମ୍ପେନ । ବିରୋଧୀଙ୍କ ପ୍ରସଙ୍ଗ, ସରକାରଙ୍କ ବିଫଳତା ।
ନୂଆପଡା ଉପନିର୍ବାଚନ ମଇଦାନରେ ଜମୁଛି ପ୍ରଚାର । ଗାଁର ଗଳି କନ୍ଦିରେ ମନ୍ତ୍ରୀ ବିଧାୟକ ନେତା କରୁଛନ୍ତି ମାରଥନ ପ୍ରଚାର । ବିରୋଧୀଙ୍କ ପାଇଁ ପ୍ରସଙ୍ଗ ସରକାରଙ୍କ ବିଫଳତା । ଶାସକ ଦଳର ପ୍ରସଙ୍ଗ ନୂଆପଡ଼ା ବିକାଶର ଗାଡ଼ିକୁ ଡବଲ ସ୍ପିଡରେ ନେବା । ନୂଆପଡ଼ା ମଇଦାନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଭୋଟ ମାଗୁଛନ୍ତି ତିନି ଦଳର ନେତା । ବିଜେଡି ଓ କଂଗ୍ରେସ ୧୫ ମାସ ସରକାରଙ୍କ ବିଫଳତାକୁ ମୁଦ୍ଦା କରିବା ସହ ମହିଳା ନିର୍ଯ୍ୟାତନା, ଦାଦନକୁ ପ୍ରସଙ୍ଗ କରି ଯାଉଛନ୍ତି ଭୋଟରଙ୍କ ପାଖକୁ । ଏପଟେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିକାଶକୁ ପ୍ରସଙ୍ଗ କରୁଛି ଶାସକ ବିଜେପି । ତିନି ଦଳର ନେତା ନିଜ ନିଜ ଢଙ୍ଗରେ କରୁଛନ୍ତି ପ୍ରଚାର ।

ବୁଧବାର ଜୟଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୋଡେନରେ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ ଗୋକୁଳାନନ୍ଦ ମଲ୍ଲିକ । ନୂଆପଡା ଏନଏସିର ସାତ ନମ୍ବର ୱାର୍ଡରେ ଘରକୁ ଘର ବୁଲି ଜୟଙ୍କ ପାଇଁ ପ୍ରଚାର କରିଥିଲେ ମୁକେଶ ମହାଲିଙ୍ଗ ।

ସେପଟେ ନୂଆପଡ଼ା ବ୍ଲକ ଆମାନାରା ପଞ୍ଚାୟତ ଠାରେ ବିଜେଡି ଜିଲ୍ଲା ଉପସଭାପତି ପଦରୁ ଇସ୍ତଫା ଦେଇ ବିଜେପି ଆସିଥିବା ଚନ୍ଦ୍ରକାନ୍ତ ଠାକୁରଙ୍କ ନେତୃତ୍ୱରେ ବିଜେପି ଆୟୋଜନ କରିଥିଲା ମିଶ୍ରଣ ପର୍ବ । ପଞ୍ଚାୟତର ବିଭିନ୍ନ ପଦ-ପଦବୀରେ ଥିବା ତିନି ଶହରୁ ଉର୍ଦ୍ଧ ବିଜେଡି କର୍ମୀ ଧରିଥିଲେ ପଦ୍ମ । ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଅଧିକ ପଢ଼ନ୍ତୁ: 'କାର ନଥିଲେ ବିବାହ ପାଇଁ ପୁଅଙ୍କୁ ଝିଅ ଦେଉନାହାନ୍ତି ଲୋକେ'


ନୂଆପଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ନିଶାନା କରଥିଲା କଂଗ୍ରେସ । ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ । ସରକାରୀ ଯୋଜନାକୁ ଉପମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାରରେ ଅସ୍ତ୍ର କରିଥିବାରୁ ଜବାବ ମାଗିଥିଲା କଂଗ୍ରେସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ବିଜେଡି ପ୍ରାର୍ଥୀ ୨୪ ବର୍ଷ ସରକାରର ବିକାଶର ଗାଥା ଗାଇ ମାଗୁଛନ୍ତି ଭୋଟ । ବିଜେଡି ସରକାର ନୂଆପଡା ବିକାଶ ପାଇଁ କାମ କରିଛି କହିବା ସହ ୧୫ ମାସର ବିଜେପି ସରକାରକୁ ସମୋଲୋଚନା କରି ସ୍ନେହାଙ୍ଗୀନି ମାଗୁଛନ୍ତି ଭୋଟ୍‌ ।

ଗୋଟିଏ ପଟେ ପ୍ରଚାର ଜୋରଦାର ହୋଇଥିବା ବେଳେ ଅନ୍ୟପଟେ ନିଜ ଶକ୍ତି ବୃଦ୍ଧି ପାଇଁ ତିନି ପ୍ରମୁଖ ଦଳ ବିଭିନ୍ନ ସ୍ଥାନରେ ଆୟୋଜନ କରୁଛନ୍ତି ମିଶ୍ରଣ ପର୍ବ । ନେତା ଛାଡୁଛନ୍ତି ଦଳ । ଏହି କ୍ରମରେର ବିଜୁ ଛାତ୍ର ଜନତା ଦଳର ଖରିଆର ରୋଡ୍ ଏନଏସି ସଭାପତି ମନିଷ ଦିୱାଙ୍ଗନ ବିଜେଡିକୁ ବାଏ ବାଏ କରିଛନ୍ତି ।

Related Topics

Explore more stories