BJP Panchayat Strategy / ବିଜେପିର ପଞ୍ଚାୟତ ପାଗଭିଡା, ସେପ୍ଟେମ୍ବର ୧୭ରୁ ମାସିକିଆ ସେବା ସଙ୍କଳ୍ପ ଅଭିଯାନ
·56 mins ago·2 min read

Key Points
ବିଜେପିର ପଞ୍ଚାୟତ ପାଗଭିଡା
ସରକାର ସ୍ତରରେ ପଞ୍ଚାୟତ ପିଛା ୩ କୋଟି ଆଉ ଆର ମାସରୁ ଆବାସ
ପଞ୍ଚାୟତ ନିର୍ବାଚନରେ ଏସବୁ ହେବ କି ଗେମ୍ ଚେଞ୍ଜର?

ସନ୍ଥ ରବି ଦାସ କାର୍ଯ୍ୟକ୍ରମ ପରେ ପରେ ବିଜେପିର ମାସିକିଆ ସେବା ସଙ୍କଳ୍ପ ଅଭିଯାନ । ମୋଦିଙ୍କ ଜନ୍ମଦିନରୁ ଲୋକଙ୍କ ପାଖକୁ ଯିବ ଦଳ । ମାସିକିଆ ଅଭିଯାନର ୧୩ଟି ମାରାଥନ କାର୍ଯ୍ୟକ୍ରମ । ଆଜି ରାଜ୍ୟ କାର୍ଯ୍ୟଳୟରେ ଏନେଇ ବୈଠକ କରି ନେତାଙ୍କୁ ବଣ୍ଟାଯାଇଛି ଦାୟିତ୍ଵ । ପୂର୍ବରୁ ସରକାରୀ ସ୍ତରରେ ସେପ୍ଟମ୍ବରରୁ ହିତାଧିକାରୀଙ୍କୁ ଆବାସ ଆଉ ଗ୍ରାମ ସଂପଦ କାର୍ଯ୍ୟକ୍ରମରେ ପଞ୍ଚାୟତକୁ ୩ କୋଟି ଘୋଷଣା ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଏସବୁ ହେବ କି ଗେମ ଚେଞ୍ଜର ।
ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବସିଥିଲା ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ମୋଦି ଜନସେବକ ଭାବେ ୨୫ ବର୍ଷ ପୂରଣ କରୁଥିବାରୁ ମାସିକିଆ ସେବା ସଙ୍କଳ୍ପ ଅଭିଯାନ କରିବ ଦଳ । ଏନେଇ ନେତାଙ୍କୁ ଦିଆଯାଇଥିଲା ଟାସ୍କ । ପ୍ରତ୍ୟେକ ବୁଥ୍, ମଣ୍ଡଳ ଏବଂ ଜିଲ୍ଲାରେ ହେବ କାର୍ଯ୍ୟକ୍ରମ ।
ସେପ୍ଟେମ୍ବର ୧୭ ମୋଦିଙ୍କ ଜନ୍ମଦିନରୁ ଅକ୍ଟୋବର ୧୭ ଯାଏଁ ଚାଲିବ ଅଭିଯାନ । ୧୩ଟି ପ୍ରମୁଖ କାର୍ଯ୍ୟକ୍ରମରେ ଲୋକଙ୍କ ପାଖକୁ ଯିବ ଦଳ । ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ସରକାରୀ ଯୋଜନାର ଲାଭାର୍ଥୀଙ୍କ ଘରେ ଦୀପ ଜଳିବ । ପ୍ରତ୍ୟେକ ଅଙ୍ଗନବାଡି, ସ୍କୁଲ ଏବଂ କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ ।
ସେହିପରି ଗାଁ ଗାଁରେ ପରିବର୍ତ୍ତନର କାହାଣୀ ଫଟୋ ଚିତ୍ର ପ୍ରଦର୍ଶନୀ ହେବ । ରାସ୍ତା ଓ ଛକରେ ନମୋ ସେବା ଗାଥା ପଥ ପ୍ରାନ୍ତ ନାଟକ ହେବ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୁବକମାନଙ୍କୁ ସାମିଲ କରାଯିବ । ସେବା ମୋର ଯୋଗଦାନ କାର୍ଯ୍ୟକ୍ରମରେ ଲୋକଙ୍କ ଦ୍ୱାରରେ ପହଞ୍ଚିବେ ନେତା ଓ କର୍ମୀ । ଡବଲ ଇଂଜିନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ରଖିବେ । ମୋଦିଙ୍କ ଶାସନ କାଳର ୨୫ ବର୍ଷରେ ୨୫ ସେବାକୁ ନେଇ ତଳ ସ୍ତରକୁ ଯିବେ ନେତା ।
ଅନ୍ୟପଟେ ଜିଲ୍ଲା, ମଣ୍ଡଳ, ବୁଥ ସ୍ତରରେ ଜାରି ରହିଛି ସନ୍ଥ ରବି ଦାସଙ୍କ କାର୍ଯ୍ୟକ୍ରମ । ସନାତନ ବାର୍ତ୍ତା, ସାମାଜିକ ସମସ୍ୟା, ଜାତିଭେଦ ସଚେତନାର ବାର୍ତ୍ତା ସହ ସବୁ ସାଙ୍ଗଠନିକ ଜିଲ୍ଲାରେ ବୁଲୁଛି ରଥ । ଏହି କାର୍ଯ୍ୟକ୍ରମ ସରୁ ସରୁ ସେବା ସଙ୍କଳ୍ପ ଅଭିଯାନ । ଏପଟେ ସରକାରୀ ସ୍ତରରେ ମଧ୍ୟ ଦୁଇଟି ବଡ଼ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଉଛି । ସେପ୍ଟେମ୍ବରରୁ ଆବାସ ବଣ୍ଟନ କରିବେ ସରକାର । ସର୍ଭେରେ ୩୦ ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଏହା ସହ ସବୁଠୁ ବଡ଼ କଥା ହେଲା, ଗାଁର ବିକାଶ ପାଇଁ ସରକାର ନୂଆ ଯୋଜନା ଗ୍ରାମ୍ୟ ସଂପଦ କାର୍ଯ୍ୟକ୍ରମରେ ପଞ୍ଚାୟତକୁ ୩ କୋଟି ଦେବେ । ଯାହାଦ୍ଵାରା ଖେଳ ପଡ଼ିଆରୁ କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟରୁ ପାର୍କ, ପୋଖରୀରୁ ପାଠାଗାର ନିର୍ମାଣ ହେବ । ରାଜନୈତିକ ସମୀକ୍ଷକଙ୍କ ମତରେ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ପାଇଁ ଏସବୁ ଗେମ ଚେଞ୍ଜର ହୋଇପାରେ ।
ବିରୋଧୀ ବିଜେଡି ଏବଂ କଂଗ୍ରେସ କେବଳ ପ୍ରତିବାଦରେ ସୀମିତ ଅଛନ୍ତି । ଜିଲ୍ଲା ସ୍ତରରେ ବିଜେଡି ଏବେ ବି କମିଟି ଗଠନ ପାଇଁ ଲାଗିଥିବା ବେଳେ କଂଗ୍ରେସ ଆଗକୁ ପଞ୍ଚାୟତରେ ପାଣ୍ଠି ସଂଗ୍ରହ କରିବେ ବୋଲି ମଧ୍ୟ କହିଥିଲେ ଭକ୍ତ ଦାସ । କିନ୍ତୁ ଶାସକ ଦଳ ଏହି ରଣନୀତିକୁ କାଉଣ୍ଟର କରିବାକୁ ବିରୋଧୀ କ'ଣ ରଣନୀତି ଅପଣାଉଛନ୍ତି ତା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories