Videos
|
Politics

Assembly Winter Session / ଶୀତ ଅଧିବେଶନକୁ ଗରମ କରିବ ବନ୍ୟା ରାଜନୀତି, ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିଲେ ବାଚସ୍ପତି

Santosh Kumar Sahoo
Browse all articles by Santosh Kumar Sahoo
·52 mins ago·2 min read
ଶୀତ ଅଧିବେଶନକୁ ଗରମ କରିବ ବନ୍ୟା ରାଜନୀତି, ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିଲେ ବାଚସ୍ପତି
Assembly Winter Session

Key Points

କାଲିଠୁ ବିଧାନସଭା ଶୀତ ଅଧିବେଶନ
ଆଲୋଚନା ପାଇଁ ସ୍ପେଶାଲ ମୋସନ ଆଣିଲା ବିଜେଡି
କଂଗ୍ରେସ ବି ଉଠାଇବ ବନ୍ୟା ସହ ଦରବୃଦ୍ଧି ଓ କୋଟିଆ ପ୍ରସଙ୍ଗ


ବନ୍ୟା ରାଜନୀତିରେ କମ୍ପିବ ଶୀତ ଅଧିବେଶନ । ସର୍ବ ଦଳୀୟ ବୈଠକ ଡାକି ସ୍ଵାଭାବିକ ଭାବେ ଗୃହ ଚଳାଇବାକୁ ସହଯୋଗ ଲୋଡିଲେ ବାଚସ୍ପତି । କିନ୍ତୁ ବନ୍ୟା ପରିଚାଳନା ବାବଦରେ ଆଲୋଚନା ପାଇଁ ସ୍ଵତନ୍ତ୍ର ମୋସନ ଆଣିଲା ବିଜେଡି । କଂଗ୍ରେସ ବି କହିଛି ବନ୍ୟା ସହ ଦରଦାମ, କୋଟିଆ ପ୍ରସଙ୍ଗ ଉଠାଇବ ଦଳ । ଆଉ ସରକାରୀ ଦଳ ସରକାରଙ୍କ ଉପଲବ୍ଧି କଥା କହି କାଉଣ୍ଟର କରିବାକୁ ଯୋଜନା କରିଛି ।

ରାତି ପାହିଲେ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଗୃହକାର୍ଯ୍ୟ ସୁରୁଖୁରରେ କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି ବାଚସ୍ପତି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କ ଉପସ୍ଥିତିରେ ହୋଇଛି ଆଲୋଚନା । ବନ୍ୟା ପରିଚାଳନା ସଂପର୍କରେ ସ୍ଵତନ୍ତ୍ର ମୋସନ ଆଣି ଆଲୋଚନା ପାଇଁ ଦାବି କରିଛି ବିଜେଡି ।

ଏହା ସହ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ନେତା ନବୀନ କରିଛନ୍ତି ଆଲୋଚନା । କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ବନ୍ୟା ସହ ଦରଦାମ ବୃଦ୍ଧି, କୋଟିଆ, ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇବ ବୋଲି କହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି କାଉଣ୍ଟର ଷ୍ଟ୍ରାଟେଜୀ । ସରକାରଙ୍କ ସଫଳ ବନ୍ୟା ପରିଚାଳନା ସହ ସ୍ଵତନ୍ତ୍ର ପ୍ୟାକେଜ, ଆବାସ ଯୋଜନାରେ ଲୋକଙ୍କୁ ଘର, ଭତ୍ତା ବ୍ୟବସ୍ଥାରୁ ୱେଟିଙ୍ଗ ସିଷ୍ଟମ ହଟାଇବା ଭଳି ବଡ଼ କାର୍ଯ୍ୟକ୍ରମକୁ ବିଧାନସଭାରେ ରଖିବେ ବିଜେପି ବିଧାୟକ ।
ଶୀତ ଅଧିବେଶନର ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ପୂରା ଅଧିବେଶନର ପାରିତ ହେବ ୫ଟି ଗୁରୁତ୍ଵପୂର୍ଣ୍ଣ ବିଲ୍‌ । ଅନ୍ୟପଟେ ବିଧାନସଭାରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । ଡିଜିପି ବିନୟତୋଷ ମିଶ୍ର ଓ ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍‌ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଲୋୟର ପିଏମଜିରେ ୧୬୩ ଧାରା ଜାରି କରାଯିବ । ସିସିଟିଭି ସର୍ଭେଲାନ୍ସ ଦ୍ବାରା ବିଧାନସଭା ଓ ଏହାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ ।

ବିରୋଧୀଙ୍କ ହାତରେ ଏକାଧିକ ପ୍ରସଙ୍ଗ ଥିବା ବେଳେ ସରକାର ନିଜର ସଫଳତା କଥା କହି କାଉଣ୍ଟର କରିବେ । ଏସବୁ ଭିତରେ ଶୀତ ଅଧିବେଶନ ବେଶ ସରଗରମ ରହିବ । ତେବେ ଦିନକ ପୂର୍ବରୁ ଉପରାଷ୍ଟ୍ରପତି ବିଧାୟକମାନଙ୍କୁ ଗୃହର ଗାରିମା ଆଉ ଗୁରୁତ୍ଵ ବାବଦରେ ବୁଝାଇଥିବା ବେଳେ ବିଧାନସଭା ସ୍ଵାଭାବିକ ଭାବେ ଚାଲୁ ପାରୁଛି ନା ନାହିଁ, ତା ଉପରେ ନଜର ।