Nuapada By Election / ନୂଆପଡ଼ା ଉପନିର୍ବାଚନ: ମଇଦାନକୁ ଓହ୍ଲାଇବେ ଷ୍ଟାର କ୍ୟାମ୍ପେନର, ଜୋର ଧରିବ ତିନି ଦଳର ପ୍ରଚାର
·8 months ago·2 min read

Key Points
ସରଗରମ ହେବ ନୂଆପଡା ପ୍ରଚାର ମଇଦାନ । ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ । ଆଗକୁ ମଇଦାନକୁ ଓହ୍ଲାଇବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ।
ସରିଲା ନାମାଙ୍କନ । ଲଢେଇ ପାଇଁ ପ୍ରସ୍ତୁତ ତିନି ଦଳର ପ୍ରାର୍ଥୀ । ଗତକାଲି ଦଳୀୟ ନେତାଙ୍କ ସହ ପାୱାର ସୋ ପରେ ଆଜି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସ୍ଥାନୀୟ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦଳର ତୁଙ୍ଗ ନେତାଙ୍କ ସହ ନିର୍ବାଚନ ଅଧିକାରୀଙ୍କ ପଖାରେ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନୂଆପଡା ପାଇଁ ମୋଟ ୧୭ ଜଣ ପ୍ରାର୍ଥୀ ନାମାନଙ୍କ ପତ୍ର ଦାଖଲ କରିଥିବା ବେଳେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଜ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତେବେ ବିଜେଡି ବିଜେପି ଓ କଂଗ୍ରେସ ଭିତରେ ତ୍ରି କୋଣୀୟ ଲଢେଇ ଭିତରେ ଦମ ଲଗାଇଛନ୍ତି ୩ ପ୍ରାର୍ଥୀ ।
ନାମାଙ୍କନ ପରେ ଏବେ ମୈଦାନକୁ ଓଲ୍ହାଇବେ ଷ୍ଟାର କ୍ୟାମ୍ପେନର । ତିନି ଦଳ ଏଥିପାଇଁ ନିଜ ତାଲିକା ପ୍ରକାଶ କରି ସାରିଛନ୍ତି । ମୋଦୀଙ୍କ ବିକାଶ ମନ୍ତ୍ର ସହ ଡବଲ ଇଂଜନିରେ ଓଡ଼ିଶା ବିକାଶକୁ ମୁଦ୍ଦା କରିଛି ବିଜେପି । ସେହିପରି ନବୀନଙ୍କ ଲୋକ ପ୍ରିୟତା ସହ ଦେଢ଼ ବର୍ଷରେ ସରକାରର ବିଫଳତାକୁ ପ୍ରସଙ୍ଗ କରିଥିଲେ ବି ଜିଲ୍ଲା ବାହାର ପ୍ରାର୍ଥୀ ପାଇଁ ବ୍ୟାକଫୁଟରେ ରହିଛି ବିଜେଡି । ସେପଟେ ଆଦିବାସୀ ଚେହେରାକୁ ସାମ୍ନାକୁ ଆଣି ବିଜେପି ବିଜେଡି ଏକ କହି କଂଗ୍ରେସ ଲୋକଙ୍କ ପାଖକୁ ଯାଉଛି ।
ନୂଆପଡ଼ାରେ ମୋଟ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ ୫୩ ହଜାର ଥିବା ବେଳେ ୪୦ ପ୍ରତିଶତ ଆଦିବାସୀ ଭୋଟର । ତେବେ ଆଗକୁ ଭୋଟର କାହାକୁ ନିଜ ନେତା ବାଛୁଛନ୍ତି ଓ କେଉଁ ଫ୍ୟାକଟର କାହା ପାଇଁ କି ଫାଇଦା ଆଣୁଛି ତା ଉପରେ ନଜର ।
ନୂଆପଡା ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପଦାରେ ପଡ଼ିଛି କଂଗ୍ରେସର ଦଳୀୟ କନ୍ଦଳ । ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ନ ଥିବା ଘଟଣା ଦଳୀୟ ମତ ପାର୍ଥକ୍ୟକୁ ପଦାରେ ପକାଇଛି । କାରଣ ପ୍ରଚାର କମିଟି ତାଲିକାରେ ନାହିଁ ଦୁଇ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ କି ତାଙ୍କ ଝିଅ ତଥା କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କ ନା । ସେହିପରି ଗଞ୍ଜାମ ଟାଣୁଆ ନେତା ତଥା ବିଧାୟକ ରମେଶ ଜେନା ଓ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କୁ ବି ପ୍ରଚାର କମିଟିରେ ରଖାଯାଇ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳୀୟ ନେତା ।

ଅଧିକ ପଢ଼ନ୍ତୁ: କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ଷ୍ଟାର କ୍ୟାମ୍ପେନର ତାଲିକାରେ ନାହାନ୍ତି ସୋଫିଆ ଓ ରମେଶ ଜେନା
ନୂଆପଡ଼ାରେ ମୋଟ ଭୋଟର ସଂଖ୍ୟା ପ୍ରାୟ ୨ ଲକ୍ଷ ୫୩ ହଜାର ଥିବା ବେଳେ ୪୦ ପ୍ରତିଶତ ଆଦିବାସୀ ଭୋଟର । ତେବେ ଆଗକୁ ଭୋଟର କାହାକୁ ନିଜ ନେତା ବାଛୁଛନ୍ତି ଓ କେଉଁ ଫ୍ୟାକଟର କାହା ପାଇଁ କି ଫାଇଦା ଆଣୁଛି ତା ଉପରେ ନଜର ।
ନୂଆପଡା ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପଦାରେ ପଡ଼ିଛି କଂଗ୍ରେସର ଦଳୀୟ କନ୍ଦଳ । ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ନ ଥିବା ଘଟଣା ଦଳୀୟ ମତ ପାର୍ଥକ୍ୟକୁ ପଦାରେ ପକାଇଛି । କାରଣ ପ୍ରଚାର କମିଟି ତାଲିକାରେ ନାହିଁ ଦୁଇ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ କି ତାଙ୍କ ଝିଅ ତଥା କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କ ନା । ସେହିପରି ଗଞ୍ଜାମ ଟାଣୁଆ ନେତା ତଥା ବିଧାୟକ ରମେଶ ଜେନା ଓ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କୁ ବି ପ୍ରଚାର କମିଟିରେ ରଖାଯାଇ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳୀୟ ନେତା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories