Videos
|
Politics

BJP BJD Clash / ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଖଣି ଲୁଟ୍‌ ଲୁଚାଇବାକୁ ବିଜେଡିର ନାଟକ, ବିଧାନସଭାକୁ ବନ୍ଦ କରି PMGରେ ବିକ୍ଷୋଭ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଖଣି ଲୁଟ୍‌ ଲୁଚାଇବାକୁ ବିଜେଡିର ନାଟକ, ବିଧାନସଭାକୁ ବନ୍ଦ କରି PMGରେ ବିକ୍ଷୋଭ
BJP BJD Clash

Key Points

ଖଣି ଦୁର୍ନୀତିର ଗୁମର ଖୋଲିବା ଭୟରେ ପଳାୟନପନ୍ଥୀ ସାଜିଛି ବିଜେଡି
ବିଧାନସଭାକୁ ବନ୍ଦ କରି ଲୋୟର ପିଏମଜିରେ ବିକ୍ଷୋଭ
ଦଳୀୟ ଏଜେଣ୍ଡାକୁ ଚରିତାର୍ଥ କରିବାକୁ ଗୃହରେ ହଟ୍ଟଗୋଳ
ଆଜି ବି ଚାଲି ପାରିଲାନି ବିଧାନସଭାର ଗୃହ କାର୍ଯ୍ୟ । ବିଜେଡିର ବହି ତ୍ରୁଟି ଓ କଂଗ୍ରେସର ଏମଏମଡିଆର ପ୍ରସଙ୍ଗରେ ଧୋଇଗଲା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ । ବହି ତ୍ରୁଟିକୁ ନେଇ ଗୃହକୁ ଅଚଳ କରି ବିଧାନସଭା ବାହାରେ ଦଳର ଯୁବ ଛାତ୍ରଙ୍କ ପ୍ରତିବାଦରେ ସାମିଲ ହେଲେ ବିଜେଡି ବିଧାୟକ ଦଳ । ଯାହାକୁ ନେଇ କଡ଼ା ଟାର୍ଗେଟ କରିଛି ଶାସକ ଦଳ । ବିଜେପିର ଅଭିଯୋଗ, ଖଣି ଦୁର୍ନୀତି ନେଇ ବାଚସ୍ପତି ମୁଲତବିକୁ ଗ୍ରହଣ କରିଛନ୍ତି । ଆଲୋଚନା ହେଲେ ବିଜେଡି ଦୁର୍ନୀତିର ଟ୍ରାକ୍‌ ରେକର୍ଡ ଖୋଲିଯିବାର ଭୟ ରହିଛି ।

ମୌସୁମୀ ଅଧିବେଶନର ଆଜି ଦ୍ଵିତୀୟ ଦିନରେ ଦେଖିବାକୁ ମିଳିଛି ସମାନ ସ୍ଥିତି । ବହି ତ୍ରୁଟି ପ୍ରସଙ୍ଗରେ ବିଜେଡିର ହଟ୍ଟଗୋଳ। ଉପବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ରାଲି କରି ଲୋୟର ପିଏମଜିରେ ପ୍ରତିବାଦ । ଆଉ ଅପରାହ୍ନରେ ବି ସମାନ ଚିତ୍ର । ଯାହାକୁ ନେଇ ବିଜେଡିକୁ କଡ଼ା ଭାଷାରେ ଟାର୍ଗେଟ କରିଛି ବିଜେପି । ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି ଏମଏମଡିଆର୍‌ ସଂଶୋଧନ ନେଇ ମୋସନ ଆଣିଛନ୍ତି । ବାଚସ୍ପତି ତାକୁ ଗ୍ରହଣ କରିଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ସମୟକୁ ଅପେକ୍ଷା ନକରି ଦଳୀୟ ଏଜେଣ୍ଡାକୁ ଚରିତାର୍ଥ କରିବାକୁ ବିଜେଡି ଷଡ଼ଯନ୍ତ୍ର କରୁଛି । ଆଗାମୀ ନିର୍ବାଚନ ପୂର୍ବରୁ ଦଳର ଛବି ବଦଳାଇବାକୁ ବିଜେଡି ଯେଉଁ ରାଜନୈତିକ ନାଟକବାଜି କରୁଛି ତାକୁ ବ୍ୟାକଅପ୍‌ ଦେବାକୁ ବିଧାୟକମାନେ ବିଧାନସଭା ବନ୍ଦ କରୁଛନ୍ତି ।

କେବଳ ସେତିକି ନୁହେଁ ଏକଦା ଦଳର ରିଙ୍ଗମାଷ୍ଟର ସାଜିଥିବା ତାମିଲ୍‌ ବାବୁଙ୍କ ଇଙ୍ଗିତରେ ଖଣିରୁ ଲୁଟ୍‌ ହୋଇଛି ଶହ ଶହ କୋଟି ଟଙ୍କା । ଏ କଳା କାହାଣୀ ରାଜ୍ୟବାସୀଙ୍କ ଆଗରେ ଖୋଲିଯିବ, ସେହି ଭୟରେ ବିଧାନସଭାକୁ ଚଳାଇ ଦେଉ ନାହିଁ ବିଜେଡି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି, ଅତୀତର କୁକର୍ମ ଲୁଚେଇବା ପାଇଁ ବିଜେଡି ନାଟକ କରୁଛି। ଖଣିରେ ବେଶି ଦୁର୍ନୀତି କିଏ କରିଛି ତାହା ରାଜ୍ୟବାସୀ ଠିକ୍‌ ଜାଣିଛନ୍ତି । ଡିଏମଏଫ୍‌ ର ବାଟମାରଣା କିଏ କରିଛି ତାହା ବି ଜାଣିଛନ୍ତି ।

ବହି ତ୍ରୁଟି ପ୍ରସଙ୍ଗକୁ ଆଳ କରି ଦୁଇ ଦିନ ଧରି ଲୋୟର ପିଏମଜିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଜାରି ରଖିଛି ବିଜେଡିର ଯୁବ ଏବଂ ଛାତ୍ର ଗୋଷ୍ଠୀ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହକୁ ଅଚଳ କରି ସେହି ପ୍ରତିବାଦରେ ସାମିଲ ହୋଇଥିଲେ ବିଜେଡି ବିଧାୟକମାନେ । ତ୍ରୁଟିକୁ ସଂଶୋଧନ କରି ନୂଆ ବହି ଛପା ଯାଇଛି । ବହି ବି ପିଲାଙ୍କ ପାଖରେ ପହଞ୍ଚି ଗଲାଣି । ତଥାପି ଏହାକୁ ନେଇ ରାଜନୀତି ବିଜେଡିର ନୀତି ନୈତିକତାକୁ ପ୍ରଶ୍ନ ଘେରକୁ ଟାଣିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଏମଏମଡିଆର ସଂଶୋଧନ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଏହାସତ୍ତ୍ୱେ ମଧ୍ୟ କଂଗ୍ରେସ ବିଧାୟକ ଗୃହରେ ହୋହାଲ୍ଲା ଜାରି ରଖିଛନ୍ତି ।